ଆୟୁର୍ବେଦିକ ଚିକିତ୍ସକଙ୍କ ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୯ା୧୨: ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ ଓ କେନ୍ଦ୍ରୀୟ ନୀତି ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ ଯାଜପୁରରୋଡ ଶାଖା ପକ୍ଷରୁ ବିରୋଧ କରାଯାଇଛି। ଏହିକ୍ରମରେ ମଙ୍ଗଳବାର ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଡୁବୁରୀସ୍ଥିତ ମେଡିକା ଚିକିତ୍ସାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘ ସଦସ୍ୟ ଉପସ୍ଥିତ ଜନସାଧାରଣଙ୍କୁ ଏହି ବିଜ୍ଞପ୍ତିର କୁପରିଣାମ ସମ୍ବନ୍ଧରେ ଅବଗତ କରାଇଥିଲେ। ଜଣେ ଆୟୁର୍ବେଦିକ ଚିକିତ୍ସକ ଯାହାଙ୍କର ଶିକ୍ଷାର ମୂଳମନ୍ତ୍ର ଏକଦମ ଅଲଗା କିପରି ମାତ୍ର ୨ ବର୍ଷର ଶଲ୍ୟ ପ୍ରଶିକ୍ଷଣପ୍ରାପ୍ତ ହେବା ପରେ ସାଧାରଣ ଓ ସୁପର ସ୍ପେସିଆଲିଟି ଅପରେଶନ କରିବାକୁ ସକ୍ଷମ ହେବେ ସେ ନେଇ ପ୍ରଶ୍ନ କରାଯାଇଥିଲା। ଅପରେଶନ ପରେ ରୋଗୀ ଏଲୋପାଥିକ ନା ଆୟୁର୍ବେଦିକ ଔଷଧ ସେବନ କରିବେ। ଅପରେଶନ ପାଇଁ ଆବଶ୍ୟକ ନିଶା ଏଲୋପାଥିକ ନିଶ୍ଚେତକ ନା ଆୟୁର୍ବେଦିକ ଚିକିତ୍ସକ ଦେବେ। ଏପରି ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରି ସରକାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସହିତ ଖେଳ ଖେଳୁଛନ୍ତି ବୋଲି ସଂଘର ସଦସ୍ୟମାନେ କହିଥିଲେ। ପ୍ରତିବାଦ ସତ୍ତ୍ବେ ସରକାର ଯଦି ଏହି ଜନସାଧାରଣ ବିରୋଧୀ ବିଜ୍ଞପ୍ତିକୁ ବାତିଲ ନ କରନ୍ତି ତେବେ ଆସନ୍ତା ୧୧ତାରିଖ ସକାଳ ୬ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ବେସରକାରୀ ଓ ସରକାରୀ ଚିକିତ୍ସାଳୟ ବନ୍ଦ ରହିବ ଏବଂ କଣସି ଅଣକୋଭିଡ୍‌ ଚିକିତ୍ସା କରାଯିବ ନାହିଁ ବୋଲି ପ୍ରତିବାଦ ସମୟରେ ଚେତାବନୀ ଦିଆଯାଇଥିଲା। ଏଥିରେ ଜନସାଧାରଣଙ୍କ ନିମନ୍ତେ ଯେଉଁ ଅସୁବିଧା ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କୁହାଯାଇଥିଲା। ବିକ୍ଷୋଭରେ ସଂଘ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରସନ୍ନ କୁମାର ସାହୁ, ସଭାପତି ଡା. ହେମନ୍ତ କିଶୋର ସାହୁ, ସମ୍ପାଦକ ଡା. ଗୌରୀ ଶଙ୍କର ଷଡ଼ଙ୍ଗୀ, ନୃସିଂହଚରଣ ପରିଡା, ଡା. ସୁଦେଷ୍ଣା ଷଡ଼ଙ୍ଗୀ, ଡା. ସନ୍ତୋଷ କୁମାର ପୃଷ୍ଟି, ଡା. ଅନ୍ତର୍ଯ୍ୟାମୀ ସାହୁ, ଡା. ବିକ୍ରମାନନ୍ଦ ମହାରଣା, ଡା. ଆଦ୍ୟା ଅନିନ୍ଦିତା, ମେଡିକା ହସ୍‌ପିଟାଲର ଶୁଭ୍ରାଂଶୁ ଶେଖର ସୂତାର, ଡା. ଜୟନ୍ତ ବୈଦ୍ୟ, ଡା. କୁନାଳ ଗୁପ୍ତା ପ୍ରମୁଖ ଚିକିତ୍ସକ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri