ବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଲାଗିଛି: ବିଜେଡି

ଭୁବନେଶ୍ୱର, ୧୫ା୩(ବ୍ୟୁରୋ): ୫-ଟିକୁ ନେଇ ଭାଜପା ଓ ଶାସକ ଦଳ ମୁହଁ।ମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଙ୍ଗଳବାର ଶୂନ୍ୟକାଳରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ୫-ଟି ପ୍ରସଙ୍ଗକୁ ଯୋଡ଼ି ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଚାଲିଛି। ୧୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉନାହାନ୍ତି। ଭାରତବର୍ଷରେ ଓଡ଼ିଶା ଡ୍ରପ୍‌ଆଉଟରେ ପ୍ରଥମ ସ୍ଥାନରେ ରହିଛି। ପରୀକ୍ଷା ଚାଲିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷା ହଲ୍‌ରେ ଫଟୋ ଉଠାଉଛନ୍ତି। ଏହା କେତେଦୂର ଠିକ୍‌। ସ୍କୁଲରେ ଶିକ୍ଷକ ନାହାନ୍ତି। ଷଷ୍ଠ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ଅରୁ କ୍ଷ ଯାଏ ଆସୁନାହିଁ। ରାଜ୍ୟରେ ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି। ଏଇଟା କ’ଣ ୫-ଟି। ଚାରିଆଡ଼େ ପାକିସ୍ତାନୀ ରଙ୍ଗ ମାରିଦେଲେ କ’ଣ ଶିକ୍ଷା ବ୍ୟବସ୍ଥା ସୁଧୁରିଯିବ। ମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ହେବ ବୋଲି ସେ କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ରାଜ୍ୟର ବଢୁଥିବା ଡ୍ରପ୍‌ଆଉଟ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଗଲାଣି। ବିରୋଧୀ ଦଳ ନେତାଙ୍କ ୫-ଟି ଆକ୍ଷେପକୁ ବିଜେଡି ସଭ୍ୟ ଅରୁଣ ସାହୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଲାଗିଛି । ପ୍ରକୃତରେ ୫-ଟି କ’ଣ ତାହା ତାଙ୍କର ବୁଝିବାର ସାମର୍ଥ୍ୟ ନାହିଁ ନା ବୁଝି ଅବୁଝା ହେଉଛନ୍ତି। ମଙ୍ଗଳବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଶାସକ ଦଳର ବିଧାୟକ ଅରୁଣ ସାହୁ ଏମିତି କଟାକ୍ଷ କରିଛନ୍ତି । ଅରୁଣ କହିଛନ୍ତି, ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉଛନ୍ତି, ଯାହା କି ହାସ୍ୟାସ୍ପଦ। ୫-ଟିକୁ ନେଇ ସେ ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ। ଯଦି ଓଡ଼ିଶାର କୌଣସି ଗାଁକୁ ଯିବେ ଯେଉଁଠି ପ୍ରଗତିର ଲକ୍ଷଣ ଦେଖିବେ, ତାହା ହିଁ ୫-ଟି । ୫-ଟି ଜରିଆରେ ଓଡ଼ିଶାର ସବୁ ନିର୍ବାଚନମଣ୍ଡଳୀରେ ସ୍କୁଲଗୁଡ଼ିକ ରୂପାନ୍ତରିତ ହେଉଛି । କେବଳ ସ୍କୁଲ ରୂପାନ୍ତରଣରେ ଏହା ସୀମିତ ନୁହେଁ, ୫-ଟି ଜରିଆରେ ସାରା ରାଜ୍ୟରେ ରାସ୍ତାଘାଟ, ସେତୁ ନିର୍ମାଣଠୁ ନେଇ ଜଳସେଚନ ପ୍ରକଳ୍ପ ଓ ହସ୍ପିଟାଲ ପ୍ରଭୃତିର ଭିତ୍ତିଭୂମି ନିର୍ମାଣ ଏବଂ ରୂପାନ୍ତରଣ କରାଯାଉଛି । ୫-ଟି ହେଉଛି ଓଡ଼ିଶା ବିକାଶର ବିଚାରଧାରା, ଏକ ପ୍ରଗତିଶୀଳ ଆନ୍ଦୋଳନ। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ୫-ଟିକୁ ପ୍ରଶଂସା କରିଛନ୍ତି। ତେଣୁ ଯେତେବେଳେ ରାଜ୍ୟବାସୀ ଏହି ସକାରାତ୍ମକ ପରିବର୍ତ୍ତନ ଓ ରୂପାନ୍ତରଣକୁ ଅନୁଭବ କରି ଖୁସି ହେଉଛନ୍ତି, ବିରୋଧୀ ଦଳ ନେତା ହୋଇ କିପରି ଏହା ଜାଣିପାରୁନାହାନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ରୂପାନ୍ତରଣ ଯୋଗୁ କାୟାକଳ୍ପ ବଦଳି ଯାଇଥିବା ରାଜ୍ୟର ସ୍କୁଲଗୁଡ଼ିକର ସବୁଜ ରଙ୍ଗକୁ ଦେଖି ବିରୋଧୀ ଦଳ ନେତା ପ୍ରଳାପ କରିବା ଆରମ୍ଭ କଲେଣି। ସେ ଏତେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି ଯେ ସ୍କୁଲର ସବୁଜ ରଙ୍ଗକୁ ନେଇ ପାକିସ୍ତାନ କଥା ଉଠାଇଲେଣି । ସେ ଭୁଲିଯାଉଛନ୍ତି ଯେ ଭାରତର ଜାତୀୟ ପତାକାରେ ଏବଂ ତାଙ୍କ ଦଳ ପତାକାରେ ବି ସବୁଜ ରଙ୍ଗ ରହିଛି । ସେ କ’ଣ ସବୁଜ ପନିପରିବା ବି ଖାଉନାହାନ୍ତି । ଏମିତି ପ୍ରତିଦିନ ନୂଆ ନୂଆ ନାଟକବାଜି କରି ସେ ଯେ କେତେ ଲୋକହସା ହେଉଛନ୍ତି, ତାହା ବୋଧହୁଏ ଜାଣିପାରୁନାହାନ୍ତି ବୋଲି ଅରୁଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri