Posted inଜାତୀୟ

ଅପରେଶନ ଲୋଟସ୍‌ ଫେଲ୍‌

ହାଇଦ୍ରାବାଦ/ନୂଆଦିଲ୍ଲୀ,୨୮ା୧୦:ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ନେତୃତ୍ୱାଧୀନ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସରକାରକୁ ଭାଙ୍ଗି ରାଜ୍ୟରେ କ୍ଷମତାସୀନ ହେବା ପାଇଁ ଭାଜପା ପକ୍ଷରୁ ଚାଲିଥିବା ‘ଅପରେଶନ ଲୋଟସ୍‌’ ଫେଲ୍‌ ମାରିଛି। ଟିଆର୍‌ଏସ୍‌ ବିଧାୟକମାନଙ୍କୁ ପ୍ରଲୋଭନ ଦେଖାଇଥିବା ଭାଜପା ଏଜେଣ୍ଟମାନଙ୍କୁ ତେଲଙ୍ଗାନା ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମାତ୍ର ୪ ଜଣ ଟିଆର୍‌ଏସ୍‌ ବିଧାୟକ ଭାଜପାରେ ସାମିଲ ହୋଇଗଲେ କେସିଆର୍‌ ସରକାରଙ୍କ ପତନ ଘଟିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।
୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ କେସିଆର୍‌ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାକୁ ଦେଖି ଆସନ୍ତା ବର୍ଷ ଡିସେମ୍ବରରେ ହେବାକୁ ଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଶାସକ ଟିଆର୍‌ଏସ୍‌କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଜୋର୍‌ଦାର୍‌ ପ୍ରୟାସ ଜାରି ରହିଛି। ଏହି କ୍ରମରେ ଟିଆର୍‌ଏସ୍‌ର ୪ ବିଧାୟକଙ୍କୁ ଅର୍ଥଲୋଭ ଦେଖାଇ ଦଳ ବିରୋଧରେ ବିଦ୍ରୋହ ଘଟାଇବାକୁ ସେମାନଙ୍କୁ ପ୍ରବର୍ତ୍ତାଯାଇଥିଲା। ମୁନୁଗୋଡ୍‌ ବିଧାନସଭା ଉପନିର୍ବାଚନକୁ ସପ୍ତାହେ ବାକି ଥିବାବେଳେ ତେଲଙ୍ଗାନା ପୋଲିସ ବୁଧବାର ରାତିରେ ହାଇଦ୍ରାବାଦ ନିକଟସ୍ଥ ଏକ ଫାର୍ମହାଉସ୍‌ରୁ ବିପୁଳ ଅର୍ଥ ଜବତ କରିଛି। ଟିଆର୍‌ଏସ୍‌ର ୪ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ଭାଜପା ଏଜେଣ୍ଟମାନେ ଏହି ଅର୍ଥ ପ୍ରଦାନର ପ୍ରଲୋଭନ ଦେଖାଇଥିଲେ ବୋଲି ପୋଲିସ କହିଛି। ୪ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ୧୦୦ କୋଟି ଟଙ୍କା ଯଚାଯାଇଥିଲା। ଅବଶିଷ୍ଟ ୩ ବିଧାୟକଙ୍କୁ ୫୦ କୋଟି ଟଙ୍କା ଲେଖାଏ ଦିଆଯିବ ବୋଲି ଭାଜପା ଏଜେଣ୍ଟମାନେ ପ୍ରତିଶ୍ରୁତି ଦେଇଥିବା ଟିଆର୍‌ଏସ୍‌ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଅନ୍ୟପକ୍ଷେ ଭାଜପା କହିଛି, ଶିକାର ଉଦ୍ୟମର ଅଭିଯୋଗ ହେଉଛି ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ପ୍ରାୟୋଜିତ ଏକ ରାଜନୈତିକ ଡ୍ରାମା।
ଟିଆର୍‌ଏସ୍‌ ବିଧାୟକ ପାଇଲଟ୍‌ ରୋହିତ୍‌ ରେଡ୍ଡୀଙ୍କ ମୋଇନାବାଦର ଅଜିଜ୍‌ନଗରସ୍ଥିତ ଫାର୍ମ ହାଉସ୍‌ରେ ଚଢ଼ାଉ ବେଳେ ହରିୟାଣାର ଫରିଦାବାଦସ୍ଥିତ ଏକ ମନ୍ଦିରରେ ପୂଜକ ଥିବା ଦିଲ୍ଲୀର ସତୀଶ ଶର୍ମା(୩୩) ଓରଫ୍‌ ରାମଚନ୍ଦ୍ର ଭାରତୀ, ଆନ୍ଧ୍ରପ୍ରଦେଶର ତିରୁପତି ସନ୍ଥ ଡି. ଶ୍ୟାମାଜୀ ଏବଂ ହାଇଦ୍ରାବାଦ ବ୍ୟବସାୟୀ ନନ୍ଦକୁମାର ସେଠାରେ ଉପସ୍ଥିତ ଥିଲେ। ଫାର୍ମହାଉସ୍‌ରେ ଥିବା ଏକ କାର୍‌ରୁ ୧୫ କୋଟି ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନେ ବିଧାୟକ ପାଇଲଟଙ୍କ ସମେତ ବି. ହର୍ଷବର୍ଦ୍ଧନ ରେଡ୍ଡୀ, ଜି. ବାଲରାଜୁ ଏବଂ ରେଗାକାନ୍ତ ରାଓଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ପୋଲିସ କହିଛି। ସାଇବରାବାଦ ପୋଲିସ କମିଶନର ଷ୍ଟିଫେନ୍‌ ରବୀନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, ଟିଆର୍‌ଏସ୍‌ ବିଧାୟକମାନଙ୍କଠାରୁ ସୂଚନା ପାଇ ଉକ୍ତ ଫାର୍ମ ହାଉସ୍‌ରେ ଚଢ଼ାଉ କରାଯାଇଥିଲା। ଫାର୍ମ ହାଉସ୍‌ରେ ଥିବା ୩ ଜଣ ବ୍ୟକ୍ତି ସେମାନଙ୍କୁ ଟଙ୍କା, ଠିକା କାମ ଓ ଉଚ୍ଚ ପଦବୀ ଲୋଭ ଦେଖାଇ ଶାସକ ଦଳରେ ବିଦ୍ରୋହ ଘଟାଇବାକୁ ପ୍ରବର୍ତ୍ତାଉଥିଲେ। ପ୍ରକାଶ ଯେ, ଆସନ୍ତା ନଭେମ୍ବର ୩ରେ ମୁନୁଗୋଡ୍‌ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବଚନ ହେବ। ସ୍ଥାନୀୟ ବିଧାୟକ କୋମାତିରେଡ୍ଡୀ ରାଜଗୋପାଳ ରେଡ୍ଡୀ କିଛି ମାସ ତଳେ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ସେ ଏହି ଉପନିର୍ବାଚନରେ ଟିଆର୍‌ଏସ୍‌ର ପୂର୍ବତନ ବିଧାୟକ କୁସୁକୁନ୍ତଲା ରେଡ୍ଡୀ ଏବଂ କଂଗ୍ରେସ ପ୍ରାର୍ଥୀ ପଲ୍ଲବୀ ଶ୍ରାବନ୍ତୀ ରେଡ୍ଡୀଙ୍କ ବିରୋଧରେ ଲଢ଼ୁଛନ୍ତି।
ଟିଆର୍‌ଏସ୍‌ ସୋସିଆଲ ମିଡିଆ ଆବାହକ ଏମ୍‌. କ୍ରିଶଙ୍କ ଟୁଇଟ୍‌ କରିଛନ୍ତି, କେସିଆର୍‌ଙ୍କ ବିରୋଧରେ ଏହା ଭାଜପାର ବଡ଼ ନେତାମାନଙ୍କର ଏକ ଷଡ଼ଯନ୍ତ୍ର। ଟୁଇଟରରେ ସେ ଗିରଫ ଅଭିଯୁକ୍ତମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଏକ ଫଟୋକୁ ଶେୟାର କରିଛନ୍ତି। ଭାଜପା ନେତା ତଥା ଦଳର ଜାତୀୟ ଉପାଧ୍ୟକ୍ଷ ଡି.କେ. ଅରୁଣା କହିଛନ୍ତି, ଏହା ହେଉଛି ଟିଆର୍‌ଏସ୍‌ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଆଉ ଏକ ଡ୍ରାମା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri