ଜନଗହଳି ସ୍ଥାନରେ ମୁକୁଳା ଟ୍ରାନ୍ସଫର୍ମର

ରସୁଲପୁର,୨୩ା୧୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ କୁଆଖିଆ ବାଜରର ପରିବା ହାଟ ଓ ବିଜୁ ଗ୍ରାମୀଣ ବଜାରର ବିଏସ୍‌ ଆଗ୍ରୋ ଡିଲର ପଏଣ୍ଟ୍‌ ସମ୍ମୁଖରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡ଼ିଛି। ଏଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ପଡ଼ିବା ଘଟଣାକୁ ଟାଟା ପାୱାର ଅଣଦେଖା କରୁଛି। କୁଆଖିଆ ବିଦ୍ୟୁତ୍‌ ସେକ୍ସନର ନାକତଳେ ଏଭଳି ଘଟଣା ଦେଖିବାକୁ ମିଳୁଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପଣିଆ ଯୋଗୁ ଏକ ନିଶ୍ଚିତ ବିପଦକୁ ଆମନ୍ତ୍ରଣ କରାଯାଉଛି। ଟ୍ରାନ୍ସଫର୍ମର ଚାରିପଟେ ବ୍ୟାରିକେଟ ଦେବାରେ ବିଭାଗୀୟ ଅଧିକାରୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଆଚରଣକୁ ସାଧାରଣରେ ନାପସନ୍ଦ କରାଯାଉଛି। ତେଣୁ ଶୀଘ୍ର ଏହାକୁ ଆବଦ୍ଧ କରିବାକୁ ଦାବି ହୋଇଛି।
ଜନ ଗହଳିପୂର୍ଣ୍ଣ ସ୍ଥାନରେ ପିଣ୍ଡି ଉପରେ ଥୁଆ ହୋଇଥିବା ଟ୍ରାନ୍ସଫର୍ମର ଚାରିପଟେ ଲୁହା ବାଡ଼ ବୁଲାଇବା ବିଧି ରହିଛି। ମାତ୍ର କୁଆଖିଆ ବାଜରର ପରିବାହାଟ ଓ ବିଜୁ ଗ୍ରାମୀଣ ବଜାର ଭଳି ଜନସମମାଗମ ସ୍ଥଳରେ ମାଟିଠାରୁ ୩ଫୁଟ ଉଚ୍ଚତାରେ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ଚଳତି ମାସ ୧୬ ତାରିଖରୁ ପରିବାହାଟ ନିକଟରେ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ ହେଉଛି। ଏହି ଅବସରରେ ହଜାରହଜାର ଭକ୍ତଙ୍କ ସମାଗମ ହେଉଛି। ଟ୍ରାନ୍ସଫର୍ମର ନିକଟରେ ଦୋଳି, ମନୋହରୀ ଦୋକାନ, ଭୋଗଦୋକାନ ଆଦି ଖୋଲା ଯାଇଛି। ସନ୍ଧ୍ୟାରେ ଆବାଳବୃଦ୍ଧ ବନିତା ଏହି ସ୍ଥାନରେ ଏକଜୁଟ ହୋଇ ଠାକୁରଙ୍କୁ ଦର୍ଶନ କରିବା ସହ ମନପସନ୍ଦର ସାମଗ୍ରୀ କିଣିବାକୁ ଭିଡ ଜମାଉଛନ୍ତି। ଏଭଳି ସ୍ଥିତିରେ ମୁକୁଳା ଟ୍ରାନ୍ସଫର୍ମର ସର୍ବସାଧାରଣ ସ୍ଥାନରେ ବିପଦକୁ ଆମନ୍ତ୍ରଣ କରିବା ଅପେକ୍ଷାରେ ରହିଛି। ତେଣୁ ଉକ୍ତ ସ୍ଥାନରେ ଲୁହାବାଡ଼ ତୁରନ୍ତ ବୁଲାଇ ଜନସାଧାରଣଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଉପରେ ବିଭାଗ ଗୁରୁତ୍ୱ ଦେବାକୁ ବ୍ୟବସାୟୀ, ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁ ଦାବି କରିଛନ୍ତି। ଏ ସମ୍ପର୍କରେ କୁଆଖିଆ ସେକ୍ସନର କନିଷ୍ଠ ଯନ୍ତ୍ରୀ ସେକ୍‌ ଇବ୍ରାଇଲ ଅଲ୍ଲୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯାତ୍ରା ପାଇଁ ବାଡ଼ ନିର୍ମାଣ ହୋଇ ପାରିନାହିଁ। ଯାତ୍ରାପରେ ସ୍ଥାୟୀ ସୁରକ୍ଷାବାଡ଼ ନିର୍ମାଣ କରାଯିବ। ଏବେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ଅସ୍ଥାୟୀ ସୁରକ୍ଷା ବାଡ଼ ସ୍ଥାପନ କରାଯିବ। ତେବେ ବିଭାଗ ପକ୍ଷରୁ ଏହି ଅସୁରକ୍ଷିତ ଟ୍ରାନ୍ସଫର୍ମର ଚାରିକଡ଼େ ଅସ୍ଥାୟୀ ଓ ସ୍ଥାୟୀବାଡ଼ କେବେ ଲାଗୁଛି ତାକୁ ଦେଖିବାକୁ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri