୨୮ରେ ଓପିଏସ୍‌ସି ପରୀକ୍ଷା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ ତଥା ଓପିଏସ୍‌ସି ପରୀକ୍ଷା ଆସନ୍ତା ୨୮ ତାରିଖ ତଥା ବୁଧବାର ଅନଷ୍ଠିତ ହେବ। ଗତ ୨୫ ତାରିଖରେ ଏହି ପରୀକ୍ଷା ହେବା ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ମାତ୍ର ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଇଁ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି।
ଅନ୍ୟପକ୍ଷେ ସଂକ୍ରମଣ ବଢ଼ୁଥିବା ବେଳେ ଛାତ୍ରୀଛାତ୍ର ପରୀକ୍ଷାକୁ ଅଧିକ ଦିନ ଘୁଞ୍ଚାଇବାକୁ ଦାବି କରିଛନ୍ତି। ଏଥରେ ଓଡ଼ିଶା ଓ ଓଡ଼ିଶା ବାହାରର ପାଖାପାଖି ୨୦୦୦ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ।