ନିଷିଦ୍ଧାଞ୍ଚଳରେ ପାଚେରି ନିର୍ମାଣକୁ ବିରୋଧ

ପୁରୀ ଅଫିସ, ୧୨।୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିଷିଦ୍ଧାଞ୍ଚଳରେ ପାଚେରି ନିର୍ମାଣକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ପାଚେରି ନିର୍ମାଣ କାର୍ଯ୍ୟ ପ୍ରକଳ୍ପ ଅନୁମତି ବହିର୍ଭୂତ ହୋଇଥିବାରୁ ଜଗନ୍ନାଥପ୍ରେମୀ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତେବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଉନାହିଁ। ଏପରିକି ଏ ନେଇ ଏପର୍ଯ୍ୟନ୍ତ ଏଏସ୍‌ଆଇ ପୁରୀ ସର୍କଲ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱର କାର୍ଯ୍ୟାଳୟ ତଥା ରାଜ୍ୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି କରାଯାଇ ନ ଥିବା ସୂଚନା ମିଳିଛି।
ଯେ, ପାଚେରି ନିର୍ମାଣ ପ୍ରସଙ୍ଗରେ ପୁରୀ ସର୍କଲ ଏଏସ୍‌ଆଇ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଯାଞ୍ଚ ସରିଥିବା କୁହାଯାଇଥିଲା। ଏଏସ୍‌ଆଇ ଅଧିକାରୀ ନିଷିଦ୍ଧାଞ୍ଚଳ ମଧ୍ୟରେ ନିର୍ମାଣାଧୀନ ପାଚେରି କାର୍ଯ୍ୟକୁ ବୁଲି ଦେଖିଥିଲେ। ଏ ସଂକ୍ରାନ୍ତରେ ଏଏସ୍‌ଆଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ପାଚେରି ନିର୍ମାଣ ଆଇନତଃ କି ନୁହେଁ ସେ ନେଇ ଏଏସ୍‌ଆଇ ନିରୀକ୍ଷକଙ୍କୁ ଚିଠି ଲେଖି ପଚରାଯିବ। ସେଭଳି ନିର୍ମାଣ ହେଉଥିବା ପାଚେରି କାର୍ଯ୍ୟ ସଂକ୍ରାନ୍ତରେ ଅବଗତ କରାଯିବ। ତେବେ ପୁରୀ ଏଏସ୍‌ଆଇ ସର୍କଲ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଚିଠି ଲେଖାଯାଉନାହିଁ ଏବଂ ସତ କ’ଣ, ଆଇନ ଅନୁଯାୟୀ ପାଚେରି ନିର୍ମାଣ କରାଯାଇପାରିବ କି ନାହିଁ ସେନେଇ ସ୍ପଷ୍ଟ କରାଯାଉନାହିଁ। ତେଣୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ଏଏସ୍‌ଆଇ ପୁରୀ ସର୍କଲ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଭୁବନେଶ୍ୱର କାର୍ଯ୍ୟାଳୟକୁ କେବଳ ମୌଖିକ ଭାବେ ଅବଗତ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନିର୍ମାଣ ହେଉଥିବା ପାଚେରି ଅତ୍ୟନ୍ତ ମଜଭୁତ। ଏହାର ଉଚ୍ଚତା ୫ ଫୁଟ। ଏକାଧିକ ପିଲର ସହାୟତାରେ ପାଚେରି ଉଠୁଛି। ପ୍ରତି ପିଲରରେ ୧୬ଟି ରଡ ଥିବାବେଳେ ଓସାର ଦେଢ଼ ଫୁଟ ରହିଛି। ୪ ଫୁଟ ବ୍ୟବଧାନରେ ଗୋଟିଏ ଲେଖାଏ ଖୁଣ୍ଟ ଉଠିଛି। ଶ୍ରୀମନ୍ଦିର ଚାରିପଟେ ହେଉଥିବା ନିର୍ମାଣ କାର୍ଯ୍ୟ ପଛେ ପଛେ ଏହି ପାଚେରି ବୁଲାଯାଉଛି। ତେବେ ଏଥିଲାଗି ଅନୁମତି ମିଳି ନ ଥିବା ଅଭିଯୋଗ ହେଉଛି। ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ ଲିମିଟେଡ୍‌ (ଓବିସିସି)ର ବରିଷ୍ଠ ଅଧିକାରୀ ନିକଟ ଅତୀତରେ କହିଥିଲେ, ସ୍ଥାନୀୟ ଲୋକ ଓ ଭକ୍ତଙ୍କ ଯାତାୟାତ ସୁଗମ କରିବା ଉଦ୍ଦେଶ୍ୟରେ ପାଚେରି ନିର୍ମାଣ କରାଯାଉଛି। ପାଚେରି ବାହାରେ ସହଜରେ ଯାନବାହନ ଚଳାଚଳ ଓ ପାର୍କିଂ କରାଯାଇପାରିବ। ମୁଖ୍ୟତଃ ଲୋକଙ୍କ ସୁବିଧା ଓ ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପାଚେରି ନିର୍ମାଣ ହେଉଥିବା କୁହାଯାଉଛି। ତେବେ ପ୍ରଥମେ ଅନୁମତି ଅଣାଯାଇ ପରେ ପାଚେରି ନିର୍ମାଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଏଏସ୍‌ଆଇ କାହିଁକି ଚୁପ୍‌ ବସିଛି ବୋଲି ପ୍ରକଳ୍ପ ବିପକ୍ଷବାଦୀ ପ୍ରଶ୍ନ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଭୁବନେଶ୍ୱର ଏଏସ୍‌ଆଇ କାର୍ଯ୍ୟାଳୟର ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri