Posted inଜାତୀୟ

ବିଦେଶୀ ଘୋଷଣାର ୯ ବର୍ଷ ପରେ ନାଗରିକତ୍ୱ ପ୍ରମାଣ ଲାଗି ସୁଯୋଗ

ଗୁଆହାଟୀ,୨୩।୧(ଆଇଏଏନ୍‌ଏସ୍‌): ଆସାମ କରିମଗଞ୍ଜ ଜିଲା ବାସିନ୍ଦା ରଞ୍ଜିତ ଦାସଙ୍କ ନାଗରିକତ୍ୱକୁ ନେଇ ବିବାଦ ଦେଖାଦେଇଥିଲା। ସ୍ଥାନୀୟ ଫରେନର୍ସ ଟ୍ରିବ୍ୟୁନାଲଙ୍କ ନିକଟରେ ସେ ଦାଖଲ କରିଥିବା ଅଧିକାଂଶ ଦସ୍ତାବିଜ୍‌ରେ ତାଳମେଳ ନ ଥିବାରୁ ୯ ବର୍ଷ ପୂର୍ବେ କୋର୍ଟ ତାଙ୍କୁ ବିଦେଶୀ ଘୋଷଣା କରିଥିଲେ। ରଞ୍ଜିତ ଦାଖଲ କରିଥିବା ଏକାଧିକ ଦସ୍ତାବିଜ୍‌ରେ ତାଙ୍କ ପୂର୍ବପୁରୁଷଙ୍କ ନାମ ଭିନ୍ନ ଥିଲା। ସେଥିରେ ବାପାଙ୍କ ନାଁ ନନ୍ଦଲାଲ ଦାସ ଥିବାବେଳେ ରଞ୍ଜିତଙ୍କ ଦଶମ ଶ୍ରେଣୀ ଆଡମିଟ୍‌ କାର୍ଡରେ ବାପାଙ୍କ ନାମ ନନ୍ଦକୁମାର ଦାସ ରହିଥିଲା।

ସେହିପରି ତାଙ୍କ ଜେଜେବାପାଙ୍କ ନାମ ମଧ୍ୟ ବିଭିନ୍ନ କାଗଜପତ୍ରରେ ଅଲଗା ରହିଥିଲା। ଭାରତୀୟ ନାଗରିକତ୍ୱ ପ୍ରମାଣ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଦସ୍ତାବିଜ ଦାଖଲ କରିବାରେ ରଞ୍ଜିତ୍‌ ବିଫଳ ହୋଇଥିଲେ। ତେଣୁ ସେ ଜଣେ ବିଦେଶୀ ଏବଂ ୧୯୭୧ ପରେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା କରିମଗଞ୍ଜ ଫରେନର ଟ୍ରିବ୍ୟୁନାଲ କୋର୍ଟ ୯ ବର୍ଷ ପୂର୍ବେ ଘୋଷଣା କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସେ ଗୁଆହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଭିନ୍ନ ଭିନ୍ନ ଭୋଟର ତାଲିକାରେ ରଞ୍ଜିତଙ୍କ ବାପାଙ୍କ ନାମ ନନ୍ଦଲାଲ ଥିବାବେଳେ କେବଳ ଆଡମିଟ୍‌ କାର୍ଡରେ ନନ୍ଦକୁମାର ହୋଇଛି। ତେଣୁ ନାଗରିକତ୍ୱ ପ୍ରମାଣ ଲାଗି ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri