ସୁବିଧାବାଦୀ ସହକର୍ମୀ

ସଫଳ କ୍ୟାରିୟର ପାଇଁ ଅନେକ ପରିଶ୍ରମ ତ କରିବାକୁ ପଡିଥାଏ, କିନ୍ତୁ ବେଳେବେଳେ ପରିଶ୍ରମର ଶ୍ରେୟ ନିଜକୁ ନ ମିଳି ମିଳିଥାଏ ଆଉ କାହାକୁ। ଅଫିସରେ ସହକର୍ମୀମାନଙ୍କ ଚାଲାକି ପାଇଁ ଅନେକ ସମୟରେ ବସ୍‌ଙ୍କଠାରୁ ଗାଳି ଶୁଣିବାକୁ ବି ପଡ଼େ। କର୍ମକ୍ଷେତ୍ରରେ ଏଭଳି ପରିସ୍ଥିତି ରହୁଥିଲେ ଚତୁରତାର ସହ ସାମ୍ନା କରିବା ବୁଦ୍ଧିମତ୍ତାର କାମ…
ପରିଶ୍ରମ କରିବେ ଆପଣ, କିନ୍ତୁ ଶ୍ରେୟ ମିଳିବ ଅନ୍ୟ ଜଣଙ୍କୁ। ସହକର୍ମୀଙ୍କ ଚାଲାକି ପାଇଁ ଅନେକ ଥର ଅଫିସରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥାଏ। କର୍ମକ୍ଷେତ୍ରରେ ଏଭଳି ଅବସ୍ଥାରେ କ’ଣ କଲେ ନିଜ କାମର କ୍ରେଡିଟ୍‌ ନିଜକୁ ମିଳିବ ସେସବୁ ଜାଣିବା ନିହାତି ଦରକାର।
ବସ୍‌ଙ୍କୁ ଜଣାନ୍ତୁ: ପ୍ରଥମ କଥା ହେଉଛି ଆପଣ କ’ଣ ସବୁ କାମ କରୁଛନ୍ତି ସେକଥା ଅଫିସରେ ମୁଖ୍ୟତଃ ବସ୍‌ଙ୍କୁ ଜଣାଇବା ଦରକାର। କର୍ପୋରେଟ୍‌ ଜଗତରେ ଚୁପ୍‌ଚାପ୍‌ ବସି କେବଳ କାମ କରିବା ଯଥେଷ୍ଟ ନୁହେଁ। ନିଜ ପ୍ରୋଜେକ୍ଟ କିମ୍ବା ପ୍ଲାନ୍‌ ବିଷୟରେ ଅଫିସ୍‌ ମିଟିଂରେ ଜଣାନ୍ତୁ। ଅଫିସରେ ଯଦି ବସ୍‌ ଆପଣଙ୍କ କାମ ବିଷୟରେ ଅବଗତ ରହିବେ ତେବେ ଅନ୍ୟ କେହି ସହକର୍ମୀ ସେହି କାମ ପାଇଁ କ୍ରେଡିଟ୍‌ ନେବାକୁ ଚେଷ୍ଟା କରିବେ ନାହିଁ।
ରାଗନ୍ତୁ ନାହିଁ: ବହୁ ପରିଶ୍ରମ କରିବା ପରେ ଯେତେବେଳେ ଅଫିସରେ ଅନ୍ୟ ଜଣେ ସହକର୍ମୀ ସେହି କାମର କ୍ରେଡିଟ୍‌ ନିଅନ୍ତି ସେତେବେଳେ ମନ ଖରାପ ଲାଗେ। କିନ୍ତୁ ଏ ସମୟରେ ସହକର୍ମୀଙ୍କ ଉପରେ ଆଦୌ ରାଗନ୍ତୁ ନାହିଁ। ସମସ୍ତଙ୍କ ଆଗରେ ରାଗିବା ଦ୍ୱାରା ନିଜର ଭାବମୂର୍ତ୍ତି ନଷ୍ଟହେବ। ତେଣୁ ଏଭଳି ସମୟରେ ଶାନ୍ତ ମନରେ ହିଁ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ।
ସିନିୟରଙ୍କ ସହାୟତା ନିଅନ୍ତୁ: ନିଜ କାମର ଶ୍ରେୟ ଯଦି ଅଫିସରେ ଅନ୍ୟ କେହି ଜଣେ ନେବାପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି ତେବେ ଏଭଳି କ୍ଷେତ୍ରରେ ଆପଣ ସିନିୟରଙ୍କ ସାହାଯ୍ୟ ନିଅନ୍ତୁ। ଅଫିସରେ ଯେଉଁ ସିନିୟରଙ୍କ ଉପରେ ଆପଣଙ୍କର ବିଶ୍ୱାସ ଓ ଭରସା ରହିଛି ତାଙ୍କ ସହାୟତା ନେଇ ଆପଣ କରୁଥିବା କାମ ସମ୍ପର୍କରେ ଜଣାନ୍ତୁ। ପ୍ରତିଦିନ ଆପଣ କରୁଥିବା କାମ ସମ୍ପର୍କରେ ତାଙ୍କୁ ଅବଗତ କରାନ୍ତୁ। ତେଣୁ ଆବଶ୍ୟକ ସମୟରେ ସେହି ସିନିୟର ସହକର୍ମୀ ଆପଣଙ୍କ ପକ୍ଷ ନେଇପାରନ୍ତି।
କାମକୁ ଗୋପନୀୟ ରଖନ୍ତୁ: ଅଫିସରେ କୌଣସି ନୂଆ କାମ କରୁଥିଲେ ସେନେଇ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ କିମ୍ବା କାହାକୁ ଦେଖାନ୍ତୁ ନାହିଁ। ଏମିତିକି ସମସ୍ତଙ୍କୁ ଏକ ପ୍ରକାର ପ୍ରୋଜେକ୍ଟ କାମ ଦିଆଯାଇଥିଲେ ବି ଆପଣ କରୁଥିବା କାମକୁ ଗୋପନୀୟ ରଖନ୍ତୁ। କାମ ଶେଷ ହେବା ପରେ ହିଁ ନିଜେ ହସ୍ତାନ୍ତର କରନ୍ତୁ।
ସତର୍କ ରୁହନ୍ତୁ: ଅଫିସରେ ଯଦି କେହି ସହକର୍ମୀ ଆପଣଙ୍କ କାମର ଶ୍ରେୟ ନେଉଥାନ୍ତି ତେବେ ତାଙ୍କ ପ୍ରତି ସତର୍କ ରୁହନ୍ତୁ। ଆପଣଙ୍କର କୌଣସି କାମ ବିଷୟରେ ତାଙ୍କୁ କିଛି ବି କୁହନ୍ତୁ ନାହିଁ। ନିଜ ପ୍ରୋଜେକ୍ଟ ବିଷୟରେ କୌଣସି ପ୍ରକାର ସୂଚନା ଦିଅନ୍ତୁ ନାହିଁ। ଏମିତିକି ସେନେଇ ତାଙ୍କ ସହ କୌଣସି ପରାମର୍ଶ କିମ୍ବା କଥାବାର୍ତ୍ତା କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri