ଶିକ୍ଷା ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ସ୍କୁଲଗୁଡ଼ିକୁ ୫-ଟି ମଡେଲରେ କେବଳ ପାକିସ୍ତାନୀ ରଙ୍ଗ ବୋଳିଲେ ହେବନାହିଁ। ଶିକ୍ଷାର ମାନ ବଢ଼ାଇବାକୁ ପଡ଼ିବ। ଯେଉଁଠି ଶିକ୍ଷା ନାହିଁ ସେଠାରେ ସାମାଜିକ କିମ୍ବା ଅର୍ଥନୈତିକ ବିକାଶ ହୋଇପାରିବ ନାହିଁ। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦେଶରେ ଓଡ଼ିଶାର ଡ୍ରପ୍‌ଆଉଟ ହାର ସର୍ବାଧିକ ରହିଛି। ସ୍କୁଲ ରୂପାନ୍ତରଣ ନାମରେ ବହୁ କୋଟି ହରିଲୁଟ ହୋଇଛି। ଏହାର ତଦନ୍ତ ହେବା ଦରକାର। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଶୁକ୍ରବାର ଜୋରଦାର ଆକ୍ରମଣ କରିଛନ୍ତି। ଶୂନ୍ୟକାଳରେ ‘ରୂପାନ୍ତରଣ ୫-ଟି ନାମରେ, ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ସ୍କୁଲ ରୂପାନ୍ତରଣ ନାମରେ ପାକିସ୍ତାନୀ ପତାକା ରଙ୍ଗ ବୋଳିଲେ ଶିକ୍ଷା ବ୍ୟବସ୍ଥା ସୁଧୁରିବ ନାହିଁ। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ଦରକାର। ଗୋଟିଏ ପରେ ଗୋଟିଏ ରଙ୍ଗ ମରାଯାଉଛି। ସର୍ବସାଧାରଣଙ୍କ ପଇସାକୁ କାହିଁକି ବରବାଦ କରାଯାଉଛିି। ରାଜ୍ୟର ୬୭୮୧ ସ୍କୁଲରେ କ୍ଲାସ୍‌ରୁମ୍‌ ନାହିଁ। ମାଧ୍ୟମିକ ସ୍କୁଲରେ ଡ୍ରପ୍‌ଆଉଟ ହାର ୨୭.୨୬ ପ୍ରତିଶତ ରହିଛି। ଗୁଜରାଟରେ ୨୩.୩ ଓ ଅନ୍ୟାନ୍ୟ ରାଜ୍ୟରେ ଡ୍ରପ୍‌ଆଉଟ ହାର କମ୍‌ ଥିବାବେଳେ ଓଡ଼ିଶାରେ ବଢ଼ିଚାଲିଛି। ଉଚ୍ଚ ପ୍ରାଥମିକ ଶ୍ରେଣୀର କେତେକ ପିଲା ମିଶାଣ, ଫେଡ଼ାଣ ଜାଣିନାହାନ୍ତି। ହାଇସ୍କୁଲ ଗଲେ ସେମାନେ କରିବେ କ’ଣ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡିଛି ବୋଲି ସେ କହିଛନ୍ତି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ କହିଛନ୍ତି, ଗୁଣାତ୍ମକ ଶିକ୍ଷା ନ ହେଲେ କୌଣସି ଜାତି ଆଗେଇପାରିବ ନାହିଁ। ରାଜ୍ୟରେ ୨୭.୩ ପ୍ରତିଶତ ଡ୍ରପ୍‌ଆଉଟ ହାର ରହିଛି। ଅନ୍ୟ ରାଜ୍ୟ କାହିଁକି କେରଳ ସହିତ ନିଜକୁ ସରକାର ତୁଳନା କରିବା ଦରକାର। ୫୦,୫୨୬ ସ୍କୁଲରୁ ୩୩ ହଜାର ସ୍କୁଲରେ ଭିନ୍ନକ୍ଷମ ପିଲା ପଢୁଛନ୍ତି,ହେଲେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଶିକ୍ଷାକୁ ନେଇ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି। ଭାଜପା ସଭ୍ୟ କୁସୁମ ଟେଟେ କହିଛନ୍ତି, ୫-ଟି ସ୍କୁଲ ରୂପାନ୍ତରଣ ନାଁରେ ପିସି କାରବାର ଚାଲିଛି। ଡୁପ୍ଲିକେଟ ରଙ୍ଗ ବୋଳି ପଇସା ଆଦାୟ କରାଯାଉଛି। ଏହାର ତଦନ୍ତ ହେଉ। ଯେଉଁ ସ୍କୁଲଗୁଡ଼ିକୁ ୫-ଟି ମାଧ୍ୟମରେ ରୂପାନ୍ତରଣ କରାଯାଇଥିଲା ସେଗୁଡ଼ିକୁ ଭାଙ୍ଗି ଗଳିପଡ଼ିଲାଣି। ଲୋକେ କାଳେ ବିଜେଡିକୁ ଭୁଲିଯିବେ ସେଥିପାଇଁ ସବୁଜ ରଙ୍ଗ ଲଗାଯାଉଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଶିକ୍ଷାର ବିକାଶ ନ ହେଲେ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ ନାହିଁ। ରାଜ୍ୟରେ ଶିକ୍ଷାର ବିକାଶ ହୋଇ ନାହିଁ। ଉଚ୍ଚମାନର ଶିକ୍ଷା ଦେବାକୁ ହେଲେ ଶିକ୍ଷକଙ୍କୁ ଭଲ ଦରମା ଦେବାକୁ ହେବ। ରାଜ୍ୟରେ କେତେ ପ୍ରକାର ଶିକ୍ଷକ ଅଛନ୍ତି ତାହା କହିବା ମୁସ୍କିଲ। ଗତ ୨୩ ବର୍ଷ ଧରି ରାଜ୍ୟରେ ସ୍ଥିର ସରକାର ଥିଲେ ମଧ୍ୟ ଶିକ୍ଷାର ବିକାଶ ହୋଇପାରିଲା ନାହିଁ। ସରକାର ଲୋକଙ୍କୁ ଶିକ୍ଷିତ କରିବାକୁ ଚାହୁଁନାହାନ୍ତି। ଅନେକ ୫-ଟି ସ୍କୁଲରେ ବହୁ ଟଙ୍କା ବାଟମାରଣା ହୋଇଛି। ସେସବୁର ତଦନ୍ତ ହେବା ଦରକାର। ସରକାର ୫-ଟି ବାହାନା ନ କରି ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କରନ୍ତୁ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ରଙ୍ଗ ଲଗାଇ ଦେଲେ ବୃଦ୍ଧା ଯୁବତୀ ହୋଇଯିବେନି। ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ୩୧୪ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିପାରିଲେ ନାହିଁ। ବ୍ଲକ୍‌ଗ୍ରାଣ୍ଟ ସ୍କୁଲଗୁଡ଼ିକରେ ଶିକ୍ଷକ ଅବସର ନେଲେ କିମ୍ବା ମରିଗଲେ ସେଠାରେ ଶିକ୍ଷକ ପଦବୀ ପୂରଣ ହେଉ ନାହିଁ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବିଜେଡି ସଭ୍ୟ ଅରୁଣ ସାହୁ ପ୍ରତ୍ୟାଖ୍ୟାନ କରିବା ସହ ଭାଜପା ଶାସିତ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦେଖିବାକୁ କହିଥିଲେ। ଉତ୍ତରପ୍ରଦେଶରେ ଗତ ମାଟ୍ରିକ ପରୀକ୍ଷାରେ ୭ ଲକ୍ଷ ୮୦ ହଜାର ପିଲା ପରୀକ୍ଷା ଦେଇନାହାନ୍ତି। ରାଜ୍ୟରେ ୫-ଟି ସ୍କୁଲ ଦରକାର ଅଛି। ବିରୋଧୀ ଦଳ ବିଧାୟକମାନେ ଲେଖିକରି ଦିଅନ୍ତୁ ତାଙ୍କ ନିର୍ବାଚନମଣ୍ଡଳୀରେ ୫-ଟି ସ୍କୁଲ ହେବ ନାହିଁ। ଅନ୍ୟ ଜାଗାରେ ୫-ଟି ସ୍କୁଲ ହେବ। ୨୦୧୪ରେ କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ସର୍ବଶିକ୍ଷା ଅଭିଯାନରେ ଅତିରିକ୍ତ ଶ୍ରେଣୀଗୃହ ପାଇଁ ଅନୁଦାନ ବନ୍ଦକରି ଦିଆଯାଇଛି। ବିଜେଡି ସଭ୍ୟ ଦିବ୍ୟଶଙ୍କର ମିଶ୍ର ଓ ବ୍ୟୋମକେଶ ରାୟ କହିଲେ, ଗରିବ ପିଲାଙ୍କ ପାଇଁ ସ୍କୁଲ ରୂପାନ୍ତରଣ ହୋଇଛି। ସେମାନଙ୍କର ସ୍ବପ୍ନକୁ ପୂରଣ କରିବାକୁ ରୂପାନ୍ତରଣ ହୋଇଛି। ୫-ଟି ସ୍କୁଲ ଖରାପ କହିଲେ, ଗାଁ ଲୋକ ବାଡ଼େଇବେ। ସରକାରୀ ସ୍କୁଲରୁ ବହୁ ଛାତ୍ର ଆଇଏଏସ୍‌, ଆଇପିଏସ୍‌ ହୋଇଛନ୍ତି। ସ୍କୁଲ ପ୍ରତି ପିଲାମାନଙ୍କର ଆଗ୍ରହ ବଢ଼ିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri