ଗୋଳାବାରୁଦ କାରଖାନାକୁ ବିରୋଧ, ୧୫୦ ଜଣଙ୍କ ପାଇଁ ବିପଦରେ ପଡ଼ିବେ ଦେଢ଼ ଲକ୍ଷ

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ମହାରାଷ୍ଟ୍ରର ଏକ ଘରୋଇ ବିସ୍ଫୋରକ ଉତ୍ପାଦନ କମ୍ପାନୀ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଘାଟିପଲ୍ଲୀ ଓ ଲଣ୍ଡେଇହିଲଠାରେ ଗୋଳାବାରୁଦ କାରଖାନା ନିର୍ମାଣ ଯୋଜନା କରୁଛି। ତେଣୁ ଏହାକୁ ସଂପୃକ୍ତ ଅଞ୍ଚଳବାସୀ ଦୃଢ଼ ବିରୋଧ କରୁଛନ୍ତି। ଏହିଭଳି ପରିସ୍ଥିତିରେ ରବିବାର ସିପିଆଇ (ଏମ) ପୂର୍ବତନ ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳକୁ ପରିଦର୍ଶନ କରି ଉକ୍ତ ପ୍ରକଳ୍ପ ନିର୍ମାଣ ଯୋଜନାକୁ ବିରୋଧ କରିଥିଲେ। ଏଥିସହ ଏନେଇ ସଂପୃକ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ। କାରଖାନା ଯେଭଳି ସେଠାରେ ନହେବ ସେଥିପାଇଁ ରାଜ୍ୟସାରା ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଗୋଳାବାରୁଦ କାରଖାନା ହେଲେ ତାହାର କୁପ୍ରଭାବ ୧୦ କି.ମି.ପର୍ଯ୍ୟନ୍ତ ପଡିବ। ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦ ସହରରେ ମଧ୍ୟ ତାହାର କୁପ୍ରଭାବ ପଡିବ। କାରଖାନା ନିର୍ମାଣ ହେଲେ ମାତ୍ର ୧୫୦ ଜଣ ମଧ୍ୟରେ ନିଯୁକ୍ତି ପାଇବେ। କିନ୍ତୁ ଏହାର କୁପ୍ରଭାବ ଦେଢ଼ ଲକ୍ଷ ଲୋକଙ୍କ ଉପରେ ପଡିବ। ବାୟୁ, ଜଳ ,ଜଙ୍ଗଲ ଉପରେ ପ୍ରଭାବ ପଡିବ। ତେଣୁ ସରକାର ଏନେଇ କିଛି ପଦକ୍ଷେପ ନେବାକୁ ଦାବି ହୋଇଛି। ସିପିଆଇଏମ ଗଞ୍ଜାମ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା, କ୍ଷେତ ମଜଦୂର ସମ୍ପାଦକ ବିଦ୍ୟାଧର ଜେନା , ଓଡିଶା କୃଷକ ସଭା ଜିଲା ସମ୍ପାଦକ ହରି କୃଷ୍ଣ ରେଡି,ବିଭୁ ପ୍ରସାଦ ପାଣିଗ୍ରାହୀ, ନୀଳମଣି ଗୁରୁ, ଯୁବ ନେତା ଦିଲ୍ଲୀପ ପଗଡ଼,ଦୀନ ବନ୍ଧୁ ଜେନା,ବରିଷ୍ଠ ଆଇନଜୀବୀ ତଥା ସିପିଆଇ (ଏମ) ନେତା ଅଭିମନ୍ୟୁ ଗୌଡ଼ ପ୍ରମୁଖ ଟିମରେ ସାମିଲ ଥିଲେ। କମ୍ପାନୀ ପାଇଁ ଆସନ୍ତା ୩୦ରେ ହେବାକୁ ଥିବା ଜନ ଶୁଣାଣି ଶିବିରକୁ ସ୍ଥଗିତ କରିବା ସହ ଜନ ସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ବନ୍ଦ କରିବାକୁ ସରକାରଙ୍କ ପାଖରେ ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri