ନିଷିଦ୍ଧାଞ୍ଚଳରେ ପାଚେରି ନିର୍ମାଣକୁ ବିରୋଧ

ପୁରୀ ଅଫିସ, ୧୨।୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିଷିଦ୍ଧାଞ୍ଚଳରେ ପାଚେରି ନିର୍ମାଣକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ପାଚେରି ନିର୍ମାଣ କାର୍ଯ୍ୟ ପ୍ରକଳ୍ପ ଅନୁମତି ବହିର୍ଭୂତ ହୋଇଥିବାରୁ ଜଗନ୍ନାଥପ୍ରେମୀ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତେବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଉନାହିଁ। ଏପରିକି ଏ ନେଇ ଏପର୍ଯ୍ୟନ୍ତ ଏଏସ୍‌ଆଇ ପୁରୀ ସର୍କଲ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱର କାର୍ଯ୍ୟାଳୟ ତଥା ରାଜ୍ୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି କରାଯାଇ ନ ଥିବା ସୂଚନା ମିଳିଛି।
ଯେ, ପାଚେରି ନିର୍ମାଣ ପ୍ରସଙ୍ଗରେ ପୁରୀ ସର୍କଲ ଏଏସ୍‌ଆଇ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଯାଞ୍ଚ ସରିଥିବା କୁହାଯାଇଥିଲା। ଏଏସ୍‌ଆଇ ଅଧିକାରୀ ନିଷିଦ୍ଧାଞ୍ଚଳ ମଧ୍ୟରେ ନିର୍ମାଣାଧୀନ ପାଚେରି କାର୍ଯ୍ୟକୁ ବୁଲି ଦେଖିଥିଲେ। ଏ ସଂକ୍ରାନ୍ତରେ ଏଏସ୍‌ଆଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ପାଚେରି ନିର୍ମାଣ ଆଇନତଃ କି ନୁହେଁ ସେ ନେଇ ଏଏସ୍‌ଆଇ ନିରୀକ୍ଷକଙ୍କୁ ଚିଠି ଲେଖି ପଚରାଯିବ। ସେଭଳି ନିର୍ମାଣ ହେଉଥିବା ପାଚେରି କାର୍ଯ୍ୟ ସଂକ୍ରାନ୍ତରେ ଅବଗତ କରାଯିବ। ତେବେ ପୁରୀ ଏଏସ୍‌ଆଇ ସର୍କଲ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଚିଠି ଲେଖାଯାଉନାହିଁ ଏବଂ ସତ କ’ଣ, ଆଇନ ଅନୁଯାୟୀ ପାଚେରି ନିର୍ମାଣ କରାଯାଇପାରିବ କି ନାହିଁ ସେନେଇ ସ୍ପଷ୍ଟ କରାଯାଉନାହିଁ। ତେଣୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ଏଏସ୍‌ଆଇ ପୁରୀ ସର୍କଲ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଭୁବନେଶ୍ୱର କାର୍ଯ୍ୟାଳୟକୁ କେବଳ ମୌଖିକ ଭାବେ ଅବଗତ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନିର୍ମାଣ ହେଉଥିବା ପାଚେରି ଅତ୍ୟନ୍ତ ମଜଭୁତ। ଏହାର ଉଚ୍ଚତା ୫ ଫୁଟ। ଏକାଧିକ ପିଲର ସହାୟତାରେ ପାଚେରି ଉଠୁଛି। ପ୍ରତି ପିଲରରେ ୧୬ଟି ରଡ ଥିବାବେଳେ ଓସାର ଦେଢ଼ ଫୁଟ ରହିଛି। ୪ ଫୁଟ ବ୍ୟବଧାନରେ ଗୋଟିଏ ଲେଖାଏ ଖୁଣ୍ଟ ଉଠିଛି। ଶ୍ରୀମନ୍ଦିର ଚାରିପଟେ ହେଉଥିବା ନିର୍ମାଣ କାର୍ଯ୍ୟ ପଛେ ପଛେ ଏହି ପାଚେରି ବୁଲାଯାଉଛି। ତେବେ ଏଥିଲାଗି ଅନୁମତି ମିଳି ନ ଥିବା ଅଭିଯୋଗ ହେଉଛି। ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ ଲିମିଟେଡ୍‌ (ଓବିସିସି)ର ବରିଷ୍ଠ ଅଧିକାରୀ ନିକଟ ଅତୀତରେ କହିଥିଲେ, ସ୍ଥାନୀୟ ଲୋକ ଓ ଭକ୍ତଙ୍କ ଯାତାୟାତ ସୁଗମ କରିବା ଉଦ୍ଦେଶ୍ୟରେ ପାଚେରି ନିର୍ମାଣ କରାଯାଉଛି। ପାଚେରି ବାହାରେ ସହଜରେ ଯାନବାହନ ଚଳାଚଳ ଓ ପାର୍କିଂ କରାଯାଇପାରିବ। ମୁଖ୍ୟତଃ ଲୋକଙ୍କ ସୁବିଧା ଓ ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପାଚେରି ନିର୍ମାଣ ହେଉଥିବା କୁହାଯାଉଛି। ତେବେ ପ୍ରଥମେ ଅନୁମତି ଅଣାଯାଇ ପରେ ପାଚେରି ନିର୍ମାଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଏଏସ୍‌ଆଇ କାହିଁକି ଚୁପ୍‌ ବସିଛି ବୋଲି ପ୍ରକଳ୍ପ ବିପକ୍ଷବାଦୀ ପ୍ରଶ୍ନ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଭୁବନେଶ୍ୱର ଏଏସ୍‌ଆଇ କାର୍ଯ୍ୟାଳୟର ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri