ସିନ୍ଦୂର ଉପରେ ‘ଅପରେଶନ ସିନ୍ଦୂର’

ଭୁବନେଶ୍ୱର, ୧୯।୫(ସୌମ୍ୟରଞ୍ଜନ ରାଉତ): ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନ ଉପରେ କରାଯାଇଥିବା ‘ଅପରେଶନ୍‌ ସିନ୍ଦୂର’କୁ ନେଇ ଦେଶସାରା ଗୋଟେ ‘ଘୋ’ ଚାଲିଛି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଅପରେଶନ ସିନ୍ଦୂର ଭାରତୀୟଙ୍କ ପାଇଁ ଶୌର୍ଯ୍ୟର ପ୍ରତୀକ ପାଲଟିଯାଇଛି। ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ୨୬ ଜଣ(ଜଣେ ନେପାଳ ନାଗରିକ) ଥିଲେ ପୁରୁଷ। ନାରୀମାନଙ୍କ ସିନ୍ଦୂର ଲିଭାଇ ଦେଇଥିବା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ସେନା କରିଥିବା ଅତର୍କିତ ଆକ୍ରମଣ ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଅନେକ ଆତଙ୍କବାଦୀଙ୍କୁ ନିପାତ କରିଦେବା ସହ ସେମାନଙ୍କ ଆଡ୍ଡା ଧ୍ୱଂସ କରିଦେଇଛି। ସେହି ବିଜୟର ସଙ୍କେତ ବହନ କରୁଥିବା ଅପରେଶନ ସିନ୍ଦୂରକୁ ଉଜ୍ଜୀବିତ କରିବା ଲାଗି ଦେଶବ୍ୟାପୀ ଚାଲିଛି ତ୍ରିରଙ୍ଗା ଯାତ୍ରା। ଏଥିରେ ସାମିଲ ହେଉଥିବା ଶୋଭାଯାତ୍ରାକାରୀଙ୍କ ମଧ୍ୟରେ କେତେକେ ସିନ୍ଦୂର ଧରିଥିବା ଦେଖିବାକୁ ମିଳିଛି। ସଂଯୋଗବଶତଃ ୨୬ ମେ’ରେ ସାବିତ୍ରୀ ବ୍ରତ ଥିବାରୁ ବଜାରରେ ସିନ୍ଦୂର ଚାହିଦା ବଢ଼ିବା ସହ ଏହି ଦରରେ ସାମାନ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସିନ୍ଦୂର ପ୍ୟାକେଟ ଉପରେ ‘ଅପରେଶନ ସିନ୍ଦୂର’ ଲେଖାଥିବା ବଜାରରେ ଦେଖିବାକୁ ମିଳିବା ପରେ ଭୁବନେଶ୍ୱରର କେତେ ଜଣଙ୍କ ମତାମତ ନେଇଥିଲୁ।

ସିନ୍ଦୂର ଦର ବଢ଼ିଛି
ଆଗକୁ ସାବିତ୍ରୀ ଓଷା। ବର୍ତ୍ତମାନ ସମୟରେ ମାର୍କେଟ୍‌ରେ ସିନ୍ଦୂରର ଚାହିଦା ରହିଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ସିନ୍ଦୂର ପ୍ୟାକେଟ ଉପରେ ଅପରେଶନ ସିନ୍ଦୂର ଲେଖାଯାଇଥିବା ଦେଖିବାକୁ ପାଇଛୁ। ପୁଣି ଏହି ପ୍ୟାକେଟ୍‌ର ମୂଲ୍ୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଗରୁ ଯାହା ୧୦ ଟଙ୍କା ରହିଥିଲା, ତାହା ଏବେ ୧୫ ଟଙ୍କା। ପ୍ରତ୍ୟେକ ପ୍ୟାକେଟ୍‌ରେ ୫ଟଙ୍କା ଲେଖାଏ ବଢ଼ିଛି। ଅପରେଶନ୍‌ ସିନ୍ଦୂର ପରେ ଲୋକେ ସିନ୍ଦୂର କିଣୁଥିବା ବିଷୟରେ ମଧ୍ୟ କଥାବାର୍ତ୍ତା ହେଉଛନ୍ତି।
-ସବିତାରାଣୀ ପୃଷ୍ଟି, ସାମାଜିକକର୍ମୀ
ନାଗରିକଙ୍କ ମନରେ ଭାବାବେଗ ସୃଷ୍ଟି ହୋଇଛି
ସିନ୍ଦୂରକୁ ନେଇ ସବୁବେଳେ ନାରୀଟିଏ ସମ୍ବେଦନଶୀଳ ଥାଏ। ମାତ୍ର ପାକିସ୍ତାନ ବିରୋଧରେ ଭାରତର ‘ଅପରେଶନ ସିନ୍ଦୂର’ ପରେ ଏହାକୁ ନେଇ ରାଜ୍ୟ ତଥା ଦେଶର ପ୍ରତି ନାଗରିକଙ୍କ ମନରେ ଏକ ଭାବାବେଗ ସୃଷ୍ଟି ହୋଇଛି। ଏପରିକି ବିଭିନ୍ନ ରାଜନୈତିକ ଦଳ ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା, ପଦଯାତ୍ରା ଆଦି ଆୟୋଜନବେଳେ ସିନ୍ଦୂର କିଣୁଛନ୍ତି। ତେଣୁ ପୂର୍ବାପେକ୍ଷା ସିନ୍ଦୂରର ବିକ୍ରି ଟିକେ ଅଧିକ ହୋଇଛି। ସେହିପରି ଆଗକୁ ସାବିତ୍ରୀ ବ୍ରତ ଥିବାରୁ ସେଥିପାଇଁ ମହିଳାମାନେ ସିନ୍ଦୂର କିଣିବା ଆରମ୍ଭ କରିଦେଲେଣି ।
-ସଞ୍ଜୟ ସାହୁ, ବ୍ୟବସାୟୀ
‘ସିନ୍ଦୂର’ ଶବ୍ଦର ଗରିମା ବଢ଼ିଯାଇଛି
‘ଅପରେଶନ୍‌ ସିନ୍ଦୂର’ ପରେ ‘ସିନ୍ଦୂର’ ଶବ୍ଦର ଗରିମା ବଢ଼ି ଯାଇଛି। ଏହା କେବଳ ନାଲି ରଙ୍ଗ ବା ନାରୀ ମଥାର ସିନ୍ଦୂର ନୁହେଁ, ବରଂ ଏବେ ଏହା ଦେଶପ୍ରେମର ଅନ୍ୟତମ ପ୍ରତୀକ ପାଲଟିଛି। ଘରେ ଘରେ ଅପରେଶନ୍‌ ସିନ୍ଦୂର ସମ୍ପର୍କରେ ଆଲୋଚନା ହେଉଛି। ପାକିସ୍ତାନକୁ ଭାରତର କଡ଼ା ଜବାବ୍‌ ହେଉଛି ଏହି ଅପରେସନ ସିନ୍ଦୂର। ଏବେ ବଜାରରେ ମଧ୍ୟ ନୂଆ ପ୍ୟାକେଟ୍‌ରେ ଅପରେଶନ୍‌ ସିନ୍ଦୂର ଲୋଗୋରେ ସିନ୍ଦୂର ଉପଲବ୍ଧ ହେଉଛି। ତାହାକୁ ଦେଖି ଆମ ମନରେ ଦେଶପ୍ରେମ ଜାଗ୍ରତ ହେଉଛି।
-ସୁଚିତ୍ରା ମଲ୍ଲ, ଗୃହିଣୀ


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri