ସତ୍ତା ହରାଇଲା ମୁକ୍ତାକାଶ ଭାସ୍କର୍ଯ୍ୟ ସଂଗ୍ରହାଳୟ

ଭୁବନେଶ୍ୱର, ୨୯।୧ (ବ୍ୟୁରୋ):ଭୁବନେଶ୍ୱରକୁ ଏକ ନିଆରା ସହର ଭାବେ ଗଢି ତୋଳିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ହେଲେ ସମନ୍ବୟ ଓ ରକ୍ଷଣାବେକ୍ଷଣା ଅଭାବରୁ ଅନେକ ପ୍ରକଳ୍ପ ମାଟିରେ ମିଶୁଛି। ପୁଣି ଭିତ୍ତିଭୂମିର ସମୀକ୍ଷା ନ କରି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଫଳରେ ପରବର୍ତ୍ତୀ ସମୟରେ କୋଟି କୋଟି ଟଙ୍କା ବରବାଦ କରାଯାଉଛି। କଳିଙ୍ଗନଗର ଅଞ୍ଚଳରେ ଗଢ଼ିଉଠିଥିବା ଦେଶର ସର୍ବପ୍ରଥମ ଇଣ୍ଟରନ୍ୟାଶନାଲ ପବ୍ଲିକ୍‌ ଆର୍ଟ ସିମ୍ପୋଜିୟମ୍‌ ‘ମୁକ୍ତାକାଶ ଭାସ୍କର୍ଯ୍ୟ ସଂଗ୍ରହାଳୟ’ କ୍ଷେତ୍ରରେ ଠିକ୍‌ ଏପରି ଘଟିଛି। ୫ଏକର ଜାଗାରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ସଂଗ୍ରହାଳୟ ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ଆବର୍ଜନାରୁ ପ୍ରସ୍ତୁତ କଳାକୃତି ପୁଣିଥରେ ଆବର୍ଜନାରେ ପରିଣତ ହେବା ପରେ ଏହାକୁ ବିଏମ୍‌ସି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଫଳରେ ଏହା ଏବେ ନିଜର ସତ୍ତା ହରାଇଛି। ତେବେ ଏଠାରେ ଉଭୟ ବିଡିଏ ଓ ବିଏମ୍‌ସି ମଧ୍ୟରେ ସମନ୍ବୟର ଅଭାବ ଦେଖିବାକୁ ମିଳିଛି। ୨୦୧୮ରେ ବିଡିଏ ଓ ଆର୍ଟିଷ୍ଟ ନେଟ୍‌ଓ୍ବର୍କ ପ୍ରମୋଟିଙ୍ଗ୍‌ ଇଣ୍ଡିଆନ୍‌ କଲ୍‌ଚର (ଆନ୍‌ପିକ୍‌)ର ମିଳିତ ସହଯୋଗରେ ଏହି ମୁକ୍ତାକାଶ ସଂଗ୍ରହାଳୟର ଶୁଭାରମ୍ଭ ହୋଇଥିଲା। ତେବେ ଉଦ୍‌ଘାଟନର ମାତ୍ର କିଛି ଦିନ ମଧ୍ୟରେ ଏହାର ରକ୍ଷଣାବେକ୍ଷଣ ଦିଗରେ ଗୁରୁତ୍ୱ ଦିଆଯାଇ ନ ଥିଲା। ବିଡିଏ ଜମିରେ ଏହାର ପରିଚାଳନା ଓ ଖର୍ଚ୍ଚ ଆନ୍‌ପିକ୍‌ ସଂସ୍ଥା କରିଥିଲା। ସମ୍ପୃକ୍ତ ଅଞ୍ଚଳ ଉପରେ ୩୩ କେଭିର ବିଦ୍ୟୁତ୍‌ ତାର ରହିଥିବାରୁ ସେଠାରେ ଲୋକ ଚଳପ୍ରଚଳ ହେବାକୁ ଓପିଟିସିଏଲ୍‌ ବାରଣ କରିଥିବାରୁ ଉକ୍ତ ଅଞ୍ଚଳରେ ଲୁହା ନିର୍ମିତ ଭାସ୍କର୍ଯ୍ୟ ରଖାଯିବ ନାହିଁ କହି ବିଡିଏ ଅଧିକାରୀ ଦୋଷ ଖସାଇଥିଲେ। ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ବିଡିଏ ଲୁହା ଓ ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁରେ ନିର୍ମିତ ପାର୍କ ପାଇଁ କିପରି ଅନୁମତି ଦେଲା ପ୍ରଶ୍ନର ଉତ୍ତର ମିଳି ନ ଥିବାବେଳେ ଏବେ ଉକ୍ତ ଜମିରେ ନୂଆ ପ୍ରସଙ୍ଗ ମୁଣ୍ଡ ଟେକିଛି। ଗତ କିଛିଦିନ ହେବ ବିଏମ୍‌ସି ପକ୍ଷରୁ ମୁକ୍ତାକାଶ ବ୍ୟାୟାମଶାଳା ଓ ପାର୍କ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଅଧାରେ ବନ୍ଦ କରିଦିଆଯାଇଥିଲା। ବିଏମ୍‌ସିର ଏହି କାର୍ଯ୍ୟ ଉପରେ ବିଡିଏ ରୋକ୍‌ ଲଗାଇଥିବା ବିଡିଏର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର (ଡିଭିଜନ-୩) ଅମ୍ବିକା ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ନିଜ ପ୍ଲାନିଂ ଅନୁସାରେ ଏଠାରେ ବିଡିଏ ପାର୍କ ପ୍ରସ୍ତୁତ କରିବାକୁ ଯାଉଥିବା ସେ କହିଛନ୍ତି। ବିଏମ୍‌ସି ପକ୍ଷରୁ ଏହି ଜମିରେ ବର୍ତ୍ତମାନ ସୁଦ୍ଧା ପାଥ୍‌ ଓ୍ବେ ତିଆରି କରାଯାଇଛି। ତେବେ ବିଡିଏ ଯଦି ଏ ପାର୍କର ପ୍ଲାନିଂରେ ପରିବର୍ତ୍ତନ କରେ, ତେବେ ଏଥିରେ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ପାଣିରେ ପଡ଼ିବ। ଅନ୍ୟପଟେ ନୂଆ କରି ଆରମ୍ଭ ହୋଇଥିବା ପ୍ରକଳ୍ପର ସ୍ଥାୟିତ୍ୱ ଉପରେ ଅଞ୍ଚଳବାସୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସରକାରଙ୍କ ଅର୍ଥକୁ ଏପରି ବାରମ୍ବାର ପ୍ରକଳ୍ପ ବଦଳାଇ ବରବାଦ କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଦୀର୍ଘସ୍ଥାୟୀ ପ୍ରକଳ୍ପ ଦାୟିତ୍ୱ ଦୂରଦୃଷ୍ଟିସମ୍ପନ୍ନ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯିବାକୁ ଦାବି କରିଛନ୍ତି।

ଆବର୍ଜନାରୁ ତିଆରି କଳାକୃତି ଆବର୍ଜନା ପାଲଟିଲା
ରିଡ୍ୟୁସ୍‌, ରି-ୟୁଜ୍‌ ଓ ରିସାଇକେଲ୍‌ ଥିମ୍‌କୁ ନେଇ ଭୁବନେଶ୍ୱର ଓ କଟକ ମହାନଗରରୁ ସଂଗୃହୀତ ୫୦ ଟନ୍‌ର ବର୍ଜ୍ୟ ଯଥା ପୁରୁଣା ଲୁହା, ଟିଣ, ଆଲୁମିନିୟମ, ଦସ୍ତା, ଭଙ୍ଗା ସାଇକେଲ ଆଦି ବିଭିନ୍ନ ଅନାବଶ୍ୟକ ସାମଗ୍ରୀରୁ ୨୧ଟି ବିଶାଳ କଳାକୃତି ତିଆରି କରାଯାଇଥିଲା। ସ୍ପେନ୍‌, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଜର୍ମାନୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଆଦି ବିଭିନ୍ନ ଦେଶରୁ ଆସିଥିବା ୧୪ଜଣ ଏବଂ ୭ଜଣ ଭାରତୀୟ କାରିଗରଙ୍କ ଦ୍ୱାରା ହାତୀ, ସିଂହ, ମୟୂର, ବାଘ, ହରିଣ, କଇଁଛ, ଘୋଡା ଭଳି ବିଭିନ୍ନ ପ୍ରକାରର ଜୀବଜନ୍ତୁ, ସରୀସୃପ ଆକୃତି କରାଯାଇଥିଲା। ଅଦରକାରୀ ସାମଗ୍ରୀକୁ ଏଣେତେଣ ନ ଫିଙ୍ଗି ସେଥିରୁ ମଧ୍ୟ ସୁନ୍ଦର କଳାକୃତି ନିର୍ମାଣ କରାଯାଇ ପାରିବ ବୋଲି ଏଠାରେ ବାର୍ତ୍ତା ଦିଆଯାଇଥିଲା। ତେବେ ଭାରତର ସର୍ବପ୍ରଥମ ଇଣ୍ଟରନ୍ୟାଶନାଲ ଆର୍ଟ ସିମ୍ପୋଜିୟମ୍‌ କୁହାଯାଉଥିବା ଏହି ମୁକ୍ତାକାଶ ସଂଗ୍ରହାଳୟର କଳାକୃତି ପୁଣିଥରେ ଆବର୍ଜନାରେ ପରିଣତ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri