Posted inଜାତୀୟ

ନିରପେକ୍ଷତା ହରାଇଛନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୫ା୪: ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏକ ସାମ୍ବିଧାନିକ ସଂସ୍ଥା। ଏହି ତଥାକଥିତ ସ୍ବାୟତ୍ତ ସଂସ୍ଥାରେ ଜଣେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଦୁଇଜଣ ନିର୍ବାଚନ କମିଶନର (ଇସି) ରହିଥାଆନ୍ତି। ଫୁଟ୍‌ବଲ ଖେଳରେ ରେଫରି ବା କ୍ରିକେଟରେ ଅମ୍ପାୟର ଭଳି ନିରପେକ୍ଷ ନିଷ୍ପତ୍ତି ନେଇ ଭାରତରେ ସାଧାରଣ ନିର୍ବାଚନ ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଧାନସଭା ନିର୍ବାଚନ ପରିଚାଳନା କରିବା ହେଉଛି ନିର୍ବାଚନ କମିଶନଙ୍କ ଦାୟିତ୍ୱ। କିନ୍ତୁ ଗତ କିଛି ଦିନର କେତେକ ଘଟଣା ଉପରେ ନଜର ପକାଇଲେ ନିର୍ବାଚନ ଆୟୋଗ ନିରପେକ୍ଷତା ଓ ସ୍ବାୟତ୍ତତା ହରାଇବସିଛନ୍ତି ବୋଲି ସ୍ପଷ୍ଟ ବାରି ହେଉଛି। ଇସିଙ୍କ ନୀତି, ନିଷ୍ପତ୍ତି ଓ ପଦକ୍ଷେପଗୁଡ଼ିକ ଭାଜପାକୁ ସୁହାଇବା ଭଳି ହେଉଛି। କିନ୍ତୁ ବିରୋଧୀ ଦଳଗୁଡ଼ିକ କ୍ଷେତ୍ରରେ କମିଶନ ପକ୍ଷପାତପୂର୍ଣ୍ଣ ବ୍ୟବହାର ଓ ଆଚରଣ କରୁଛନ୍ତି। ଏଭଳି ପାତରଅନ୍ତରକୁ ନେଇ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମ୍‌କେ) ସମେତ ବିରୋଧୀ ଦଳଗୁଡ଼ିକ ଇସିଙ୍କୁ ଟାର୍ଗେଟ କରିଛନ୍ତି।
ଫେବୃୟାରୀ ୨୬ରେ ନିର୍ବାଚନ ଆୟୋଗ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀଙ୍କ ଶାସନାଧୀନ ପଶ୍ଚିମବଙ୍ଗରେ ସର୍ବାଧିକ ୮ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯) ଭୋଟ ଗ୍ରହଣ କରାଯିବ ବୋଲି ଇସି ସ୍ଥିର କରିଥିଲେ। ସେହିପରି ଭାଜପା କ୍ଷମତାସୀନ ଥିବା ଆସାମରେ ୩ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୬) ନିର୍ବାଚନ ହେବ ଏବଂ କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଏପ୍ରିଲ ୬ରେ ମତଦାନ କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସିଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସମେତ ଭାଜପାର କେନ୍ଦ୍ରୀୟ ନେତାମାନଙ୍କ ପ୍ରଚାର ସୁବିଧା ଦୃଷ୍ଟିରୁ ଇସି ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ନେଇଥିବା ମମତା କହିଥିଲେ। ସେହିପରି ଏପ୍ରିଲ ୧ରେ ନନ୍ଦିଗ୍ରାମ ଆସନରେ ମଧ୍ୟ ଭାଜପା ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଗୁଣ୍ଡାମାନେ ଟିଏମ୍‌ସି କର୍ମୀଙ୍କୁ ମତଦାନ କରିବାକୁ ଦେଇ ନ ଥିବା ଟିଏମ୍‌ସି ପ୍ରାର୍ଥୀ ମମତା ଅଭିଯୋଗ ଆଣିଥିଲେ। ଏନେଇ ଇସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଇସି ଶାହାଙ୍କ କଥାରେ ପରିଚାଳିତ ହେଉଥିବା ମମତା ଟାର୍ଗେଟ କରିଥିଲେ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଯିଏ ବାରମ୍ବାର ରେଫରି ବା ଅମ୍ପାୟରଙ୍କୁ ନେଇ ପ୍ରଶ୍ନ ଉଠାଉଥିବେ ବୁଝିବାକୁ ପଡ଼ିବ ଯେ, ତାଙ୍କ ଖେଳରେ ତ୍ରୁଟି ରହିଛି। ତେବେ ମମତାଙ୍କ ଅଭିଯୋଗକୁ ପ୍ରମାଣିତ କରୁଥିବା ଇସିଙ୍କ ଆଉ କେତେକ ନିଷ୍ପତ୍ତି ସମ୍ପର୍କରେ ବିଚାର କରାଯାଇପାରେ।
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ମନ୍ତ୍ରିମଣ୍ଡଳର ପ୍ରଭାବଶାଳୀ ସଦସ୍ୟ ହିମନ୍ତ ବିଶ୍ୱଶର୍ମାଙ୍କ କ୍ଷେତ୍ରରେ ଇସିଙ୍କ ନିଷ୍ପତ୍ତି ଭାରତର ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଜାଲୁକବାରି ଆସନର ଭାଜପା ପ୍ରାର୍ଥୀ ବିଶ୍ୱଶର୍ମା ନିକଟରେ ଏକ ନିର୍ବାଚନୀ ସଭାରେ ବିରୋଧୀ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌) ନେତା ହଗ୍‌ରାମା ମୋହିଲାରିଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଲଗାଇ ଜେଲରେ ପୂରାଇବାକୁ ଧମକ ଦେଇଥିଲେ। ମାର୍ଚ୍ଚ ୩୦ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଇସିଙ୍କ ନିକଟରେ ଏନେଇ ଅଭିଯୋଗ କରାଯାଇଥିଲା। ଫଳରେ ଇସି ବାଧ୍ୟହୋଇ ୪୮ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱଶର୍ମାଙ୍କ ପ୍ରଚାରରେ ରୋକ ଲଗାଇଥିଲେ। କିନ୍ତୁ ଶନିବାର ଇସି ନିଷ୍ପତ୍ତି ବଦଳାଇ ଏହାକୁ ୨୪ ଘଣ୍ଟାକୁ ଖସାଇଦେଇଥିଲେ। ନିର୍ବାଚନ କମିଶନଙ୍କ ଏଭଳି ପଦକ୍ଷେପ ତାଙ୍କୁ ସନ୍ଦେହ ଘେରକୁ ଟାଣିନେଇଛି। କାରଣ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଥିବା ଡିଏମ୍‌କେ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜାଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳି ନ ଥିଲା। ରାଜା ମାର୍ଚ୍ଚ ୨୬ରେ ଏକ ନିର୍ବାଚନୀ ସଭାରେ କହିଥିଲେ, ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନଙ୍କ ଜନ୍ମ ଏକ ଭଲ ସମ୍ପର୍କରୁ ହୋଇଥିବାବେଳେ ପାଲାନିସ୍ବାମୀ ଏକ ଖରାପ ସମ୍ପର୍କରୁ ଜନ୍ମିତ ଅପରିପକ୍ୱ ଶିଶୁ। ରାଜାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଇସି ତାଙ୍କୁ ଜବାବ ମାଗିଥିଲେ। ୩୧ ତାରିଖରେ ରାଜା ଜବାବ ଦାଖଲ କରିବା ପରେ ଏହା ସନ୍ତୋଷଜନକ ନୁହେଁ ବୋଲି କମିଶନ କହିବା ସହ ତାଙ୍କୁ ଡିଏମ୍‌କେ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ଦେଇ ୪୮ ଘଣ୍ଟା ପାଇଁ ତାଙ୍କ ପ୍ରଚାର ଉପରେ ଅଙ୍କୁଶ ଲଗାଇଥିଲେ।
ସେହିପରି ନିକଟରେ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଭାଜପା ପୁଡ଼ୁଚେରୀ ମତଦାତାମାନଙ୍କ ଫୋନ୍‌ ନମ୍ବର ଓ ଆଧାର ତଥ୍ୟର ଅପବ୍ୟବହାର କରୁଥିବା ସାମ୍ନାକୁ ଆସିଥିଲା। ଆଧାର ଲିଙ୍କ୍‌ ଥିବା ଫୋନ୍‌ ନମ୍ବର ସଂଗ୍ରହ କରି ସେମାନଙ୍କ ପାଖକୁ ହ୍ବାଟ୍ସଆପ୍‌ ବାର୍ତ୍ତା ପଠାଇବା ସହ ଗ୍ରୁପ୍‌ରେ ସାମିଲ ହେବା ଲାଗି ଗୈରିକ ଦଳ ଆମନ୍ତ୍ରଣ କରୁଥିବା ଅଭିଯୋଗ ହୋଇଥିଲା। ଡେମୋକ୍ରାଟିକ୍‌ ୟୁଥ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡିଓ୍ବାଇଏଫ୍‌ଆଇ) ନେତା ଏ. ଆନନ୍ଦ ଭାଜପାରୁ ଏଭଳି ଏକ ହ୍ବାଟ୍ସଆପ୍‌ ବାର୍ତ୍ତା ପାଇବା ପରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଥିଲେ। ପୁଡ଼ୁଚେରୀର ସମସ୍ତ ପୋଲିଂ ବୁଥ୍‌ରେ ଏଭଳି ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନ କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହା ବ୍ୟକ୍ତିଗତ ଗୋପନୀୟ ତଥ୍ୟ (ପ୍ରିଭେସି) ଉଲ୍ଲଂଘନ ଓ ସାଇବର ଆତଙ୍କବାଦ ବୋଲି ଆନନ୍ଦ ତାଙ୍କ ପିଟିଶନରେ ଦର୍ଶାଇଥିଲେ। ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଏପ୍ରିଲ ୬ରେ ହେବାକୁ ଥିବାବେଳେ ଏହାକୁ ଘୁଞ୍ଚା ଯାଇପାରିବ କି ବୋଲି ମାର୍ଚ୍ଚ ୨୬ରେ ମାଡ୍ରାସ୍‌ ହାଇକୋର୍ଟ ଇସିଙ୍କୁ ପ୍ରଶ୍ନ କରିଥିଲେ। ଏହାସହ ଅଭିଯୋଗର ତଦନ୍ତ କରି ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବା ପାଇଁ ହାଇକୋର୍ଟ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇସିଙ୍କ ଜବାବ ଦାଖଲ ପରେ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ୍‌ ସେନ୍ଥିକୁମାର ରାଜାମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଭାଜପା ଆଧାର ତଥ୍ୟର ଅପବ୍ୟବହାର କରିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବାରୁ ଏହା ଏକ ଗମ୍ଭୀର ମାମଲା ବୋଲି ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ତେବେ ଅଦ୍ୟାବଧି ନିର୍ବାଚନ କମିଶନ ଏହା ଉପରେ କିଛି ପଦକ୍ଷେପ ନେଇ ନାହାନ୍ତି। ସମଗ୍ର ଘଟଣାକ୍ରମ ଇସିଙ୍କ ଭୂମିକାକୁ ସନ୍ଦେହ ଭିତରକୁ ଟାଣିନେବା ସହ ସାମ୍ବିଧାନିକ ସଂସ୍ଥା ନିରପେକ୍ଷତା ହରାଇବସିଥିବା ପ୍ରମାଣିତ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?