ବିରୋଧୀଙ୍କ ହାତରେ ଜଙ୍ଗଲ ନିଆଁ

ଭୁବନେଶ୍ୱର,୧୨ା୩(ବ୍ୟୁରୋ):ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାର ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମଧ୍ୟ ସରଗରମ ହେବା ନେଇ ସଙ୍କେତ ମିଳୁଛି। ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିିଛନ୍ତି। ରାଜ୍ୟର ଶିମିଳିପାଳ ସମେତ ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ସୁରକ୍ଷା ନେଇ ସରକାରଙ୍କୁ ବିରୋଧୀ ସଣ୍ଡୁଆଶି ଆକ୍ରମଣ କରିବାକୁ ଯୋଜନା କରିଛନ୍ତି।
ଏଥିସହିତ ଧାନମଣ୍ଡି, ଆଇନଶୃଙ୍ଖଳା, ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କଠାରୁ କୈଫିୟତ ତଲବ କରିବେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ମୁଲତବୀ ଆଲୋଚନା ଥିବାରୁ ଚଳିତ ଅଧିବେଶନ ଆରମ୍ଭରୁ ସରଗରମ ରହିଛି। ରାଜ୍ୟରେ ମହିଳା, ଶିଶୁ ନିର୍ଯାତନା, ହତ୍ୟା, ଚୋରି, ଛିନତାଇ ବଢ଼ିଚାଲିଛି। ଆଇନଶୃଙ୍ଖଳା ଏକପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଛି। ଏହି ସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜବାବ ତଲବ କରାଯିବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି। ଧାନ ମଣ୍ଡିରେ ପଡ଼ିଛି। ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ମିଲର୍‌, ସରକାରୀ ଅଫିସରଙ୍କ ଦ୍ୱାରା ଚାଷୀ ଶୋଷିତ ହେଉଛନ୍ତି। ସବୁ ଧାନ ନେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ବି ଚାଷୀମାନେ ରାସ୍ତାରେ ଧାନ ରଖି ପ୍ରତିବାଦ କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ଭାଜପା ବିଧାନସଭାରେ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛି। ସେହିପରି ବିରୋଧୀ କଂଗ୍ରେସ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ପୁଣି ଜୋରଦାର ଆକ୍ରମଣ କରିବାକୁ ରଣନୀତି କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ସରକାର ବିଧାନସଭା ଓ ଲୋକଙ୍କୁ ଠକିଛନ୍ତି। ଧାନ ଏବେ ବି ମଣ୍ଡିରେ ପଡ଼ିରହିଛି। ଯେଉଁ ସରକାରୀ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ରହୁଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସମବାୟ ମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଇଥିଲେ ଅସାଧୁ ଅଫିସର ଓ ଜାଲ୍‌ ଟୋକନଧାରୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ହେବ। ପ୍ରତ୍ୟେକ ଦିନ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଜୋରଦାର ଉଠାଇବ। ଆଇନଶୃଙ୍ଖଳା ଅନ୍ୟ ଏକ ଇସ୍ୟୁ। ମୟୂରଭଞ୍ଜରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟା ଓ ବଳାତ୍କାର ଭଳି ଘଟଣା ବଢ଼ିଚାଲିଛି। ଏ ସବୁ ବିଷୟକୁ ଦଳ ବିଧାନସଭାରେ ଉଠାଇବ। ଏହାଛଡ଼ା ରାଜ୍ୟର ସୀମା ବିବାଦ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ। ସରକାର ରାଜ୍ୟର ସୀମାକୁ ସୁରକ୍ଷା ଦେଇପାରିଲେ ନାହିଁ। ଜଙ୍ଗଲ ନିଅଁା କିଛି ନୂଆ ନୁହେଁ। ପ୍ରତ୍ୟେକ ବର୍ଷ ଜଙ୍ଗଲରେ ନିଅଁା ଲାଗୁଛି। ତେବେ ନିଅଁା ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଜଙ୍ଗଲ ବିଭାଗରେ ଅଧାରୁ ଅଧିକ ପଦବୀ ଖାଲିପଡ଼ିଛି। ଷ୍ଟାଣ୍ଡିଂ କମିଟି ବୈଠକରେ ମଧ୍ୟ ଏ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଏଭଳି ଅନେକ ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କଠାରୁ ଜବାବ ମାଗିବ ବୋଲି ନରସିଂହ କହିଛନ୍ତି।
ବିରୋଧୀଙ୍କୁ ମୁକାବିଲା କରିବା ନେଇ ଶାସକ ବିଜେଡି ମଧ୍ୟ ସଜାଗ ରହିଛି। ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ଏହାଛଡ଼ା କେନ୍ଦ୍ର ଅବହେଳା, ରେଳ ବଜେଟରେ ଓଡ଼ିଶାକୁ ଅଣଦେଖା, କେନ୍ଦ୍ରୀୟ ଯୋଜନା ହ୍ରାସ ଆଦି ପ୍ରସଙ୍ଗରେ ବିଜେଡି ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିବା ନେଇ ସୂଚନା ମିଳିଛି।
ଏଥିସହିତ ଚଳିତ ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ ହେବାର ଅଛି। ସେଥିରୁ ବିବାଦୀୟ ଓଡିଶା ଏଗ୍ରିକଲଚର ପ୍ର୍ରଡ୍ୟୁସ ଆଣ୍ଡ୍‌ ଲାଇଭଷ୍ଟକ ମାର୍କେଟିଂ(ପ୍ରମୋସନ ଆଣ୍ଡ୍‌ ଫାସିଲିଟେଶନ) ବିଲ୍‌-୨୦୨୦କୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଏହି ବିଲକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡିକ ମଧ୍ୟରେ ଦୀର୍ଘଦିନ ହେବ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ତେବେ ଓଡିଶାରେ ଏ ସଂକ୍ରାନ୍ତ ବିଲ୍‌ ଆସିଲେ ଚାଷୀମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ବିଲ୍‌କୁ ବିରୋଧୀ କଂଗ୍ରେସ ବିରୋଧ କରିବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ଶୁକ୍ରବାର ବିଧାନସଭାରେ ସମସ୍ତ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ କରାଯିବ। ୧୫ରୁ ୨୭ ତାରିଖ ଯାଏ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ୩୧ରେ ବ୍ୟୟମଞ୍ଜୁରୀ ବିଲ୍‌ ଗୃହରେ ଆଗତ ହେବ। ଏହି ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି।
ଦ୍ୱିତୀୟ ପର୍ଯ୍ୟାୟ ସକାଶେ ବିଧାନସଭାକୁ ପ୍ରବେଶ ପାଇଁ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ କେବଳ ବିଧାନସଭାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ। ସେହି ଅନୁଯାୟୀ ବୁଧବାର ଓ ଗୁରୁବାର ଦୁଇଦିନ ଧରି ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କର କରୋନା ଟେଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri