୧୬ରୁ ଆରମ୍ଭ ହେବ ବଜେଟ ପ୍ରକ୍ରିୟା

ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ସାଧାରଣ ବଜେଟ ପ୍ରକ୍ରିୟାକୁ ଅର୍ଥ ମନ୍ତ୍ରଣାଳୟ ଚଳିତ ମାସ ୧୬ରୁ ଆରମ୍ଭ କରିବ। ଗୁରୁବାର ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଏହା ତୃତୀୟ ବଜେଟ ହେବ। ଚଳିତ ଆର୍ଥତ୍କ ବର୍ଷ କରୋନା ଯୋଗୁ ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏହା ଯୋଗୁ ଜିଡିପି ଅଭିବୃଦ୍ଧି କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାଜସ୍ବ ସଂଗ୍ରହ ମଧ୍ୟ କମୁଛି। ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବଜେଟରେ ସ୍ଥାନ ପାଇବ ବୋଲି କୁହାଯାଉଛି। ପ୍ରତିବର୍ଷ ସରକାର ଏଭଳି ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଡାକିଥାନ୍ତି। ଆସନ୍ତା ଆର୍ଥତ୍କ ବର୍ଷ ଲାଗି ବଜେଟର ରୂପରେଖ କିଭଳି ରହିବ ଏହି ବୈଠକରେ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥାଏ। ବଜେଟ ଲାଗି ଧାର୍ଯ୍ୟ ପୂର୍ବାନୁମାନକୁ ବ୍ୟୟ ସଚିବ ଏବଂ ଆର୍ଥତ୍କ ପରାମର୍ଶଦାତାଙ୍କ ସହ ଆଲୋଚନା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥାଏ।
ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ୧୬ ଅକ୍ଟୋବରରୁ ଆରମ୍ଭ ହୋଇ ନଭେମ୍ବର ପ୍ରଥମ ସପ୍ତାହ ଯାଏ ଚାଲିବ। ଏହି ସମୟ ମଧ୍ୟରେ ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଜଣାପଡ଼ିଛି। ୨୦୨୧-୨୨ର ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଆସିପାରେ। ଫେବୃୟାରୀ ଶେଷ ବେଳକୁ ବଜେଟ ଉପସ୍ଥାପନ କରିବା ପରମ୍ପରା ବିଗତ ଦିନରୁ ଚାଲି ଆସିଥିବା ବେଳେ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଏଥିରେ ପରିବର୍ତ୍ତନ କରାଯାଇଛି। ୨୦୧୭ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଫେବୃୟାରୀ ପହିଲାରେ ବଜେଟ ଉପସ୍ଥାପନ କରିଥିଲେ। ଏହାଦ୍ୱାରା ଏପ୍ରିଲରେ ଆର୍ଥତ୍କ ବର୍ଷ ଆରମ୍ଭ ହେବା ସମୟରୁ ହିଁ ବିଭିନ୍ନ ମନ୍ତ୍ରଣାଳୟକୁ ଅର୍ଥ ରାଶି ଆବଣ୍ଟନ କରାଯାଇଥାଏ। ଏହା ସହ ଘରୋଇ ବଜାରର କମ୍ପାନୀଗୁଡ଼ିକୁ ସେମାନଙ୍କ ବିଜ୍‌ନେସ ଏବଂ ଟିକସ ପ୍ଲାନ୍‌ କରିବା ଲାଗି ସମୟ ମିଳିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri