ରାଜ୍ୟପାଳଙ୍କୁ ଓପିଏସ୍‌ସିର ବାର୍ଷିକ ରିପୋର୍ଟ

ଭୁବନେଶ୍ୱର, ୧୯।୬(ବ୍ୟୁରୋ): ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ଅଧ୍ୟକ୍ଷ ସତ୍ୟଜିତ୍‌ ମହାନ୍ତି ଶନିବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ୍‌ କରି ୨୦୨୧-୨୨ର ବାର୍ଷିକ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିସହ ସେ ଓପିଏସ୍‌ସିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ୨୦୨୧-୨୨ରେ ଆୟୋଗ ପ୍ରଥମ କରି ଏକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଥିଲେ। କୋଭିଡ୍‌ ଭଳି ବିଭିନ୍ନ ବାଧାବିଘ୍ନକୁ ଅତିକ୍ରମ କରି ଆୟୋଗ ନିଜ ଘୋଷିତ ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରିଥିଲେ। ଏହି ସମୟରେ ଗ୍ରୁପ୍‌-‘ଏ’ ଓ ‘ବି’ ରେ ୨,୨୭୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିସ କରିବା ସହ ୨୨ଟି ସରକାରୀ ବିଭାଗରେ ୧,୫୩୬ ପଦୋନ୍ନତିକୁ ଆୟୋଗ ସ୍ବୀକୃତି ଦେଇଛନ୍ତି। ସେହିଭଳି ଉକ୍ତ ବର୍ଷରେ ୨୨୪ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଫଇସଲା କରାଯାଇଛି। ଆୟୋଗ ଏହି ସଫଳତାରେ ଉତ୍ସାହିତ ହୋଇ ୨୦୨୨-୨୩ ପାଇଁ ୨୬ଟି ସରକାରୀ ବିଭାଗରେ ୫ ହଜାରରୁ ଊର୍ଦ୍ଧ୍ୱ ସରକାରୀ ଚାକିରି ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଥିବା ଅଧ୍ୟକ୍ଷ ମହାନ୍ତି ରାଜ୍ୟପାଳଙ୍କୁ ଜଣାଇଛନ୍ତି।
ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଓ ଶୀଘ୍ର ଫଳ ପ୍ରକାଶନ ଉପରେ ଆୟୋଗ ଗୁରୁତ୍ୱ ଦେଉଥିବା ପ୍ରକାଶ କରି ଅଧ୍ୟକ୍ଷ ମହାନ୍ତି କହିଥିଲେ, ଅନ୍‌ଲାଇନ ପୋର୍ଟାଲ ଓ ସମନ୍ବିତ ନିଯୁକ୍ତି ପରିଚାଳନା ପଦ୍ଧତିର ଉନ୍ନତୀକରଣ କରି ଏହାକୁ ବ୍ୟବହାରକାରୀଙ୍କ ନିମନ୍ତେ ସହଜ ଓ ସରଳ କରିବା ପାଇଁ ପ୍ରୟାସ କରାଯାଉଛି। ଚୟନ ପ୍ରକ୍ରିୟାରେ କମ୍ପ୍ୟୁଟରଭିତ୍ତିକ ପରୀକ୍ଷା ପଦ୍ଧତିକୁ ଗୁରୁତ୍ୱ ଦେଇ ମୂଲ୍ୟାୟନରେ ପ୍ରାର୍ଥୀଙ୍କ ପରିଚୟକୁ ଗୋପନ ରଖିବା ନିମନ୍ତେ ଉଦ୍ୟମକୁ ଆହୁରି ଫଳପ୍ରସୂ କରାଯାଉଛି। ଚଳିତ ବର୍ଷ ପରୀକ୍ଷା ଫଳାଫଳ ଶୀଘ୍ର ପ୍ରକାଶନ ଲକ୍ଷ୍ୟରେ ‘ଅନ୍‌ସ୍କ୍ରିନ’ ମୂଲ୍ୟାୟନ ପଦ୍ଧତିର ପ୍ରଚଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri