ବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଲାଗିଛି: ବିଜେଡି

ଭୁବନେଶ୍ୱର, ୧୫ା୩(ବ୍ୟୁରୋ): ୫-ଟିକୁ ନେଇ ଭାଜପା ଓ ଶାସକ ଦଳ ମୁହଁ।ମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଙ୍ଗଳବାର ଶୂନ୍ୟକାଳରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ୫-ଟି ପ୍ରସଙ୍ଗକୁ ଯୋଡ଼ି ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଚାଲିଛି। ୧୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉନାହାନ୍ତି। ଭାରତବର୍ଷରେ ଓଡ଼ିଶା ଡ୍ରପ୍‌ଆଉଟରେ ପ୍ରଥମ ସ୍ଥାନରେ ରହିଛି। ପରୀକ୍ଷା ଚାଲିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷା ହଲ୍‌ରେ ଫଟୋ ଉଠାଉଛନ୍ତି। ଏହା କେତେଦୂର ଠିକ୍‌। ସ୍କୁଲରେ ଶିକ୍ଷକ ନାହାନ୍ତି। ଷଷ୍ଠ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ଅରୁ କ୍ଷ ଯାଏ ଆସୁନାହିଁ। ରାଜ୍ୟରେ ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି। ଏଇଟା କ’ଣ ୫-ଟି। ଚାରିଆଡ଼େ ପାକିସ୍ତାନୀ ରଙ୍ଗ ମାରିଦେଲେ କ’ଣ ଶିକ୍ଷା ବ୍ୟବସ୍ଥା ସୁଧୁରିଯିବ। ମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ହେବ ବୋଲି ସେ କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ରାଜ୍ୟର ବଢୁଥିବା ଡ୍ରପ୍‌ଆଉଟ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଗଲାଣି। ବିରୋଧୀ ଦଳ ନେତାଙ୍କ ୫-ଟି ଆକ୍ଷେପକୁ ବିଜେଡି ସଭ୍ୟ ଅରୁଣ ସାହୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଲାଗିଛି । ପ୍ରକୃତରେ ୫-ଟି କ’ଣ ତାହା ତାଙ୍କର ବୁଝିବାର ସାମର୍ଥ୍ୟ ନାହିଁ ନା ବୁଝି ଅବୁଝା ହେଉଛନ୍ତି। ମଙ୍ଗଳବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଶାସକ ଦଳର ବିଧାୟକ ଅରୁଣ ସାହୁ ଏମିତି କଟାକ୍ଷ କରିଛନ୍ତି । ଅରୁଣ କହିଛନ୍ତି, ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉଛନ୍ତି, ଯାହା କି ହାସ୍ୟାସ୍ପଦ। ୫-ଟିକୁ ନେଇ ସେ ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ। ଯଦି ଓଡ଼ିଶାର କୌଣସି ଗାଁକୁ ଯିବେ ଯେଉଁଠି ପ୍ରଗତିର ଲକ୍ଷଣ ଦେଖିବେ, ତାହା ହିଁ ୫-ଟି । ୫-ଟି ଜରିଆରେ ଓଡ଼ିଶାର ସବୁ ନିର୍ବାଚନମଣ୍ଡଳୀରେ ସ୍କୁଲଗୁଡ଼ିକ ରୂପାନ୍ତରିତ ହେଉଛି । କେବଳ ସ୍କୁଲ ରୂପାନ୍ତରଣରେ ଏହା ସୀମିତ ନୁହେଁ, ୫-ଟି ଜରିଆରେ ସାରା ରାଜ୍ୟରେ ରାସ୍ତାଘାଟ, ସେତୁ ନିର୍ମାଣଠୁ ନେଇ ଜଳସେଚନ ପ୍ରକଳ୍ପ ଓ ହସ୍ପିଟାଲ ପ୍ରଭୃତିର ଭିତ୍ତିଭୂମି ନିର୍ମାଣ ଏବଂ ରୂପାନ୍ତରଣ କରାଯାଉଛି । ୫-ଟି ହେଉଛି ଓଡ଼ିଶା ବିକାଶର ବିଚାରଧାରା, ଏକ ପ୍ରଗତିଶୀଳ ଆନ୍ଦୋଳନ। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ୫-ଟିକୁ ପ୍ରଶଂସା କରିଛନ୍ତି। ତେଣୁ ଯେତେବେଳେ ରାଜ୍ୟବାସୀ ଏହି ସକାରାତ୍ମକ ପରିବର୍ତ୍ତନ ଓ ରୂପାନ୍ତରଣକୁ ଅନୁଭବ କରି ଖୁସି ହେଉଛନ୍ତି, ବିରୋଧୀ ଦଳ ନେତା ହୋଇ କିପରି ଏହା ଜାଣିପାରୁନାହାନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ରୂପାନ୍ତରଣ ଯୋଗୁ କାୟାକଳ୍ପ ବଦଳି ଯାଇଥିବା ରାଜ୍ୟର ସ୍କୁଲଗୁଡ଼ିକର ସବୁଜ ରଙ୍ଗକୁ ଦେଖି ବିରୋଧୀ ଦଳ ନେତା ପ୍ରଳାପ କରିବା ଆରମ୍ଭ କଲେଣି। ସେ ଏତେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି ଯେ ସ୍କୁଲର ସବୁଜ ରଙ୍ଗକୁ ନେଇ ପାକିସ୍ତାନ କଥା ଉଠାଇଲେଣି । ସେ ଭୁଲିଯାଉଛନ୍ତି ଯେ ଭାରତର ଜାତୀୟ ପତାକାରେ ଏବଂ ତାଙ୍କ ଦଳ ପତାକାରେ ବି ସବୁଜ ରଙ୍ଗ ରହିଛି । ସେ କ’ଣ ସବୁଜ ପନିପରିବା ବି ଖାଉନାହାନ୍ତି । ଏମିତି ପ୍ରତିଦିନ ନୂଆ ନୂଆ ନାଟକବାଜି କରି ସେ ଯେ କେତେ ଲୋକହସା ହେଉଛନ୍ତି, ତାହା ବୋଧହୁଏ ଜାଣିପାରୁନାହାନ୍ତି ବୋଲି ଅରୁଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri