ଆୟୁର୍ବେଦିକ ଚିକିତ୍ସକଙ୍କ ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୯ା୧୨: ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ ଓ କେନ୍ଦ୍ରୀୟ ନୀତି ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ ଯାଜପୁରରୋଡ ଶାଖା ପକ୍ଷରୁ ବିରୋଧ କରାଯାଇଛି। ଏହିକ୍ରମରେ ମଙ୍ଗଳବାର ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଡୁବୁରୀସ୍ଥିତ ମେଡିକା ଚିକିତ୍ସାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘ ସଦସ୍ୟ ଉପସ୍ଥିତ ଜନସାଧାରଣଙ୍କୁ ଏହି ବିଜ୍ଞପ୍ତିର କୁପରିଣାମ ସମ୍ବନ୍ଧରେ ଅବଗତ କରାଇଥିଲେ। ଜଣେ ଆୟୁର୍ବେଦିକ ଚିକିତ୍ସକ ଯାହାଙ୍କର ଶିକ୍ଷାର ମୂଳମନ୍ତ୍ର ଏକଦମ ଅଲଗା କିପରି ମାତ୍ର ୨ ବର୍ଷର ଶଲ୍ୟ ପ୍ରଶିକ୍ଷଣପ୍ରାପ୍ତ ହେବା ପରେ ସାଧାରଣ ଓ ସୁପର ସ୍ପେସିଆଲିଟି ଅପରେଶନ କରିବାକୁ ସକ୍ଷମ ହେବେ ସେ ନେଇ ପ୍ରଶ୍ନ କରାଯାଇଥିଲା। ଅପରେଶନ ପରେ ରୋଗୀ ଏଲୋପାଥିକ ନା ଆୟୁର୍ବେଦିକ ଔଷଧ ସେବନ କରିବେ। ଅପରେଶନ ପାଇଁ ଆବଶ୍ୟକ ନିଶା ଏଲୋପାଥିକ ନିଶ୍ଚେତକ ନା ଆୟୁର୍ବେଦିକ ଚିକିତ୍ସକ ଦେବେ। ଏପରି ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରି ସରକାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସହିତ ଖେଳ ଖେଳୁଛନ୍ତି ବୋଲି ସଂଘର ସଦସ୍ୟମାନେ କହିଥିଲେ। ପ୍ରତିବାଦ ସତ୍ତ୍ବେ ସରକାର ଯଦି ଏହି ଜନସାଧାରଣ ବିରୋଧୀ ବିଜ୍ଞପ୍ତିକୁ ବାତିଲ ନ କରନ୍ତି ତେବେ ଆସନ୍ତା ୧୧ତାରିଖ ସକାଳ ୬ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ବେସରକାରୀ ଓ ସରକାରୀ ଚିକିତ୍ସାଳୟ ବନ୍ଦ ରହିବ ଏବଂ କଣସି ଅଣକୋଭିଡ୍‌ ଚିକିତ୍ସା କରାଯିବ ନାହିଁ ବୋଲି ପ୍ରତିବାଦ ସମୟରେ ଚେତାବନୀ ଦିଆଯାଇଥିଲା। ଏଥିରେ ଜନସାଧାରଣଙ୍କ ନିମନ୍ତେ ଯେଉଁ ଅସୁବିଧା ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କୁହାଯାଇଥିଲା। ବିକ୍ଷୋଭରେ ସଂଘ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରସନ୍ନ କୁମାର ସାହୁ, ସଭାପତି ଡା. ହେମନ୍ତ କିଶୋର ସାହୁ, ସମ୍ପାଦକ ଡା. ଗୌରୀ ଶଙ୍କର ଷଡ଼ଙ୍ଗୀ, ନୃସିଂହଚରଣ ପରିଡା, ଡା. ସୁଦେଷ୍ଣା ଷଡ଼ଙ୍ଗୀ, ଡା. ସନ୍ତୋଷ କୁମାର ପୃଷ୍ଟି, ଡା. ଅନ୍ତର୍ଯ୍ୟାମୀ ସାହୁ, ଡା. ବିକ୍ରମାନନ୍ଦ ମହାରଣା, ଡା. ଆଦ୍ୟା ଅନିନ୍ଦିତା, ମେଡିକା ହସ୍‌ପିଟାଲର ଶୁଭ୍ରାଂଶୁ ଶେଖର ସୂତାର, ଡା. ଜୟନ୍ତ ବୈଦ୍ୟ, ଡା. କୁନାଳ ଗୁପ୍ତା ପ୍ରମୁଖ ଚିକିତ୍ସକ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri