ବିଦ୍ୟୁତ୍‌ ଘରୋଇକରଣକୁ ବିରୋଧ, ଲଢେଇ ପାଇଁ ଆହ୍ବାନ

ବରଗଡ଼ ଅଫିସ,୧୦।୪: ବିଦ୍ୟୁତ୍‌ କ୍ଷେତ୍ରର ଘରୋଇକରଣ ବନ୍ଦ କରିବା ଏବଂ କେନ୍ଦ୍ର ସରକାର ଦ୍ୱାରା ପ୍ରସ୍ତାବିତ ବିଦ୍ୟୁତ୍‌ ସଂଶୋଧିତ ବିଲ୍‌-୨୦୨୨ ବାତିଲକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ବିଦ୍ୟୁତ୍‌ ଦର ବୃଦ୍ଧି ସହ କମ୍ପାନୀଗୁଡିକ ଉପଭୋକ୍ତାଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ଚଳାଇଥିବା ଅଭିଯୋଗ ହୋଇଛି। ଏହି କ୍ରମରେ ‘ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜ୍ୟୁମର ଆସୋସିଏଶନ’ ନାମରେ ରାଷ୍ଟ୍ରୀୟ ସ୍ତରରେ ଏକ ସଙ୍ଗଠନ ଗଠନ କରାଯାଇଛି। ଶନିବାର ଏବଂ ରବିବାର ଭୋପାଳଠାରେ ଉକ୍ତ ସଙ୍ଗଠନର ଦୁଇ ଦିନିଆଁ କର୍ମକର୍ତ୍ତା ସମ୍ମିଳନୀ, ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ ଓ ସମ୍ପାଦକ ହର ବଣିଆଁ ଅଂଶଗ୍ରହଣ କରିଥିଲେ। ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶୈଳେନ୍ଦ୍ର ଦୁବେ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସମର କୁମାର ସିଂହଙ୍କ ସମେତ ସମସ୍ତ ପଦାଧିକାରୀ ବିଦ୍ୟୁତ୍‌ କ୍ଷେତ୍ରର ଘରୋଇକରଣ ବିରୋଧରେ ରଣହୁଙ୍କାର ଦେଇ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ସଧ୍ୟାରେ ଭୋପାଳ ସ୍ଥିତ ଗାନ୍ଧୀ ଭବନରେ ତିନୋଟି ଅଧିବେଶନରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଥମ ଅଧିବେଶନରେ ଜୟ କିଷାନ ଆନ୍ଦୋଳନର ସମ୍ପାଦକ ବଣିଆଁ ଓଡିଶା ସରକାର ବିଜୁଳି କ୍ଷେତ୍ରର ଘରୋଇକରଣ କରିବା ପରେ ଉକ୍ତ କମ୍ପାନୀର ଦୌରାତ୍ମ୍ୟ ବଢି ଚାଲିଥିବା ବିଷୟରେ ଆଲୋଚନା କରିଥିଲେ। ଜୟ କିଷାନ ଆନ୍ଦୋଳନ ସଭାପତି ସାହୁ ଜଳସେଚନ ସହ ବିଦ୍ୟୁତ୍‌ର ସମ୍ପର୍କ ରହିଥିବା ବେଳେ କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ବିଲ୍‌ ଛାଡ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଏହି ସମ୍ମିଳନୀରେ ଏକ ରାଷ୍ଟ୍ରୀୟ କମିଟି ଗଠନ କରାଯାଇଛି। କମିଟିରେ ଜୟ କିଷାନ ଆନ୍ଦୋଳନର ହର ବଣିଆଁ ଏବଂ ସୁଶୀଲ କୁମାର ସାହୁ ରହିଛନ୍ତି। ଏହି ସମ୍ମିଳନୀରେ ଓଡିଶାର ବିଭିନ୍ନ ଜିଲାରୁ ୧୭ ଜଣ ପ୍ରତିନିଧି ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri