ଶ୍ରମ କୋଡ୍‌ ବିଲ୍‌କୁ ବିରୋଧ:୨୬ ନଭେମ୍ବରରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ

ନୂଆଦିଲ୍ଲୀ : ଶ୍ରମ କୋଡ୍‌ ବିଲ୍‌କୁ ନିକଟରେ ସଂସଦର ଅନୁମୋଦନ ମିଳିଛି। ଏହାକୁ ବିରୋଧକରି ଦେଶର ଶ୍ରମ ସଙ୍ଗଠନଗୁଡ଼ିକ ନଭେମ୍ବର ୨୬ରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି। ଆୟକର ପ୍ରଦାନ କରିବାକୁ ସକ୍ଷମ ନ ଥିବା ପରିବାରଗୁଡ଼ିକୁ ସରକାର ସିଧାସଳଖ ବ୍ୟାଙ୍କଖାତାକୁ ଅର୍ଥରାଶି ପ୍ରେରଣ କରିବା ନେଇ ସଙ୍ଗଠନଗୁଡିକ ଦାବି ଉଠାଇଛନ୍ତି। ନୂଆ ଶ୍ରମ କୋଡ୍‌ ଦ୍ୱାରା ସଂସ୍ଥାଗୁଡିକ ଶ୍ରମିକଙ୍କ ଉପରେ ଜୋର ଜବରଦସ୍ତି କରିବା ସହ ଦାସତ୍ୱ ଭଳି ପ୍ରଥା ପୁଣି ଥରେ ଦେଖିବାକୁ ମିଳିବ ବୋଲି ଦାବିରେ କୁହାଯାଇଛି। ସେହିଭଳି ଧର୍ମଘଟ କରିବା ଅଧିକାରକୁ ମଧ୍ୟ ନୂଆ ଆଇନରେ ଛଡ଼ାଇ ନିଆଯାଇଛି। ନୂଆ ଆଇନରେ ଅଣସଙ୍ଗଠିତ କ୍ଷେତ୍ରଗୁଡିକର ଶ୍ରମିକଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ସରକାର ଯେଉଁ ୩ ଶ୍ରମ କୋଡ୍‌ ବିଲ୍‌କୁ ପାସ୍‌ କରାଇଛନ୍ତି, ତାହା ଅଗଣତାନ୍ତ୍ରିକ। ବିରୋଧୀ ଦଳର ଅନୁପସ୍ଥିତିରେ ଏହାକୁ ସରକାର ପାସ୍‌ କରାଇଥିବାରୁ ସଙ୍ଗଠନଗୁଡିକ ଏହାକୁ ବିରୋଧ କରିଛନ୍ତି। ଶ୍ରମିକ ସଙ୍ଗଠନଗୁଡ଼ିକର ଏହି ଧର୍ମଘଟ ଡାକରାରେ ଆର୍‌ଏସ୍‌ଏସ୍‌ ସହବନ୍ଧିତ ଭାରତୀୟ ମଜଦୁର ସଂଘ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି। ଆୟକର ପରିସରରେ ଆସୁ ନ ଥିବା ପରିବାରଗୁଡିକୁ ମାସିକ ୭,୫୦୦ ଟଙ୍କା ପ୍ରଦାନ, ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅଧିକ କାମ ଯୋଗାଣ, ଶ୍ରମ କୋଡ୍‌ ଏବଂ ଫାର୍ମ ବିଲ୍‌କୁ ପ୍ରତ୍ୟାହାର ଭଳି ଅନ୍ୟ ଦାବି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri