ବିରୋଧୀ ଛାନିଆ, ଦୁଇଟି ଆସନରୁ ଲଢିବେ ନବୀନ!

ଭୁବନେଶ୍ୱର,୬।୪: ରାଜ୍ୟବାସୀ ଦେଖିବାକୁ ଯାଉଛନ୍ତି ପଶ୍ଚିମ ଓଡ଼ିଶାରେ ବଡ଼ ଲଢେଇ। ଏବେ ୨୪ ନିର୍ବାଚନର ବଡ଼ ମଇଦାନ ସାଜିଛି ପଶ୍ଚିମ ଓଡ଼ିଶା। ଓଡିଶାର ହଟ୍‌ ସିଟ ପାଲଟିବାକୁ ଯାଉଛି ପଶ୍ଚିମ ଓଡ଼ିଶା। ଏକଥା ଆମେ କହୁନୁ, ରାଜ୍ୟ ରାଜନୀତିରେ ଜୋର ଧରିଲାଣି ଚର୍ଚ୍ଚା। ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବି ୨ଟି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ୨୦୧୯ ଭଳି ୨୦୨୪ରେ ବି ବିଜୁ ଜନତା ଦଳ(BJD) ଏମିତି କିଛି ମାଷ୍ଟରପ୍ଲାନ କରୁଥିବା ଚର୍ଚ୍ଚା ହେଉଛି ।

ରାଜନୈତିକ ବିଶାରଦମାନଙ୍କ ଅନୁଯାୟୀ, ଏଥର ବି ମୁଖ୍ୟମନ୍ତ୍ରୀ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢିବେ । ବିଜେଡି ଫୋକସ୍‌ରେ ଏବେ ପଶ୍ଚିମ ଓଡ଼ିଶା। ତେଣୁ ଚର୍ଚ୍ଚା ହେଉଛି କଳାହାଣ୍ଡିରୁ ପ୍ରାର୍ଥୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏହି ଚର୍ଚ୍ଚା ଏବେ ସମଗ୍ର କଳାହାଣ୍ଡି ଜିଲାରେ ଲାଗି ରହିଛି । କାରଣ ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜିଲାର ସମସ୍ତ ଆସନରେ ବିଜେଡି ତାର ପାର୍ଥୀ ଘୋଷଣା କରି ସାରିଛି । କିନ୍ତୁ ନର୍ଲା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ଅନୁମାନ କରାଯାଉଛି କି, ନର୍ଲାରୁ ନିର୍ବାଚନ ଲଢିପାରନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କଳାହାଣ୍ଡି ଜିଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ନର୍ଲା । ଏଠାରେ ବର୍ତ୍ତମାନ ବିଧାୟକ ଅଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂ । ତେବେ ଭୂପିନ୍ଦର ସିଂ କଂଗ୍ରେସରେ ଥିବାବେଳେ ମଧ୍ୟ ବିଧାୟକ ହୋଇଥିଲେ । ଆଉ ପରବର୍ତ୍ତୀ ସମୟରେ ସେ ବିଜେଡିରେ ମିଶି ପୁଣି ବିଧାୟକ ଭାବରେ ଏଠାରୁ ନିର୍ବାଚିତ ହୋଇଥିଲେ । ତେବେ ବର୍ତ୍ତମାନ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭେଟେରାନ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଭାଜପା ଚଳିତ ନିର୍ବାଚନ ପାଇଁ ଅନିରୁଦ୍ଦ ପ୍ରଧାନଙ୍କୁ ଏହି ଆସନରୁ ମଇଦାନକୁ ଓହ୍ଲାଇଛି। ତେଣୁ ଏଠାରେ ଆଗାମୀ ନିର୍ବାଚନରେ ବିଗ୍‌ ଫାଇଟ ହେବା ସମ୍ଭାବନା ରହିଛି । ତେଣୁ ଏଠାରୁ ଖୋଦ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି । ଏହା ହେଲେ ପଶ୍ଚିମ ଓଡ଼ିଶାରେ ବିଜେଡି ଆହୁରି ସଶକ୍ତ ହେବ ବୋଲି ବିଜେଡି ସୁପ୍ରିମୋ ଏପରି ନିଷ୍ପତ୍ତି ନେଇ ପାରନ୍ତି।

ଏହି ଆସନରୁ ଭାଜପା ଓ କଂଗ୍ରେସ, ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡିରୁ ପ୍ରମୁଖ ଆଶାୟୀ ମଧ୍ୟରେ ପୁଣି ଭୁପିନ୍ଦର ସିଂଙ୍କ ସମେତ ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବିଜେଡି ରାଜ୍ୟ ସମ୍ପାଦକ ବାବୁଲି ମଣ୍ଡଳୀ ପ୍ରମୁଖ ଆଶାୟୀ ରହିଛନ୍ତି । ତେବେ ଏମାନଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରେ ଲଢିବେ ବୋଲି ଚର୍ଚ୍ଚା ଧରିଛି। ଏନେଇ କୌଣସି ସ୍ପଷ୍ଟ ସୂଚନା ଜଣା ପଡିନାହିଁ।

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ନିଜ ଦୁଇ ଦଶନ୍ଧି ରାଜନୈତିକ କ୍ୟାରିୟର ଭିତରେ ପ୍ରଥମ ଥର ପାଇଁ ୨୦୧୯ ନିର୍ବାଚନରେ ଦୁଇଟି ଆସନରେ ନିର୍ବାଚନ ଲଢିଥିଲେ। ଗୋଟିଏ ଗଞ୍ଜାମର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ହୋଇଥିବାବେଳେ ଅନ୍ୟଟି ପଶ୍ଚିମ ଓଡିଶା ଅର୍ଥାତ୍‌ ବରଗଡ଼ର ବିଜେପୁର ନିର୍ବାଚନୀ ମଣ୍ଡଳୀ ଥିଲା। ମୁଖ୍ୟମନ୍ତ୍ରୀ, ଅଟଳ ବିହାରୀ ବାଜପେୟୀ ସରକାରରେ ଇସ୍ପାତ ଓ ଖଣିଜ ମନ୍ତ୍ରୀ ଥିଲେ। ଆସ୍କା ଲୋକ ସଭା ଆସନରୁ ଉପ ନିର୍ବାଚନ ଲଢି ସେ ଓଡିଶାରୁ ଏମପି ହୋଇଥିଲେ। କିନ୍ତୁ ଗତ ୪ଟି ବିଧାନ ସଭା ନିର୍ବାଚନ ସେ ହିଞ୍ଜିଳି ଆସନରୁ ଲଢିବଥିବାବେଳେ ୨୦୧୯ ନିର୍ବାଚନ ହିଞ୍ଜିଳି ଓ ବିଜେପୁରରୁ ଲଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri