ବିଦ୍ୟୁତ୍‌ ଦର ବୃଦ୍ଧିକୁ ବିରୋଧ

ଭୁବନେଶ୍ୱର,୫।୪(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରବିବାର ସନ୍ଧ୍ୟାରେ ୩୦ ମିନିଟ୍‌ ବିଜୁଳି କାଟ କରାଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଉପଭୋକ୍ତାମାନେ ୩୦ ମିନିଟ୍‌ ପର୍ଯ୍ୟନ୍ତ ବିଜୁଳି ବନ୍ଦ କରି ନୀରବ ପ୍ରତିବାଦ କରିଛନ୍ତି। ଏଥିସହ କଂଗ୍ରେସର ଏହି ଆହ୍ବାନକୁ ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କ ବିରୋଧରେ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ଭବନ ସମେତ ପିସିସି ସଭାପତି ଏବଂ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କ ବାସଭବନରେ ସନ୍ଧ୍ୟା ୬.୩୦ରୁ ୭ଟା ଯାଏ ବିଦ୍ୟୁତ୍‌ ସରବରାହ ବନ୍ଦ ରଖାଯାଇଥିଲା। ସାଧାରଣ ଜନତା ଓ କଂଗ୍ରେସ କର୍ମୀ ଏହି ବନ୍ଦ ପ୍ରତିବାଦକୁ ବହୁଳ ମାତ୍ରାରେ ସମର୍ଥନ ଜଣାଇଥିବାରୁ ପିସିସି ସଭାପତି ସେମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାସହ ସୋମବାର ସବୁ ଜିଲା ସଦର ମହକୁମା ଓ ବ୍ଲକରେ ଥିବା ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖ ଏବଂ ୬ ତାରିଖରେ ଭୁବନେଶ୍ୱରସ୍ଥିତ ଓଇଆର୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସମାବେଶ କରାଯିବ। ଏହି ବିକ୍ଷୋଭକୁ ସଫଳ କରିବା ପାଇଁ ନିରଞ୍ଜନ ରାଜ୍ୟର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତା ଏବଂ କଂଗ୍ରେସ କର୍ମୀଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri