‘ଅପରେଶନ୍‌ ସ୍ୟାଣ୍ଡ୍‌ ଷ୍ଟର୍ମ’

ବାଲେଶ୍ୱର ଅଫିସ/ବସ୍ତା (ଡି.ଏନ.ଏ.),୭।୨: ବାଲେଶ୍ୱର ଜିଲା ପୋଲିସ ପକ୍ଷରୁ ବାଲିଚୋରାଚାଲାଣକାରୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ‘ଅପରେଶନ୍‌ ସ୍ୟାଣ୍ଡ୍‌ ଷ୍ଟର୍ମ’ର ତୃତୀୟ ଦିନ ସୁଦ୍ଧା ନୀଳଗିରି ଅଞ୍ଚଳର ସୋନ ନଦୀରୁ ବେଆଇନ ବାଲି ଉତ୍ତୋଳନ କରି ୬ଟି ବାଲି ବୋଝେଇ ଟ୍ରାକ୍ଟର ସହ ୬ଜଣ ଗିରଫ କରାଯାଇଛି। ଖଇରା, ଖନ୍ତାପଡ଼ା ଓ ସିମୁଳିଆ ପୋଲିସ ପକ୍ଷରୁ ୩ଟି ବାଲି ବୋଝେଇ ଡମ୍ପର ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ବସ୍ତା ଥାନା ପୋଲିସ ଏକ ଦଶଚକିଆ ବେଆଇନ ବାଲି ଡମ୍ପରକୁ ଜବତ କରିଛି।
କୁନାଲ ମୋତିରାମ ଚଭନ ଏବଂ ତାଙ୍କ ଡ୍ରାଇଭରଙ୍କୁ ବାଲି ଚୋରାଚାଲାଣକାରଙ୍କ ସଂଘବଦ୍ଧ ଆକ୍ରମଣ ପରେ ସହଦେବଖୁଣ୍ଟା ପୋଲିସ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରି ୧୧ ଜଣ ମହିଳାପୁରୁଷଙ୍କୁ ଗିରଫ କରିଥିବା ବେଳେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଦହପଡ଼ାରେ ଦୀର୍ଘବର୍ଷ ଧରି ଗଢ଼ି ଉଠିଥିବା ଏକ ବେଆଇନ୍‌ ଚିମିନି ଭାଟିକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆଯିବା ସହ ସେଠାରେ ଗଚ୍ଛିତ ଥିବା ଉକ୍ତ ମାଲିକଙ୍କ କୋଟି କୋଟି ଟଙ୍କାର ବାଲି, ମାଟି ଓ ଇଟାକୁ ଜବତ କରି ନିଲାମ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି ଏହି ଘଟଣା ପରେ ଜିଲା ପୋଲିସ ପକ୍ଷରୁ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ବ୍ଲୁ-ପ୍ରିଣ୍ଟ କରାଯାଇଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଖାଦାନ, ଇଟାଭାଟିଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ସେଗୁଡ଼ିକୁ ମାଟିରେ ମିଶାଇବାକୁ ‘ଅପରେଶନ ସ୍ୟାଣ୍ଡ୍‌ ଷ୍ଟର୍ମ’ ଆରମ୍ଭ କରାଯାଇଛି। ବେଆଇନ ବାଲି ଖାଦାନ ବିରୋଧରେ ଗତ ଜାନୁୟାରୀ ୨୭ ତାରିଖଠାରୁ ୧୭ ମାମଲା ରୁଜୁ କରାଯାଇଥିଲା। ଆବଶ୍ୟକ ପଡ଼ିଲେ ୭୦ ମାମଲା ରୁଜୁ କରାଯିବା ସହ ମାଫିଆମାନଙ୍କୁ ଅର୍ଥନୈତିକ ଦୁର୍ବଳ କରାଯିବ ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri