ବିଦ୍ୟୁତ୍‌ ଘରୋଇକରଣକୁ ବିରୋଧ, ଲଢେଇ ପାଇଁ ଆହ୍ବାନ

ବରଗଡ଼ ଅଫିସ,୧୦।୪: ବିଦ୍ୟୁତ୍‌ କ୍ଷେତ୍ରର ଘରୋଇକରଣ ବନ୍ଦ କରିବା ଏବଂ କେନ୍ଦ୍ର ସରକାର ଦ୍ୱାରା ପ୍ରସ୍ତାବିତ ବିଦ୍ୟୁତ୍‌ ସଂଶୋଧିତ ବିଲ୍‌-୨୦୨୨ ବାତିଲକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ବିଦ୍ୟୁତ୍‌ ଦର ବୃଦ୍ଧି ସହ କମ୍ପାନୀଗୁଡିକ ଉପଭୋକ୍ତାଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ଚଳାଇଥିବା ଅଭିଯୋଗ ହୋଇଛି। ଏହି କ୍ରମରେ ‘ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜ୍ୟୁମର ଆସୋସିଏଶନ’ ନାମରେ ରାଷ୍ଟ୍ରୀୟ ସ୍ତରରେ ଏକ ସଙ୍ଗଠନ ଗଠନ କରାଯାଇଛି। ଶନିବାର ଏବଂ ରବିବାର ଭୋପାଳଠାରେ ଉକ୍ତ ସଙ୍ଗଠନର ଦୁଇ ଦିନିଆଁ କର୍ମକର୍ତ୍ତା ସମ୍ମିଳନୀ, ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ ଓ ସମ୍ପାଦକ ହର ବଣିଆଁ ଅଂଶଗ୍ରହଣ କରିଥିଲେ। ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶୈଳେନ୍ଦ୍ର ଦୁବେ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସମର କୁମାର ସିଂହଙ୍କ ସମେତ ସମସ୍ତ ପଦାଧିକାରୀ ବିଦ୍ୟୁତ୍‌ କ୍ଷେତ୍ରର ଘରୋଇକରଣ ବିରୋଧରେ ରଣହୁଙ୍କାର ଦେଇ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ସଧ୍ୟାରେ ଭୋପାଳ ସ୍ଥିତ ଗାନ୍ଧୀ ଭବନରେ ତିନୋଟି ଅଧିବେଶନରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଥମ ଅଧିବେଶନରେ ଜୟ କିଷାନ ଆନ୍ଦୋଳନର ସମ୍ପାଦକ ବଣିଆଁ ଓଡିଶା ସରକାର ବିଜୁଳି କ୍ଷେତ୍ରର ଘରୋଇକରଣ କରିବା ପରେ ଉକ୍ତ କମ୍ପାନୀର ଦୌରାତ୍ମ୍ୟ ବଢି ଚାଲିଥିବା ବିଷୟରେ ଆଲୋଚନା କରିଥିଲେ। ଜୟ କିଷାନ ଆନ୍ଦୋଳନ ସଭାପତି ସାହୁ ଜଳସେଚନ ସହ ବିଦ୍ୟୁତ୍‌ର ସମ୍ପର୍କ ରହିଥିବା ବେଳେ କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ବିଲ୍‌ ଛାଡ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଏହି ସମ୍ମିଳନୀରେ ଏକ ରାଷ୍ଟ୍ରୀୟ କମିଟି ଗଠନ କରାଯାଇଛି। କମିଟିରେ ଜୟ କିଷାନ ଆନ୍ଦୋଳନର ହର ବଣିଆଁ ଏବଂ ସୁଶୀଲ କୁମାର ସାହୁ ରହିଛନ୍ତି। ଏହି ସମ୍ମିଳନୀରେ ଓଡିଶାର ବିଭିନ୍ନ ଜିଲାରୁ ୧୭ ଜଣ ପ୍ରତିନିଧି ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri