ଆମେରିକାକୁ ପାଲଟା ଧମକ ଦେଲା ଇରାନ: ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ…

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ହର୍ମୁଜ୍‌ ସାମୁଦ୍ରିକ ପଥକୁ ଇରାନ୍‌ କବ୍‌ଜା କରି ତୈଳ ଓ ଗ୍ୟାସ୍‌ ଯୋଗାଣ ବନ୍ଦ କରିଥିବାରୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଏହାଦ୍ୱାରା ବୈଶ୍ୱିକ ଅର୍ଥନୀତିକୁ ପ୍ରଭାବିତ କରି ଇରାନ୍‌ ଆମେରିକା ସମେତ ବିଶ୍ୱ ସମୁଦାୟ ଉପରେ ଚାପ ସୃଷ୍ଟି କରିବାକୁ ରଣନୀତି କରିଛି। ଆମେରିକା ଇରାନ୍‌ର ଏହି ଆଭିମୁଖ୍ୟକୁ ବୁଝିପାରି ହର୍ମୁଜ୍‌ ସ୍ଥିତିକୁ ସ୍ବାଭାବିକ କରିବାକୁ ଉଦ୍ୟମ କରି ଅନ୍ୟ ସହଯୋଗୀ ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ିଥିଲେ ହେଁ ବିଫଳ ହୋଇଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌କୁ ଚେତାବନୀ ଦେଇ ହର୍ମୁଜ୍‌ ଷ୍ଟ୍ରେଟ୍‌କୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ କହିଛନ୍ତି। ଇରାନ୍‌ ଯଦି ୪୮ ଘଣ୍ଟା ମଧ୍ୟରେ ଏହାକୁ ମୁକ୍ତ କରି ସ୍ଥିତି ସ୍ବାଭାବିକ ନ କରେ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।
ଇରାନ୍‌ର ସବୁ ପାଓ୍ବାର ପ୍ଲାଣ୍ଟକୁ ଉଡ଼ାଇ ଦେଇ ଅନ୍ଧାର କରିଦିଆଯିବ ବୋଲି ଟ୍ରମ୍ପ୍‌ ଚେତାଇ ଦେଇଛନ୍ତି। ଏପରିକି ଚେତବାନୀ ଦିଆଯିବାର ନିର୍ଦ୍ଦିଷ୍ଟ ସମୟ ଠାରୁ ଇରାନ୍‌ ଗଣନା ଆରମ୍ଭ କରି ପ୍ରସ୍ତୁତ ରହିବା ଉଚିତ ବୋଲି ଟ୍ରମ୍ପ୍‌ କହିବା ସହ ପ୍ରଥମେ ଆମେରିକା ସେନା ଇରାନ୍‌ର ସର୍ବବୃହତ ପାଓ୍ବାର ପ୍ଲାଣ୍ଟକୁ ଟାର୍ଗେଟ କରିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଆମେରିକା ଏବଂ ଇସ୍ରାଏଲ ଇରାନ୍‌ ବିରୋଧରେ ନେବାକୁ ଥିବା କାର୍ଯ୍ୟାନୁଷ୍ଠାନରେ ସଫଳ ହୋଇଥିବାବେଳେ ବର୍ତ୍ତମାନ ଯୁଦ୍ଧକୁ ବିରତି ଦେବାର ସମୟ ଆସିଛି ବୋଲି ଟ୍ରମ୍ପ୍‌ କହିବାର କିଛି ଘଣ୍ଟା ପରେ ଏଭଳି ଧମକ ଦେଇଛନ୍ତି। ସେପଟେ ୨୨୦୦ ଆମେରିକୀୟ ମେରିନ୍‌ କମାଣ୍ଡୋଙ୍କୁ ନେଇ ଆମେରିକାର ଯୁଦ୍ଧ ଜାହାଜ ୟୁଏସ୍‌ଏସ୍‌ ଟ୍ରିପୋଲି ଇରାନ୍‌ ଅଭିମୁଖେ ଯାତ୍ରା କରି ନିକଟବର୍ତ୍ତୀ ହୋଇଥିବାବେଳେ ହର୍ମୁଜ୍‌ ଏବଂ ଇରାନ୍‌ର ଖର୍ଗ ଦ୍ୱୀପକୁ ଆମେରିକା କବ୍‌ଜାକୁ ନେବା ଆଶଙ୍କା ମଧ୍ୟ ବଢିବାରେ ଲାଗିଛି।
ଅପରପକ୍ଷରେ ଟ୍ରମ୍ପଙ୍କ ଏଭଳି ଧମକ ପରେ ଇରାନ୍‌ ହର୍ମୁଜ୍‌ ଷ୍ଟ୍ରେଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ପାଲଟା ଧମକ ଦେଇଛି। କେବଳ କେତେକ ନିର୍ଦ୍ଦିଷ୍ଟ ଦେଶକୁ ବାଦ୍‌ ଦେଇ ଏହି ସାମୁଦ୍ରିକ ପଥ ଦେଇ ଅନ୍ୟ କୌଣସି ଜାହାଜକୁ ଯାତାୟାତ ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଇରାନ୍‌ କହିଛି। ଏହାଛଡ଼ା ଯଦି ଆମେରିକା ଇରାନ୍‌ର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ କରେ ତେବେ ଇରାନ୍‌ ଉପସାଗରୀୟ ଅଞ୍ଚଳର ଅନ୍ୟ ଦେଶର ତୈଳ ଓ ଗ୍ୟାସ୍‌ ଭିତ୍ତିଭୂମି ଉପରେ ଆହୁରି ଜୋରଦାର୍‌ ଆକ୍ରମଣ କରିବା ସହ ସେଗୁଡିକର ଓ୍ବାଟର ଡିସ୍‌ଲାଇନେଜେଶନ ପ୍ଲାଣ୍ଟଗୁଡିକ ଉପରେ ଆକ୍ରମଣକୁ ଜୋରଦାର କରାଯିବ ବୋଲି ଇରାନ୍‌ ପକ୍ଷରୁ କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri