ସିନ୍ଦୂର ଉପରେ ‘ଅପରେଶନ ସିନ୍ଦୂର’

ଭୁବନେଶ୍ୱର, ୧୯।୫(ସୌମ୍ୟରଞ୍ଜନ ରାଉତ): ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନ ଉପରେ କରାଯାଇଥିବା ‘ଅପରେଶନ୍‌ ସିନ୍ଦୂର’କୁ ନେଇ ଦେଶସାରା ଗୋଟେ ‘ଘୋ’ ଚାଲିଛି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଅପରେଶନ ସିନ୍ଦୂର ଭାରତୀୟଙ୍କ ପାଇଁ ଶୌର୍ଯ୍ୟର ପ୍ରତୀକ ପାଲଟିଯାଇଛି। ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ୨୬ ଜଣ(ଜଣେ ନେପାଳ ନାଗରିକ) ଥିଲେ ପୁରୁଷ। ନାରୀମାନଙ୍କ ସିନ୍ଦୂର ଲିଭାଇ ଦେଇଥିବା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ସେନା କରିଥିବା ଅତର୍କିତ ଆକ୍ରମଣ ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଅନେକ ଆତଙ୍କବାଦୀଙ୍କୁ ନିପାତ କରିଦେବା ସହ ସେମାନଙ୍କ ଆଡ୍ଡା ଧ୍ୱଂସ କରିଦେଇଛି। ସେହି ବିଜୟର ସଙ୍କେତ ବହନ କରୁଥିବା ଅପରେଶନ ସିନ୍ଦୂରକୁ ଉଜ୍ଜୀବିତ କରିବା ଲାଗି ଦେଶବ୍ୟାପୀ ଚାଲିଛି ତ୍ରିରଙ୍ଗା ଯାତ୍ରା। ଏଥିରେ ସାମିଲ ହେଉଥିବା ଶୋଭାଯାତ୍ରାକାରୀଙ୍କ ମଧ୍ୟରେ କେତେକେ ସିନ୍ଦୂର ଧରିଥିବା ଦେଖିବାକୁ ମିଳିଛି। ସଂଯୋଗବଶତଃ ୨୬ ମେ’ରେ ସାବିତ୍ରୀ ବ୍ରତ ଥିବାରୁ ବଜାରରେ ସିନ୍ଦୂର ଚାହିଦା ବଢ଼ିବା ସହ ଏହି ଦରରେ ସାମାନ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସିନ୍ଦୂର ପ୍ୟାକେଟ ଉପରେ ‘ଅପରେଶନ ସିନ୍ଦୂର’ ଲେଖାଥିବା ବଜାରରେ ଦେଖିବାକୁ ମିଳିବା ପରେ ଭୁବନେଶ୍ୱରର କେତେ ଜଣଙ୍କ ମତାମତ ନେଇଥିଲୁ।

ସିନ୍ଦୂର ଦର ବଢ଼ିଛି
ଆଗକୁ ସାବିତ୍ରୀ ଓଷା। ବର୍ତ୍ତମାନ ସମୟରେ ମାର୍କେଟ୍‌ରେ ସିନ୍ଦୂରର ଚାହିଦା ରହିଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ସିନ୍ଦୂର ପ୍ୟାକେଟ ଉପରେ ଅପରେଶନ ସିନ୍ଦୂର ଲେଖାଯାଇଥିବା ଦେଖିବାକୁ ପାଇଛୁ। ପୁଣି ଏହି ପ୍ୟାକେଟ୍‌ର ମୂଲ୍ୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଗରୁ ଯାହା ୧୦ ଟଙ୍କା ରହିଥିଲା, ତାହା ଏବେ ୧୫ ଟଙ୍କା। ପ୍ରତ୍ୟେକ ପ୍ୟାକେଟ୍‌ରେ ୫ଟଙ୍କା ଲେଖାଏ ବଢ଼ିଛି। ଅପରେଶନ୍‌ ସିନ୍ଦୂର ପରେ ଲୋକେ ସିନ୍ଦୂର କିଣୁଥିବା ବିଷୟରେ ମଧ୍ୟ କଥାବାର୍ତ୍ତା ହେଉଛନ୍ତି।
-ସବିତାରାଣୀ ପୃଷ୍ଟି, ସାମାଜିକକର୍ମୀ
ନାଗରିକଙ୍କ ମନରେ ଭାବାବେଗ ସୃଷ୍ଟି ହୋଇଛି
ସିନ୍ଦୂରକୁ ନେଇ ସବୁବେଳେ ନାରୀଟିଏ ସମ୍ବେଦନଶୀଳ ଥାଏ। ମାତ୍ର ପାକିସ୍ତାନ ବିରୋଧରେ ଭାରତର ‘ଅପରେଶନ ସିନ୍ଦୂର’ ପରେ ଏହାକୁ ନେଇ ରାଜ୍ୟ ତଥା ଦେଶର ପ୍ରତି ନାଗରିକଙ୍କ ମନରେ ଏକ ଭାବାବେଗ ସୃଷ୍ଟି ହୋଇଛି। ଏପରିକି ବିଭିନ୍ନ ରାଜନୈତିକ ଦଳ ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା, ପଦଯାତ୍ରା ଆଦି ଆୟୋଜନବେଳେ ସିନ୍ଦୂର କିଣୁଛନ୍ତି। ତେଣୁ ପୂର୍ବାପେକ୍ଷା ସିନ୍ଦୂରର ବିକ୍ରି ଟିକେ ଅଧିକ ହୋଇଛି। ସେହିପରି ଆଗକୁ ସାବିତ୍ରୀ ବ୍ରତ ଥିବାରୁ ସେଥିପାଇଁ ମହିଳାମାନେ ସିନ୍ଦୂର କିଣିବା ଆରମ୍ଭ କରିଦେଲେଣି ।
-ସଞ୍ଜୟ ସାହୁ, ବ୍ୟବସାୟୀ
‘ସିନ୍ଦୂର’ ଶବ୍ଦର ଗରିମା ବଢ଼ିଯାଇଛି
‘ଅପରେଶନ୍‌ ସିନ୍ଦୂର’ ପରେ ‘ସିନ୍ଦୂର’ ଶବ୍ଦର ଗରିମା ବଢ଼ି ଯାଇଛି। ଏହା କେବଳ ନାଲି ରଙ୍ଗ ବା ନାରୀ ମଥାର ସିନ୍ଦୂର ନୁହେଁ, ବରଂ ଏବେ ଏହା ଦେଶପ୍ରେମର ଅନ୍ୟତମ ପ୍ରତୀକ ପାଲଟିଛି। ଘରେ ଘରେ ଅପରେଶନ୍‌ ସିନ୍ଦୂର ସମ୍ପର୍କରେ ଆଲୋଚନା ହେଉଛି। ପାକିସ୍ତାନକୁ ଭାରତର କଡ଼ା ଜବାବ୍‌ ହେଉଛି ଏହି ଅପରେସନ ସିନ୍ଦୂର। ଏବେ ବଜାରରେ ମଧ୍ୟ ନୂଆ ପ୍ୟାକେଟ୍‌ରେ ଅପରେଶନ୍‌ ସିନ୍ଦୂର ଲୋଗୋରେ ସିନ୍ଦୂର ଉପଲବ୍ଧ ହେଉଛି। ତାହାକୁ ଦେଖି ଆମ ମନରେ ଦେଶପ୍ରେମ ଜାଗ୍ରତ ହେଉଛି।
-ସୁଚିତ୍ରା ମଲ୍ଲ, ଗୃହିଣୀ


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?