ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ

ଲହୁଣୀପଡ଼ା/ବଣାଇଁ,୪।୪(ଡ଼ି.ଏନ୍‌.ଏ./ସ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ମହୁଲପଦା ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ ହେଉଥିବା ଖବର ମିଳିବା ପରେ ସୋମବାର ପୋଲିସ, ଅବକାରୀ ବିଭାଗ ଓ ବନବିଭାଗ ସ୍କ୍ବାଡ ମିଳିତ ଭାବେ ଘଟଣଶସ୍ଥଳରେ ପହଞ୍ଚି ଥିଲା l ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଆସିଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀ, ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା, ବଣାଇ ସହକାରୀ ଜିଲାପାଳ ରାଜ କିଶୋର ଜେନା, ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ, ଲହୁଣିପଡା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି, ରାଉରକେଲା ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସ୍ନେହଲତା ମହାନ୍ତ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ଶୁଖିଲା ଅଫିମ ଗଛ ଥିବା ଦେଖି ପୋଡି ଦେଇଥିଲେ। ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ ସମ୍ପର୍କରେ ବନବିଭାଗ କିପରି ଜାଣି ନ ପାରିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଲହୁଣୀପଡା ବ୍ଲକ ଅନ୍ତର୍ଗତ ମହୁଲପଦା ପଞ୍ଚାୟତର ନିଘଞ୍ଚ ଜଙ୍ଗଲ ପାହାଡ଼ ଉପରେ ଥିବା କିରି, କେତ, କୁନୁ, କୁଣ୍ଡଳା ଗ୍ରାମର କିରି ଗ୍ରାମରେ ବେନିୟମ ଭାବେ ଅଫିମ ଚାଷୀ ହୋଇଥିବା ଖବର ପାଇ ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ମିଳିତ ଭାବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢ଼ାଉ କରି ଅଫିମ ଗଛ ଗୁଡିକୁ କାଟି ପୋଡି ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ନିଘଞ୍ଚ ଜଙ୍ଗଲ ଭିତରେ ଦୁଇ ଏକରରୁ ଊର୍ଦ୍ଧ୍ୱ ଜମିରେ ବେନିୟମ ଭାବେ ଅଫିମ ଚାଷ ହେଉଥିଲା। ପୋଲିସ ଓ ପ୍ରଶାସନ ପାଖରେ ସୂଚନା ପହଞ୍ଚିବା ପୂର୍ବରୁ ବେନିୟମ ଅଫିମ ଚାଷୀ ବ୍ୟବସାୟୀମାନେ ଅମଳ କରି ନେଇ ଯାଇଥିବାବେଳେ ମାତ୍ର ୨୮ ଡ଼ିସିମିଲ ଜମିର ଅଫିମ ଗଛ ଗୁଡିକୁ ଅମଳ କରି ନେଇ ପାରି ନ ଥିବାରୁ ରହି ଯାଇଥିଲା। ଯାହାକି ସୋମବାର ମିଳିତ ଚଢ଼ାଉ ବେଳେ ସେହି ୨୮ ଡ଼ିସିମିଲ ଜମିରୁ ମାତ୍ର ୪ ହଜାର ୭ଶହ ଚାଷ ହୋଇଥିବା ଅଫିମ ଗଛକୁ କାଟି ପୋଡି ନଷ୍ଟ କରି ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri