ବିନା କାର୍ଯ୍ୟାନୁଷ୍ଠାନରେ ‘ଅପରେଶନ କ୍ଲିନ୍‌ ଅପ୍‌’

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲରେ ଚାଲିଛି ଅପରାଧୀଙ୍କ ରାଜ୍‌। ଜେଲ୍‌ର ସେଲ୍‌ ଭିତରୁ ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ୍‌। ବାହାରେ ଫୁଟୁଛି ଗୁଳି,ଗଡୁଛି ମୁଣ୍ଡ। ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଅପରାଧୀମାନେ ଅପରାଧ ନିୟନ୍ତ୍ରଣ କରୁଥିବାବେଳେ ନିଶା ସେବନ କରି ମଉଜ କରିବା ଘଟଣାର ଅନେକ ନଜିର ରହିଛି। ସ୍ଥିତି ବିଗିଡିଯିବା ପରେ ଏବେ ଶୋଇଯାଇଥିବା ଜେଲ ବିଭାଗ ଏବେ ଆରମ୍ଭ କରିଛି ‘ଅପରେଶନ କ୍ଲିନ୍‌ ଅପ୍‌’। ଚଢ଼ାଉ ଚାଲିଥିବାବେଳେ ଜେଲରୁ ପୁଳାପୁଳା ମୋବାଇଲ୍‌ ଫୋନ୍‌, ନିଶାଦ୍ରବ୍ୟ ସାଙ୍ଗକୁ ବିଭିନ୍ନ ବେଆଇନ ସାମଗ୍ରୀ ବିଭାଗର ନିଦ ହଜାଇ ଦେଇଛି। ତେବେ ମାସାଧିକ କାଳ କେବଳ ଚଢ଼ାଉ ଚାଲିଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଉପରେ ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଜେଲ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଚାଲିଛି ‘ଅପରେଶନ କ୍ଲିନ୍‌ ଅପ୍‌’। ଜେଲକୁ ନିଶା କାରବାର ଓ ମୋବାଇଲ ଫୋନ୍‌ ମୁକ୍ତ କରିବା ପର୍ଯ୍ୟନ୍ତ ଏପରି ଅଭିଯାନ ଚାଲୁ ରହିବ ବୋଲି ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ହେଲେ ଝାରପଡ଼ା ସ୍ପେଶାଲ ଜେଲରୁ କେବଳ ମାସକ ଭିତରେ ୨୧ ମୋବାଇଲ୍‌ ଫୋନ୍‌, ନିଶାଦ୍ରବ୍ୟ ମିଳିଥିଲେ ମଧ୍ୟ ଏସବୁ ଭିତରକୁ କିପରି ଗଲା ତାହାର ଉତ୍ତର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ଜବତ ମୋବାଇଲ୍‌ ଫୋନ୍‌ରେ ବାରମ୍ବାର ଭଏସ୍‌ କଲ୍‌, ମେସେଜ୍‌, ଭିଡିଓ କଲିଂ ହୋଇଛି। ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ପୋଲିସ ଦକ୍ଷତା ହାସଲ କରିଥିବାବେଳେ କିପରି କାହାକୁ ଧରାଯାଇପାରୁନି ତାହା ରହସ୍ୟମୟ ହୋଇଯାଉଛି। ଏସବୁ ଘଟଣାରେ ଦାୟିତ୍ୱରେ ରହୁଥିବା ବରିଷ୍ଠ ଅଧିକାରୀଙ୍କର ପ୍ରମୁଖ ଭୂମିକା ରହୁଥିବାରୁ ପଦକ୍ଷେପ ନିଆଯାଉ ନ ଥିବା ଚର୍ଚ୍ଚା ଚାଲିଛି। କାରଣ ଏଠାରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ଓ ହାଇପ୍ରୋଫାଇଲ୍‌ କଏଦୀଙ୍କ ସେଲ୍‌ ନିକଟରୁ ହିଁ ଅଧିକାଂଶ ମୋବାଇଲ୍‌ ଫୋନ୍‌ ମିଳିଛି। ତଦନ୍ତ ଚାଲୁଥିବା କହି ବିଭାଗୀୟ ଅଧିକାରୀ ସଫେଇ ଦେଉଥିବାବେଳେ ଭିତରେ ଦୋଷ ଠେଲାଠେଲି ଚାଲିଥିବା ସୂଚନା ମିଳିଛି।

ଜେଲ ନିୟମ ଅନୁସାରେ, କୌଣସି ଅଭିଯୁକ୍ତ ବା କଏଦୀ ଜେଲ ଭିତରକୁ ଯିବାବେଳେ କ୍ୟାମେରା ସମ୍ମୁଖରେ ତନ୍ନତନ୍ନ କରି ଯାଞ୍ଚ କରାଯାଇଥାଏ। ଏଥିସହ କର୍ମଚାରୀମାନେ ନିୟମିତ ଜେଲ୍‌ ଭିତରେ ନିରୀକ୍ଷଣ ଓ ଯାଞ୍ଚ କରନ୍ତି। କଏଦୀଙ୍କ ପରିବାର ଲୋକେ ଖାଦ୍ୟ ପଠାଇଲେ ତାହା ବି ଯାଞ୍ଚ କରାଯାଇ ଭିତରକୁ ଯାଇଥାଏ। ସନ୍ଦେହ ହେଲେ ରଖିଦିଆଯାଇଥାଏ। ପ୍ରବେଶ ପଥରେ କଡ଼ା ଯାଞ୍ଚ ସହ ଚାରିପଟେ ସୁଉଚ୍ଚ ପ୍ରାଚୀର ଘେରି ରହିଥିବାବେଳେ ଭିତରକୁ ମୋବାଇଲ ଫୋନ୍‌ ଓ ନିଶାଦ୍ରବ୍ୟ ଭଳି ବେଆଇନ ସାମଗ୍ରୀ କିପରି ଯାଉଛି ତାହାର ବଡ଼ ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri