ଖୋଲିଲା ରାଜମହଲ ବହୁତଳ କାର୍‌ ପାର୍କିଂ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ରାଜମହଲ ନିକଟ ୟୁନିଟ-୨ସ୍ଥିତ ନୂତନ ବହୁତଳ କାର୍‌ ପାର୍କିଂକୁ ପରୀକ୍ଷାମୂଳକ ଭାବେ ଖୋଲାଯାଇଛି। ଗୁରୁବାର ସନ୍ଧ୍ୟାରେ ଏଠାରେ ଗାଡ଼ି ରଖିବାକୁ ସାଧାରଣ ଲୋକଙ୍କୁ ସୁଯୋଗ ମିଳିଛି। ନଭେମ୍ବର ୨୬ରେ ଶହୀଦନଗର ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହୋଇଥିବାବେଳେ ସହରର ଦ୍ୱିତୀୟ ବହୁତଳ କାର୍‌ ପାର୍କିଂସ୍ଥଳ ଭାବେ ୟୁନିଟ-୧ ହାଟ, ୟୁନିଟ-୨ ମାର୍କେଟ ବିଲ୍ଡିଂ ଆଦି ଅଞ୍ଚଳରେ ସୃଷ୍ଟି ହେଉଥିବା ପାର୍କିଂ ଓ ଯାତାୟାତ ସମସ୍ୟା ଦୂର କରିବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ପକ୍ଷରୁ ୦.୯୪୬ ଏକର ଜାଗାରେ ଏହି ବହୁତଳ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଠାରେ ୪ଶହ କାର୍‌ ଓ ୭ଶହ ବାଇକ ଏକ ସମୟରେ ପାର୍କ ହୋଇ ପାରିବ। ଉଭୟ ଜାଗାରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା କାମ କରିବ। ପାର୍କିଂସ୍ଥଳକୁ ଆସିବା ପୂର୍ବରୁ ଲୋକେ ପାର୍କିଂ ଅଞ୍ଚଳ ଫାଙ୍କା ଅଛି କି ନାହିଁ ଜାଣିବା ସହ ଆଗୁଆ ସ୍ଲଟ୍‌ ବୁକିଂ କରିବା ସୁବିଧା ରହିଛି। ଏଠାରେ ମଧ୍ୟ ଶହୀଦନଗର ଭଳି ପାର୍କିଂ ଦେୟ ରହିଛି। କାର୍‌ ପାଇଁ ଘଣ୍ଟାକୁ ୪୦ ଟଙ୍କା, ୨ ଘଣ୍ଟାକୁ ୬୦ ଟଙ୍କା ଓ ୪ ଘଣ୍ଟାରୁ ଊଦ୍ଧର୍‌ବ ସମୟ ରହିଲେ ସର୍ବାଧିକ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ସେହିଭଳି ବାଇକ ପାଇଁ ୨୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଦୁଇ ଘଣ୍ଟା ରହିଲେ ୪୦ ଓ ୪ ଘଣ୍ଟାରୁ ଅଧିକ ସମୟ ରହିଲେ ୮୦ ଟଙ୍କା ଧାର୍ଯ୍ୟ ହୋଇଛି। ପ୍ରଥମ ଦିନରେ ପ୍ରାୟ ୪୦ଟି କାର୍‌ ଓ ବାଇକ ପାର୍କିଂ ହୋଇଥିଲା। ଲୋକମାନେ ଏହି ବହୁତଳ ପାର୍କିଂରେ ଗାଡ଼ି ରଖି ୧ ନମ୍ବର ହାଟ କିମ୍ବା ରାସ୍ତା ଅପରପାଶର୍‌ବକୁ ଯିବା ପାଇଁ ଏହି ଭୂତଳ ରାସ୍ତା ବ୍ୟବହାର କରିବେ। ଉଭୟ ପଟେ ଅନ୍‌ଷ୍ଟ୍ରିଟ୍‌ ପାର୍କିଂ ବନ୍ଦ ହେବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ୟୁନିଟ-୧ ହାଟରୁ ମାର୍କେଟ ବିଲ୍ଡିଂକୁ ସଂଯୋଗ କରୁଥିବା ଭୂତଳ ରାସ୍ତାକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି ଯୋଜନା କରିଛି। ଏଥିପାଇଁ ଭୂତଳ ରାସ୍ତା ସାମ୍ନାରେ ଥିବା ଜବରଦଖଲକୁ ହଟା ଯାଇଛି। ଲୋକମାନେ ଏହି ବହୁତଳ ପାର୍କିଂରେ ଗାଡ଼ି ରଖି ୧ ନମ୍ବର ହାଟ କିମ୍ବା ରାସ୍ତା ଅପରପାଶର୍‌ବକୁ ଯିବା ପାଇଁ ଭୂତଳ ରାସ୍ତା ବ୍ୟବହାର କରିବେ। ଏଥିସହ ଉଭୟ ପଟେ ଅନ୍‌ଷ୍ଟ୍ରିଟ୍‌ ପାର୍କିଂ ବନ୍ଦ ହେବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ୟୁନିଟ-୧ ହାଟରୁ ମାର୍କେଟ ବିଲ୍ଡିଂକୁ ସଂଯୋଗ କରୁଥିବା ଭୂତଳ ରାସ୍ତାକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି ଯୋଜନା କରିଛି। ଏଥିପାଇଁ ଭୂତଳ ରାସ୍ତା ସାମ୍ନାରେ ଥିବା ଜବରଦଖଲକୁ ହଟା ଯାଇଛି।
ସୂଚନାଯୋଗ୍ୟ, ଏହି ବହୁତଳ ପାର୍କିଂକୁ ୨୦୨୦ରେ ଶେଷ କରିବାକୁ ଧାର୍ଯ୍ୟ କରାଯାଇ ଥିଲେ ମଧ୍ୟ ଜବରଦଖଲ ସମସ୍ୟା ପାଇଁ ୧ ବର୍ଷରୁ ଊଦ୍ଧର୍‌ବ ସମୟ ବିଳମ୍ବ ହୋଇଛି। ଏହି ଜବରଦଖଲକୁ ନେଇ ହାଇକୋର୍ଟରେ ୩ଟି ମାମଲା ରହିଥିଲା। ସ୍ବତନ୍ତ୍ର ଓକିଲଙ୍କ ଜରିଆରେ ଏହି ମାମଲାକୁ ପୂର୍ବତନ କମିଶନର ସଞ୍ଜୟ ସିଂହ ୩ ମାସରେ ଫଏସଲା କରିବା ପରେ ଜବରଦଖଲ ହଟାଯାଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିଲା।