ନୂଆବର୍ଷ ଅଧରାତିରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତିକୁ ବିରୋଧ

ପୁରୀ ଅଫିସ,୧୯ା୧୧: ଇଂଲିଶ୍‌ ନବବର୍ଷରେ ଶ୍ରୀମନ୍ଦିରର ରୀତିନୀତିକୁ ଉପେକ୍ଷା କରି ଅର୍ଦ୍ଧରାତ୍ରରେ ଦ୍ୱାରଫିଟା ନୀତିକୁ ବିରୋଧ କରିଛନ୍ତି ସୂଚନାଧିକାର କର୍ମୀ ଜୟନ୍ତ ଦାଶ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ପ୍ରଦାନ କରିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି, ସେ ଜଣେ ହିନ୍ଦୁ, ସନାତନ ଧର୍ମ ପାଇଁ ଗର୍ବିତ। ଦୀର୍ଘ ୨୦ ବର୍ଷ ଧରି ପ୍ରଶାସନ ଇଂଲିଶ୍‌ ନୂଆବର୍ଷ ଦିନ ଶ୍ରୀମନ୍ଦିରରେ ସଅଳ ଦ୍ୱାରଫିଟା ନୀତି କରୁଛନ୍ତି। ଯାହାକୁ ଓଡ଼ିଶା ପ୍ରଶାସନ ତଥା ସେବାୟତ ଅନ୍ୟ ଧର୍ମର ନୀତିକୁ ଅନୁସରଣ କରୁଛନ୍ତି। ତେଣୁ ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କୁ ଜୋର ଜବରଦସ୍ତ ଉଠାଯାଉଛି। ଯାହା ସନାତନ ହିନ୍ଦୁ ସଂସ୍କୃତିରେ ନାହିଁ ଓ ଏହା ହିନ୍ଦୁ ବିରୋଧୀ ଅଟେ। ଏହା ଶ୍ରୀଜଗନ୍ନାଥ ମନ୍ଦିର ରୀତିନୀତିର ଉଲ୍ଲଂଘନ ଅଟେ। ଶ୍ରୀମନ୍ଦିର ସତ୍ତ୍ୱଲିପିରେ ମଧ୍ୟ ଇଂଲିଶ୍‌ ନବବର୍ଷରେ ସଅଳ ଦ୍ୱାରଫିଟା ନୀତି ଉଲ୍ଲେଖ ନ ଥିବା ସେ ଦର୍ଶାଇଛନ୍ତି। ଅନ୍ୟ ଧର୍ମ ଅନୁସରଣକାରୀ ଇସ୍କନମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନ ଥାଏ। ତେବେ ଜାନୁୟାରୀ ୧ ତାରିଖରେ କାହିଁକି ରାତି ଅଧରେ ମନ୍ଦିରର ଦ୍ୱାର ଖୋଲାଯାଉଛି। ଯାହା ମହାପ୍ରଭୁଙ୍କ ଧାର୍ମିକ ଭାବନାକୁ କୁଠାରାଘାତ କରୁଛି। ଶ୍ରୀମନ୍ଦିର ପ୍ରଶାସନର ଏପରି କାର୍ଯ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମ ସମ୍ପର୍କରେ ସମଗ୍ର ବିଶ୍ୱକୁ ଭୁଲ୍‌ ବାର୍ତ୍ତା ଯାଉଛି। ତେଣୁ ଚଳିତ ଇଂଲିଶ୍‌ ନବବର୍ଷରେ କୌଣସି ହିନ୍ଦୁ ରୀତିନୀତି କାର୍ଯ୍ୟ ନାହିଁ। ତେଣୁ ରୀତିନୀତି ଅନୁଯାୟୀ ଉକ୍ତ ଦିନ ଠିକ୍‌ ସମୟରେ ଦ୍ୱାରଫିଟା କରାଯାଉ। ଯଦି ରୀତିନୀତକୁକୁ ଉପେକ୍ଷା କରାଯାଇ ନବବର୍ଷକୁ ପ୍ରାଧାନ୍ୟ ଦେଇ ମହାପ୍ରଭୁଙ୍କ ଦ୍ୱାର ନିର୍ଦ୍ଧାରିତ ସମୟଠାରୁ ସଅଳ ଖୋଲାଯାଏ ଏବଂ ହିନ୍ଦୁମାନଙ୍କ ଧାର୍ମିକ ଭାବାବେଗକୁ ଅପମାନିତ କରାଯାଉଛି, ତେବେ ଏ ବିରୋଧରେ ଥାନାରେ ମାମଲା ରୁଜୁ କରିବେ ବୋଲି ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri