ରାୟଗଡ଼ା ଝୁଲାପୋଲ ସିଲ୍‌କୁ ବିରୋଧ

ରାୟଗଡ଼ା ଅଫିସ,୨୭ା୯:କଟକ ସ୍ଥିତ ଧବଳେଶ୍ୱର ପରେ ରାୟଗଡ଼ା ସ୍ଥିତ ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ ଭାବେ ପ୍ରସିଦ୍ଧ। ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ହେଲେ ଏହି ଝୁଲାପୋଲ ଏବେ ପ୍ରଶାସନ ପକ୍ଷରୁ ରବିବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଝୁଲାପୋଲ ବୁଲିବାକୁ ଅସି ନାଗାବଳୀ ନଦୀରେ ଗାଧୋଇବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇ ବାରମ୍ବାର ପର୍ଯ୍ୟଟକଙ୍କ ମୃତ୍ୟୁ ଘଟୁଛି। ଗତ ଅଗଷ୍ଟ ମାସରେ ଆନ୍ଧ୍ର ପ୍ରଦେଶରୁ ଏକ ପରିବାର ବୁଲିବାକୁ ଆସିଥିବା ବେଳେ ୪ ସଦସ୍ୟ ଭାସିଯାଇଥିଲେ। ୩ ଜଣଙ୍କ ଜୀବନ ବଞ୍ଚି ଯାଇଥିବାବେଳେ ସାନପୁଅର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପୋଲ ବନ୍ଦ କରିବା ପାଇଁ ମତପ୍ରକାଶ ପାଇଥିଲା। ଫଳରେ ତହସିଲଦାର ତାପସ ରାଉତ ଏବଂ ଅତିରିକ୍ତ ତହସିଲଦାର ସୁନୀଲ ଖରା ପ୍ରମୁଖ ପହଞ୍ଚି ପୋଲିସ ଉପସ୍ଥିତିରେ ଲୁହାବାଡ଼ ଦେଇ ସିଲ୍‌ କରିଥିଲେ। ଅନ୍ୟପକ୍ଷରେ ପୋଲକୁ ସିଲ୍‌ କରାଯିବା ପରେ ଉଭୟ ପାର୍ଶ୍ୱରେ ରହୁଥିବା ଗ୍ରାମବାସୀ ଏହାକୁ ବିରୋଧ କରି ସୋମବାର ପୋଲ ନିକଟରେ ଧାରଣା ଦେଇଛନ୍ତି। ଅଞ୍ଚଳବାସୀ ଯାତାୟାତ ପାଇଁ ମଧ୍ୟ ଏହି ପୋଲକୁ ବ୍ୟବହାର କରୁଥିଲେ। ତେଣୁ ଶୀଘ୍ର ବିକଳ୍ପ ବ୍ୟବସ୍ଥା କରି ଏହାକୁ ଖୋଲିବାକୁ ସେମାନେ ଦାବି କରିଛନ୍ତି।
ଅଞ୍ଚଳବାସୀଙ୍କ କହିବା ହେଲା, ଏହି ରାସ୍ତା ବନ୍ଦ କରାଯିବା ପରେ ପିଲାମାନେ ୨ କିମି ବୁଲି ସ୍କୁଲ ଯାଉଛନ୍ତି। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଏବଂ ଶ୍ରମିକମାନେ କାମ କରିବାକୁ ମଧ୍ୟ ଯିବାକୁ ଦୂର ହେଉଛି ବୋଲି ନିକଟସ୍ଥ ମାରିଗୁଡ଼ା ଗ୍ରାମର ଦିଲୀପ ତାଡ଼ିଙ୍ଗି କହିଛନ୍ତି। ପୋଲ ବନ୍ଦ ପାଇଁ ପ୍ରସ୍ତୁତି ବେଳେ ଶନିବାର ଗ୍ରାମବାସୀ ସମସ୍ୟା ଜଣାଇଥିଲେ। ତେବେ ଏହାକୁ ନ ଶୁଣି ରବିବାର ଅଧିକାରୀମାନେ ଖରାବେଳିଆ ଆସି ପୋଲ ସିଲ୍‌ କରିଥିବା ଗ୍ରାମବାସୀ ପ୍ରକାଶ କହିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି, ପର୍ଯ୍ୟଟକ ଝୁଲାପୋଲରେ ବୁଲିବା ସମୟରେ ମୃତ୍ୟୁ ଘଟୁନାହିଁ। ନାଗାବଳୀ ନଦୀଠାରୁ ପ୍ରାୟ ୧୦୦ ମିଟର ଉପରେ ଝୁଲାପୋଲ ରହିଛି। ପୋଲରୁ ଓହ୍ଲାଇ ନଦୀରେ ସେଲ୍‌ଫି ନେବା ସମୟରେ ଏବଂ ଗାଧୋଇବା ସମୟରେ ପର୍ଯ୍ୟଟକ ଭାସିଯାଉଛନ୍ତି। ତେଣୁ ପୋଲକୁ ବନ୍ଦ କରିବା ଏକମାତ୍ର ସମାଧାନ ନୁହେଁ। ନଦୀକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ବାରଣ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ନଦୀ ନିକଟରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବା ଉଚିତ। ଅନୁମତିି ଦେଲେ ଗ୍ରାମର କେତେଜଣ ବ୍ୟକ୍ତି ନଦୀ ନିକଟରେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିବେ ବୋଲି ଗ୍ରାମବାସୀ ପ୍ରଶାସନକୁ ଜଣାଇଥିଲେ। ତଥାପି କାହା କଥା ନ ଶୁଣି ପୋଲ ବନ୍ଦ କରାଯାଇଛି। ଶୀଘ୍ର ଏହି ରାସ୍ତା ଖୋଲାଯାଉ ବୋଲି ସେମାନେ ଦାବି କରିଛନ୍ତି। ପୋଲ ବନ୍ଦ ହେବାପରେ ସୋମବାର ନିକଟସ୍ଥ ଗ୍ରାମର କେତେଜଣ ବ୍ୟକ୍ତି ପୋଲ ପାର୍ଶ୍ୱରୁ ଗଛଲତା କାଟି ବିପଜ୍ଜନକ ଅବସ୍ଥାରେ ପୋଲ ଉପରକୁ ଚଢ଼ୁଥିବା ମଧ୍ୟ ଦୃଷ୍ଟିକୁ ଆସିଛି। ସୂଚନାଯୋଗ୍ୟ, ଝୁଲାପୋଲ ନିକଟରେ ୫ ବର୍ଷ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନାଗାବଳୀ ନଦୀରେ ଚାଲିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri