ରାୟଗଡ଼ା ଝୁଲାପୋଲ ସିଲ୍‌କୁ ବିରୋଧ

ରାୟଗଡ଼ା ଅଫିସ,୨୭ା୯:କଟକ ସ୍ଥିତ ଧବଳେଶ୍ୱର ପରେ ରାୟଗଡ଼ା ସ୍ଥିତ ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ ଭାବେ ପ୍ରସିଦ୍ଧ। ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ହେଲେ ଏହି ଝୁଲାପୋଲ ଏବେ ପ୍ରଶାସନ ପକ୍ଷରୁ ରବିବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଝୁଲାପୋଲ ବୁଲିବାକୁ ଅସି ନାଗାବଳୀ ନଦୀରେ ଗାଧୋଇବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇ ବାରମ୍ବାର ପର୍ଯ୍ୟଟକଙ୍କ ମୃତ୍ୟୁ ଘଟୁଛି। ଗତ ଅଗଷ୍ଟ ମାସରେ ଆନ୍ଧ୍ର ପ୍ରଦେଶରୁ ଏକ ପରିବାର ବୁଲିବାକୁ ଆସିଥିବା ବେଳେ ୪ ସଦସ୍ୟ ଭାସିଯାଇଥିଲେ। ୩ ଜଣଙ୍କ ଜୀବନ ବଞ୍ଚି ଯାଇଥିବାବେଳେ ସାନପୁଅର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପୋଲ ବନ୍ଦ କରିବା ପାଇଁ ମତପ୍ରକାଶ ପାଇଥିଲା। ଫଳରେ ତହସିଲଦାର ତାପସ ରାଉତ ଏବଂ ଅତିରିକ୍ତ ତହସିଲଦାର ସୁନୀଲ ଖରା ପ୍ରମୁଖ ପହଞ୍ଚି ପୋଲିସ ଉପସ୍ଥିତିରେ ଲୁହାବାଡ଼ ଦେଇ ସିଲ୍‌ କରିଥିଲେ। ଅନ୍ୟପକ୍ଷରେ ପୋଲକୁ ସିଲ୍‌ କରାଯିବା ପରେ ଉଭୟ ପାର୍ଶ୍ୱରେ ରହୁଥିବା ଗ୍ରାମବାସୀ ଏହାକୁ ବିରୋଧ କରି ସୋମବାର ପୋଲ ନିକଟରେ ଧାରଣା ଦେଇଛନ୍ତି। ଅଞ୍ଚଳବାସୀ ଯାତାୟାତ ପାଇଁ ମଧ୍ୟ ଏହି ପୋଲକୁ ବ୍ୟବହାର କରୁଥିଲେ। ତେଣୁ ଶୀଘ୍ର ବିକଳ୍ପ ବ୍ୟବସ୍ଥା କରି ଏହାକୁ ଖୋଲିବାକୁ ସେମାନେ ଦାବି କରିଛନ୍ତି।
ଅଞ୍ଚଳବାସୀଙ୍କ କହିବା ହେଲା, ଏହି ରାସ୍ତା ବନ୍ଦ କରାଯିବା ପରେ ପିଲାମାନେ ୨ କିମି ବୁଲି ସ୍କୁଲ ଯାଉଛନ୍ତି। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଏବଂ ଶ୍ରମିକମାନେ କାମ କରିବାକୁ ମଧ୍ୟ ଯିବାକୁ ଦୂର ହେଉଛି ବୋଲି ନିକଟସ୍ଥ ମାରିଗୁଡ଼ା ଗ୍ରାମର ଦିଲୀପ ତାଡ଼ିଙ୍ଗି କହିଛନ୍ତି। ପୋଲ ବନ୍ଦ ପାଇଁ ପ୍ରସ୍ତୁତି ବେଳେ ଶନିବାର ଗ୍ରାମବାସୀ ସମସ୍ୟା ଜଣାଇଥିଲେ। ତେବେ ଏହାକୁ ନ ଶୁଣି ରବିବାର ଅଧିକାରୀମାନେ ଖରାବେଳିଆ ଆସି ପୋଲ ସିଲ୍‌ କରିଥିବା ଗ୍ରାମବାସୀ ପ୍ରକାଶ କହିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି, ପର୍ଯ୍ୟଟକ ଝୁଲାପୋଲରେ ବୁଲିବା ସମୟରେ ମୃତ୍ୟୁ ଘଟୁନାହିଁ। ନାଗାବଳୀ ନଦୀଠାରୁ ପ୍ରାୟ ୧୦୦ ମିଟର ଉପରେ ଝୁଲାପୋଲ ରହିଛି। ପୋଲରୁ ଓହ୍ଲାଇ ନଦୀରେ ସେଲ୍‌ଫି ନେବା ସମୟରେ ଏବଂ ଗାଧୋଇବା ସମୟରେ ପର୍ଯ୍ୟଟକ ଭାସିଯାଉଛନ୍ତି। ତେଣୁ ପୋଲକୁ ବନ୍ଦ କରିବା ଏକମାତ୍ର ସମାଧାନ ନୁହେଁ। ନଦୀକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ବାରଣ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ନଦୀ ନିକଟରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବା ଉଚିତ। ଅନୁମତିି ଦେଲେ ଗ୍ରାମର କେତେଜଣ ବ୍ୟକ୍ତି ନଦୀ ନିକଟରେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିବେ ବୋଲି ଗ୍ରାମବାସୀ ପ୍ରଶାସନକୁ ଜଣାଇଥିଲେ। ତଥାପି କାହା କଥା ନ ଶୁଣି ପୋଲ ବନ୍ଦ କରାଯାଇଛି। ଶୀଘ୍ର ଏହି ରାସ୍ତା ଖୋଲାଯାଉ ବୋଲି ସେମାନେ ଦାବି କରିଛନ୍ତି। ପୋଲ ବନ୍ଦ ହେବାପରେ ସୋମବାର ନିକଟସ୍ଥ ଗ୍ରାମର କେତେଜଣ ବ୍ୟକ୍ତି ପୋଲ ପାର୍ଶ୍ୱରୁ ଗଛଲତା କାଟି ବିପଜ୍ଜନକ ଅବସ୍ଥାରେ ପୋଲ ଉପରକୁ ଚଢ଼ୁଥିବା ମଧ୍ୟ ଦୃଷ୍ଟିକୁ ଆସିଛି। ସୂଚନାଯୋଗ୍ୟ, ଝୁଲାପୋଲ ନିକଟରେ ୫ ବର୍ଷ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନାଗାବଳୀ ନଦୀରେ ଚାଲିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri