ସତ୍ତା ହରାଇଲା ମୁକ୍ତାକାଶ ଭାସ୍କର୍ଯ୍ୟ ସଂଗ୍ରହାଳୟ

ଭୁବନେଶ୍ୱର, ୨୯।୧ (ବ୍ୟୁରୋ):ଭୁବନେଶ୍ୱରକୁ ଏକ ନିଆରା ସହର ଭାବେ ଗଢି ତୋଳିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ହେଲେ ସମନ୍ବୟ ଓ ରକ୍ଷଣାବେକ୍ଷଣା ଅଭାବରୁ ଅନେକ ପ୍ରକଳ୍ପ ମାଟିରେ ମିଶୁଛି। ପୁଣି ଭିତ୍ତିଭୂମିର ସମୀକ୍ଷା ନ କରି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଫଳରେ ପରବର୍ତ୍ତୀ ସମୟରେ କୋଟି କୋଟି ଟଙ୍କା ବରବାଦ କରାଯାଉଛି। କଳିଙ୍ଗନଗର ଅଞ୍ଚଳରେ ଗଢ଼ିଉଠିଥିବା ଦେଶର ସର୍ବପ୍ରଥମ ଇଣ୍ଟରନ୍ୟାଶନାଲ ପବ୍ଲିକ୍‌ ଆର୍ଟ ସିମ୍ପୋଜିୟମ୍‌ ‘ମୁକ୍ତାକାଶ ଭାସ୍କର୍ଯ୍ୟ ସଂଗ୍ରହାଳୟ’ କ୍ଷେତ୍ରରେ ଠିକ୍‌ ଏପରି ଘଟିଛି। ୫ଏକର ଜାଗାରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ସଂଗ୍ରହାଳୟ ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ଆବର୍ଜନାରୁ ପ୍ରସ୍ତୁତ କଳାକୃତି ପୁଣିଥରେ ଆବର୍ଜନାରେ ପରିଣତ ହେବା ପରେ ଏହାକୁ ବିଏମ୍‌ସି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଫଳରେ ଏହା ଏବେ ନିଜର ସତ୍ତା ହରାଇଛି। ତେବେ ଏଠାରେ ଉଭୟ ବିଡିଏ ଓ ବିଏମ୍‌ସି ମଧ୍ୟରେ ସମନ୍ବୟର ଅଭାବ ଦେଖିବାକୁ ମିଳିଛି। ୨୦୧୮ରେ ବିଡିଏ ଓ ଆର୍ଟିଷ୍ଟ ନେଟ୍‌ଓ୍ବର୍କ ପ୍ରମୋଟିଙ୍ଗ୍‌ ଇଣ୍ଡିଆନ୍‌ କଲ୍‌ଚର (ଆନ୍‌ପିକ୍‌)ର ମିଳିତ ସହଯୋଗରେ ଏହି ମୁକ୍ତାକାଶ ସଂଗ୍ରହାଳୟର ଶୁଭାରମ୍ଭ ହୋଇଥିଲା। ତେବେ ଉଦ୍‌ଘାଟନର ମାତ୍ର କିଛି ଦିନ ମଧ୍ୟରେ ଏହାର ରକ୍ଷଣାବେକ୍ଷଣ ଦିଗରେ ଗୁରୁତ୍ୱ ଦିଆଯାଇ ନ ଥିଲା। ବିଡିଏ ଜମିରେ ଏହାର ପରିଚାଳନା ଓ ଖର୍ଚ୍ଚ ଆନ୍‌ପିକ୍‌ ସଂସ୍ଥା କରିଥିଲା। ସମ୍ପୃକ୍ତ ଅଞ୍ଚଳ ଉପରେ ୩୩ କେଭିର ବିଦ୍ୟୁତ୍‌ ତାର ରହିଥିବାରୁ ସେଠାରେ ଲୋକ ଚଳପ୍ରଚଳ ହେବାକୁ ଓପିଟିସିଏଲ୍‌ ବାରଣ କରିଥିବାରୁ ଉକ୍ତ ଅଞ୍ଚଳରେ ଲୁହା ନିର୍ମିତ ଭାସ୍କର୍ଯ୍ୟ ରଖାଯିବ ନାହିଁ କହି ବିଡିଏ ଅଧିକାରୀ ଦୋଷ ଖସାଇଥିଲେ। ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ବିଡିଏ ଲୁହା ଓ ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁରେ ନିର୍ମିତ ପାର୍କ ପାଇଁ କିପରି ଅନୁମତି ଦେଲା ପ୍ରଶ୍ନର ଉତ୍ତର ମିଳି ନ ଥିବାବେଳେ ଏବେ ଉକ୍ତ ଜମିରେ ନୂଆ ପ୍ରସଙ୍ଗ ମୁଣ୍ଡ ଟେକିଛି। ଗତ କିଛିଦିନ ହେବ ବିଏମ୍‌ସି ପକ୍ଷରୁ ମୁକ୍ତାକାଶ ବ୍ୟାୟାମଶାଳା ଓ ପାର୍କ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଅଧାରେ ବନ୍ଦ କରିଦିଆଯାଇଥିଲା। ବିଏମ୍‌ସିର ଏହି କାର୍ଯ୍ୟ ଉପରେ ବିଡିଏ ରୋକ୍‌ ଲଗାଇଥିବା ବିଡିଏର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର (ଡିଭିଜନ-୩) ଅମ୍ବିକା ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ନିଜ ପ୍ଲାନିଂ ଅନୁସାରେ ଏଠାରେ ବିଡିଏ ପାର୍କ ପ୍ରସ୍ତୁତ କରିବାକୁ ଯାଉଥିବା ସେ କହିଛନ୍ତି। ବିଏମ୍‌ସି ପକ୍ଷରୁ ଏହି ଜମିରେ ବର୍ତ୍ତମାନ ସୁଦ୍ଧା ପାଥ୍‌ ଓ୍ବେ ତିଆରି କରାଯାଇଛି। ତେବେ ବିଡିଏ ଯଦି ଏ ପାର୍କର ପ୍ଲାନିଂରେ ପରିବର୍ତ୍ତନ କରେ, ତେବେ ଏଥିରେ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ପାଣିରେ ପଡ଼ିବ। ଅନ୍ୟପଟେ ନୂଆ କରି ଆରମ୍ଭ ହୋଇଥିବା ପ୍ରକଳ୍ପର ସ୍ଥାୟିତ୍ୱ ଉପରେ ଅଞ୍ଚଳବାସୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସରକାରଙ୍କ ଅର୍ଥକୁ ଏପରି ବାରମ୍ବାର ପ୍ରକଳ୍ପ ବଦଳାଇ ବରବାଦ କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଦୀର୍ଘସ୍ଥାୟୀ ପ୍ରକଳ୍ପ ଦାୟିତ୍ୱ ଦୂରଦୃଷ୍ଟିସମ୍ପନ୍ନ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯିବାକୁ ଦାବି କରିଛନ୍ତି।

ଆବର୍ଜନାରୁ ତିଆରି କଳାକୃତି ଆବର୍ଜନା ପାଲଟିଲା
ରିଡ୍ୟୁସ୍‌, ରି-ୟୁଜ୍‌ ଓ ରିସାଇକେଲ୍‌ ଥିମ୍‌କୁ ନେଇ ଭୁବନେଶ୍ୱର ଓ କଟକ ମହାନଗରରୁ ସଂଗୃହୀତ ୫୦ ଟନ୍‌ର ବର୍ଜ୍ୟ ଯଥା ପୁରୁଣା ଲୁହା, ଟିଣ, ଆଲୁମିନିୟମ, ଦସ୍ତା, ଭଙ୍ଗା ସାଇକେଲ ଆଦି ବିଭିନ୍ନ ଅନାବଶ୍ୟକ ସାମଗ୍ରୀରୁ ୨୧ଟି ବିଶାଳ କଳାକୃତି ତିଆରି କରାଯାଇଥିଲା। ସ୍ପେନ୍‌, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଜର୍ମାନୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଆଦି ବିଭିନ୍ନ ଦେଶରୁ ଆସିଥିବା ୧୪ଜଣ ଏବଂ ୭ଜଣ ଭାରତୀୟ କାରିଗରଙ୍କ ଦ୍ୱାରା ହାତୀ, ସିଂହ, ମୟୂର, ବାଘ, ହରିଣ, କଇଁଛ, ଘୋଡା ଭଳି ବିଭିନ୍ନ ପ୍ରକାରର ଜୀବଜନ୍ତୁ, ସରୀସୃପ ଆକୃତି କରାଯାଇଥିଲା। ଅଦରକାରୀ ସାମଗ୍ରୀକୁ ଏଣେତେଣ ନ ଫିଙ୍ଗି ସେଥିରୁ ମଧ୍ୟ ସୁନ୍ଦର କଳାକୃତି ନିର୍ମାଣ କରାଯାଇ ପାରିବ ବୋଲି ଏଠାରେ ବାର୍ତ୍ତା ଦିଆଯାଇଥିଲା। ତେବେ ଭାରତର ସର୍ବପ୍ରଥମ ଇଣ୍ଟରନ୍ୟାଶନାଲ ଆର୍ଟ ସିମ୍ପୋଜିୟମ୍‌ କୁହାଯାଉଥିବା ଏହି ମୁକ୍ତାକାଶ ସଂଗ୍ରହାଳୟର କଳାକୃତି ପୁଣିଥରେ ଆବର୍ଜନାରେ ପରିଣତ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri