ନଗଦ ୩୩ ଲକ୍ଷ ଦେଇ କାର୍‌ କିଣିଥିଲେ ଅର୍ଚ୍ଚନା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗତ ୧୧ ତାରିଖରୁ ୧୦ ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଇତିମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାରେ ଲାଗିଛି। ଖଗେଶ୍ୱରଙ୍କ ରିମାଣ୍ଡ ଅବଧି ଆଉ ୨ଦିନ ବାକି ଥିବାବେଳେ ଇଡି ତାଙ୍କଠାରୁ ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟର ଆର୍ଥିକ କାରବାର ସହ ମାମଲା ସମ୍ପର୍କିତ ବହୁ ଗୁମର ହାସଲ କରିବାକୁ ଉଦ୍ୟମ ଚଳାଇଛି। ଏପରି ସ୍ଥିତିରେ ଏହି ରହସ୍ୟମୟୀଙ୍କ ଦାମୀ ଫୋର୍ଡ ଏନ୍‌ଡିଭର୍‌ କାର୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଉକ୍ତ କାର୍‌ କିଣିବାକୁ କେହି ରାଜନେତା ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିବା କୁହାଯାଉଛି। ଆଉଏକ ବଡ଼ କଥା ହେଲା ସେହି କାର୍‌ର ମଧ୍ୟ ପତ୍ତା ମିଳୁନାହିଁ। ଏହା ପଛରେ କିଛି ବଡ଼ ରହସ୍ୟ ଲୁଚି ରହିଥିବା ସନ୍ଦେହ କରି ଇଡି କାର୍‌ ସଂକ୍ରାନ୍ତରେ ଅଧିକ ଖୋଳତାଡ଼ କରୁଛି। ଅର୍ଚ୍ଚନା ଉକ୍ତ କାର୍‌କୁ ମଞ୍ଚେଶ୍ୱରସ୍ଥିତ କ୍ୟାପିଟାଲ ଫୋର୍ଡ ଶୋ’ରୁମ୍‌ରୁ କିଣିଥିବାରୁ ଇଡି ଅଧିକାରୀମାନେ ଶୁକ୍ରବାର ପୂର୍ବାହ୍ନରେ ପ୍ରାୟ ୧ ଘଣ୍ଟା ଧରି ଶୋ’ରୁମ୍‌ ମାଲିକଙ୍କ ପୁଅଙ୍କୁ ପଚରାଉଚରା କରିଛନ୍ତି। ଏଥିସହ କାର୍‌ କ୍ରୟ ସମ୍ବନ୍ଧିତ ସମସ୍ତ କାଗଜପତ୍ର ଇଡି ତାଙ୍କଠାରୁ ପାଇଛି। କାର୍‌ଟିକୁ ୨୦୨୦ରେ ଅର୍ଚ୍ଚନା ନଗଦ ୩୩ ଲକ୍ଷ ଟଙ୍କା ଦେଇ କିଣିଥିବା ସୂଚନା ମିଳିଛି। ତେବେ ଅର୍ଚ୍ଚନା କେଉଁଠୁ ଏତେ ଟଙ୍କା ଆଣିଲେ ତାହା ଜାଣିବାକୁ ଉତ୍କଣ୍ଠା ଲାଗି ରହିଥିବାବେଳେ ଏଥିରେ କେହି ରାଜନେତାଙ୍କ ଲିଙ୍କ୍‌ ଥିବା କୁହାଯାଉଥିବାରୁ ମାମଲା ଅଧିକ ରୋଚକ ହୋଇଛି। ସମ୍ପୃକ୍ତ ରାଜନେତା କିମ୍ବା ତାଙ୍କ ଇଙ୍ଗିତରେ ଅନ୍ୟକେହି କାର୍‌ଟିକୁ ଲୁଚାଇ ରଖିଥିବା ଇଡି ସନ୍ଦେହ କରି ତଦନ୍ତକୁ ଆଗକୁ ବଢ଼ାଇଛି। ଉକ୍ତ କାର୍‌ ଠାବ ହେଲେ ରାଜନେତାଙ୍କ ଗୁମର ପଦାକୁ ଆସିବ ବୋଲି ଇଡି ଆଶା ରଖିଛି। ସେପଟେ ଖଗେଶ୍ୱରଙ୍କ ରିମାଣ୍ଡ ଅବଧି ସରିବା ପରେ ଇଡି ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେଲରେ ଜେରା କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗଙ୍କୁ ଗତ ୧୩ ତାରିଖରେ ଇଡ଼ି ଭୁବନେଶ୍ୱର କାର୍ଯ୍ୟାଳୟରେ ଜେରା କରି ବହୁ ତଥ୍ୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?