ଆନ୍ଧ୍ରର ପ୍ରସ୍ତାବକୁ ବିରୋଧ

ପଟ୍ଟାଙ୍ଗୀ,୧୩।୬(ଡି.ଏନ.ଏ.): ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ନେଇ ସମାଧାନର ବାଟ ବାହାରିବା ଯେତିକି ବିଳମ୍ବ ହେଉଛି ଆନ୍ଧ୍ର ବିବାଦ ବଢାଇବାରେ ସେତିକି ପ୍ରସ୍ତୁତି ଚଳାଇଛି। କୋଟିଆର ତଳ ଗଞ୍ଜେଇପଦରରେ ଏକ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରି ଆନ୍ଧ୍ର ଏନେଇ ଏକ ରିପୋର୍ଟ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ୀଙ୍କୁ ତାଙ୍କ ବାସଗୃହରେ ଭେଟି ଦେଇଥିଲା। ଏହାକୁ ତୀବ୍ର ବିରୋଧ କରିଥିଲେ ବିଧାୟକ ପାଢୀ। ଏହି ଅବସରରେ ସେ କହିଥିଲେ ଯେ, କୋଟିଆ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର। ଯାହା ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାର ଅଛି ସେମାନେ ଆନ୍ଧ୍ର ରାଜ୍ୟ ସୀମା ଭିତରେ କରନ୍ତୁ ବୋଲି କହି ସେମାନଙ୍କୁ ଫେରାଇ ଦେଇଥିଲେ ।
ସୂଚନାଯୋଗ୍ୟ, ଗତ ୮ ତାରିଖରେ ଆନ୍ଧ୍ରର ଏକ ପ୍ରତିନିଧି ଦଳ ଆଇନଜୀବୀ ଆର. ମହେଶ୍ୱର ରାଓଙ୍କ ନେତୃତ୍ୱରେ ପ୍ରଭାକର ହନ୍ତାଳ, ତଳଗଞ୍ଜେଇପଦର ସରପଞ୍ଚ ଦିବାକର ଗେମେଲ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ତଳ ଗଞ୍ଜେଇପଦରରେ ଏକ ପାୱାର ପ୍ଲାଣ୍ଟ ସ୍ଥାପନ ନେଇ ଆଲୋଚନା କରି ନିଜ ପ୍ରସ୍ତୁତ ରିପୋର୍ଟ ବିଧାୟକ ପାଢୀଙ୍କୁ ଦେଖାଇଥିଲେ। ବିଧାୟକ ପାଢ଼ୀ ଉକ୍ତ ପ୍ରସ୍ତାବକୁ ବିରୋଧ କରି ଯାହା ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ଚାହଁୁଛ ଆନ୍ଧ୍ର ସୀମା ଭିତରେ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ଠାରୁ ଏହି ପ୍ରତିନିଧି ଦଳ ନିରାଶ ହୋଇ ଜିଲାପାଳ ଅବଦାଲ ଏମ. ଅଖତରଙ୍କୁ ଭେଟି ଆଲୋଚନା କରିଥିଲେ। ସୀମାନ୍ତ ଗ୍ରାମଗୁଡିକରେ କିପରି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ସେଥିପାଇଁ ଉଭୟ ରାଜ୍ୟର ଜିଲା ପ୍ରଶାସନର ସହଯୋଗର ଆବଶ୍ୟକତା ରହିଛି କହି ଆନ୍ଧ୍ର ସରକାରଙ୍କ ଅନୁମୋଦିତ ଏହି ପ୍ଲାଣ୍ଟ ସମ୍ପର୍କରେ ରିପୋର୍ଟ ଦେବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ଆନ୍ଧ୍ରର ଏହି ପ୍ରସ୍ତାବ ଉପରେ ଜିଲାପାଳ କୌଣସି ସହଯୋଗ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

ରାଇପାହାଡ଼ରେ ଆନ୍ଧ୍ର ନେତା: ଆନ୍ଧ୍ର ଯୋଜନାରେ ସାମିଲ ପାଇଁ ପ୍ରଲୋଭନ

ନନ୍ଦପୁର/ପାଡୁଆ,୬ା୨(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଗୋଲୁର ପଞ୍ଚାୟତ ରାଇପାହାଡ଼ ଗ୍ରାମରେ ଆନ୍ଧ୍ରପ୍ରଦେଶ ନେତାମାନେ ଗୁରୁବାର ବୈଠକ କରିଛନ୍ତି। ଆନ୍ଧ୍ରର…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri