Posted inଜାତୀୟ

ଲୋକସଭାରେ ହଙ୍ଗାମା: ଅମିତ ଶାହଙ୍କ ଉପରେ କାଗଜ ଚିରି ଫୋଫାଡ଼ିଲେ ବିରୋଧୀ

ନୂଆଦିଲ୍ଲୀ,୨୦ା୮: ବୁଧବାର ଲୋକସଭାରେ ତୀବ୍ର ହଙ୍ଗାମା ଦେଖାଦେଇଥିଲା, ଯେତେବେଳେ ବିରୋଧୀ ଦଳର ସାଂସଦମାନେ ଗୁରୁତର ଅପରାଧିକ ଅଭିଯୋଗରେ ୩୦ ଦିନ ପାଇଁ ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବା ସମ୍ପର୍କିତ ତିନୋଟି ବିଲ୍‌ର ନକଲ ଫାଡି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତି ପ୍ରତିବାଦ କରିଥିଲେ। ଏହି ବିଲ୍‌ଗୁଡ଼ିକ ଶାହ ସଂସଦରେ ଉପସ୍ଥାପନ କରିବା ପରେ ଏହି ଘଟଣା ଘଟିଥିଲା।

ବିରୋଧୀ ସାଂସଦମାନେ ସଦନର ମଝିରେ ପଶି ନାରାବାଜି କରିଥିଲେ। ଶାହ ଏହି ବିଲ୍‌ଗୁଡ଼ିକୁ ତୀବ୍ର ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ଏହା ସଂସଦୀୟ ଯୁଗ୍ମ କମିଟିକୁ ପଠାଯିବ, ଯେଉଁଠାରେ ବିରୋଧୀ ଦଳ ସମେତ ସମସ୍ତେ ନିଜର ମତ ରଖିପାରିବେ। ସେ କହିଥିଲେ, “ଗୁରୁତର ଅଭିଯୋଗର ସମ୍ମୁଖୀନ ହେଉଥିବା ସମୟରେ ଆମେ ସାମ୍ବିଧାନିକ ପଦରେ ରହିବା ଲଜ୍ଜାଜନକ।”

ଏଆଇଏମଆଇଏମର ଆସାଦୁଦ୍ଦିନ ଓୱେସୀ, କଂଗ୍ରେସର ମନୀଷ ତିୱାରୀ ଓ କେ.ସି. ଭେଙ୍ଗୋପାଳ ଆଦି ବିରୋଧୀ ସାଂସଦ ଏହି ବିଲ୍‌ଗୁଡ଼ିକୁ ସମ୍ବିଧାନ ଓ ଫେଡେରାଲିଜିମ ବିରୋଧୀ ବୋଲି ବର୍ଣ୍ଣନା କରି ବିରୋଧ କରିଥିଲେ। ନିରନ୍ତର ହଙ୍ଗାମା ମଧ୍ୟରେ ସଦନକୁ ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ପୁନର୍ବାର ସଦନ ଆରମ୍ଭ ହେବା ପରେ ଶାହ ଘୋଷଣା କରିଥିଲେ ଯେ, ବିଲ୍‌ଗୁଡ଼ିକ ୩୧ ଜଣିଆ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ, ଯେଉଁଠାରେ ପରବର୍ତ୍ତୀ ଅଧିବେଶନ ପୂର୍ବରୁ ରିପୋର୍ଟ ଉପସ୍ଥାପନ କରାଯିବ। ତେବେ ପ୍ରତିବାଦ ଜାରି ରହିବାରୁ ସଦନ ପୁନର୍ବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା।

ଏହି ବିଲ୍‌ଗୁଡ଼ିକ—କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍‌ ୨୦୨୫, ସମ୍ବିଧାନ (ଏକ ଶହ ତିରିଶତମ ସଂଶୋଧନ) ବିଲ୍‌ ୨୦୨୫ ଏବଂ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌ ୨୦୨୫—ଗୁରୁତର ଅପରାଧିକ ଅଭିଯୋଗରେ ୩୦ ଦିନ ଧରି ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାର ବ୍ୟବସ୍ଥା କରୁଛି। ଯଦି କୌଣସି ନେତା ୫ ବର୍ଷ ବା ତଦୁର୍ଦ୍ଧ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବାର ଅଭିଯୋଗରେ ଲଗାତାର ୩୦ ଦିନ ହାଜତରେ ରହନ୍ତି, ତେବେ ୩୧ତମ ଦିନରେ ସେମାନେ ନିଜ ପଦ ହରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ, ଆଗକୁ ଓଡ଼ିଶା ରାଜନୀତିରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଗକୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ନକ୍‌ଆଉଟ ଟୁର୍ନାମେଣ୍ଟ: ବାରାବାଂସ ଦଳ ବିଜୟୀ

ବନ୍ଧମୁଣ୍ଡା,୧୬ା୩(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଞ୍ଚାୟତଠାରେ ଲାୟନ୍ସ ହାର୍ଟ କ୍ଲବ ପକ୍ଷରୁ ଆୟୋଜିତ ୨ ଦିନିଆ ଷଷ୍ଠ ଇଣ୍ଟର ପଞ୍ଚାୟତ କ୍ରିକେଟ ନକ୍‌ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri