ଶ୍ରମ କୋଡ୍‌ ବିଲ୍‌କୁ ବିରୋଧ:୨୬ ନଭେମ୍ବରରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ

ନୂଆଦିଲ୍ଲୀ : ଶ୍ରମ କୋଡ୍‌ ବିଲ୍‌କୁ ନିକଟରେ ସଂସଦର ଅନୁମୋଦନ ମିଳିଛି। ଏହାକୁ ବିରୋଧକରି ଦେଶର ଶ୍ରମ ସଙ୍ଗଠନଗୁଡ଼ିକ ନଭେମ୍ବର ୨୬ରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି। ଆୟକର ପ୍ରଦାନ କରିବାକୁ ସକ୍ଷମ ନ ଥିବା ପରିବାରଗୁଡ଼ିକୁ ସରକାର ସିଧାସଳଖ ବ୍ୟାଙ୍କଖାତାକୁ ଅର୍ଥରାଶି ପ୍ରେରଣ କରିବା ନେଇ ସଙ୍ଗଠନଗୁଡିକ ଦାବି ଉଠାଇଛନ୍ତି। ନୂଆ ଶ୍ରମ କୋଡ୍‌ ଦ୍ୱାରା ସଂସ୍ଥାଗୁଡିକ ଶ୍ରମିକଙ୍କ ଉପରେ ଜୋର ଜବରଦସ୍ତି କରିବା ସହ ଦାସତ୍ୱ ଭଳି ପ୍ରଥା ପୁଣି ଥରେ ଦେଖିବାକୁ ମିଳିବ ବୋଲି ଦାବିରେ କୁହାଯାଇଛି। ସେହିଭଳି ଧର୍ମଘଟ କରିବା ଅଧିକାରକୁ ମଧ୍ୟ ନୂଆ ଆଇନରେ ଛଡ଼ାଇ ନିଆଯାଇଛି। ନୂଆ ଆଇନରେ ଅଣସଙ୍ଗଠିତ କ୍ଷେତ୍ରଗୁଡିକର ଶ୍ରମିକଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ସରକାର ଯେଉଁ ୩ ଶ୍ରମ କୋଡ୍‌ ବିଲ୍‌କୁ ପାସ୍‌ କରାଇଛନ୍ତି, ତାହା ଅଗଣତାନ୍ତ୍ରିକ। ବିରୋଧୀ ଦଳର ଅନୁପସ୍ଥିତିରେ ଏହାକୁ ସରକାର ପାସ୍‌ କରାଇଥିବାରୁ ସଙ୍ଗଠନଗୁଡିକ ଏହାକୁ ବିରୋଧ କରିଛନ୍ତି। ଶ୍ରମିକ ସଙ୍ଗଠନଗୁଡ଼ିକର ଏହି ଧର୍ମଘଟ ଡାକରାରେ ଆର୍‌ଏସ୍‌ଏସ୍‌ ସହବନ୍ଧିତ ଭାରତୀୟ ମଜଦୁର ସଂଘ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି। ଆୟକର ପରିସରରେ ଆସୁ ନ ଥିବା ପରିବାରଗୁଡିକୁ ମାସିକ ୭,୫୦୦ ଟଙ୍କା ପ୍ରଦାନ, ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅଧିକ କାମ ଯୋଗାଣ, ଶ୍ରମ କୋଡ୍‌ ଏବଂ ଫାର୍ମ ବିଲ୍‌କୁ ପ୍ରତ୍ୟାହାର ଭଳି ଅନ୍ୟ ଦାବି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri