ଖୋଲା ବିଦ୍ରୋହ

Dillip Cherian

ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ତାହାର ଏକ ନିଜସ୍ବ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଆଉ ଏକ ପ୍ରଶାସନିକ ପ୍ରକ୍ରିୟାକୁ ସୂଚିତ କରିଛି। ପୂର୍ବରୁ ପଞ୍ଜାବ ଓ ଉତ୍ତରପ୍ରଦେଶ କେନ୍ଦ୍ରର ବିନା ଅନୁମତିରେ ସେମାନଙ୍କର ପୋଲିସ ମୁଖ୍ୟ ବାଛିବା ପାଇଁ ପଦକ୍ଷେପ ନେଇଥତ୍ଲେ। ଏବେ ପଶ୍ଚିମବଙ୍ଗ କେନ୍ଦ୍ରର ସ୍ବୀକୃତି (ୟୁପିଏସ୍‍ସି ଶଟର୍ର୍ଲିଷ୍ଟ)କୁ ଏଡ଼ାଇ ଯାଇ ସେମାନଙ୍କ ସହ ଯୋଡ଼ିହୋଇଛି। ଏହି ୩ ରାଜ୍ୟରେ ତିନୋଟି ପୃଥକ୍‍ ରାଜନୈତିକ ଦଳ ଯଥା ଆମ୍‍ ଆଦ୍‍ମୀ ପାର୍ଟି, ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ କ୍ଷମତାରେ ରହିଛନ୍ତି । ଆଶ୍ଚର୍ଯ୍ୟର ବିଷୟ, ସମସ୍ତେ ସମାନ ପ୍ରକାର ସଂଘୀୟ କଥା କହୁଛନ୍ତି। ବେଙ୍ଗଲରେ ଜଣେ କାର୍ଯ୍ୟନିର୍ବାହୀ ଡିଜିପି ଅନେକ ମାସ ହେଲା ଦାୟିତ୍ୱ ତୁଲାଉଛନ୍ତି ଏବଂ ଦିଲ୍ଲୀରୁ କୌଣସି ପଦକ୍ଷେପ ନିଆଯାଉ ନ ଥତ୍ବା ଦେଖତ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଯୁକ୍ତିକୁ ନିଜ ହାତକୁ ନେଇଛନ୍ତି। ନୂଆ ପ୍ରକ୍ରିୟାରେ ରାଜ୍ୟ ଦ୍ୱାରା ଗଠିତ ଏକ କମିଟିରେ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ଏହାର ପ୍ରମୁଖ ଭାବେ ରହିପାରନ୍ତି। କିନ୍ତୁ ଏହି ପଦକ୍ଷେପ ୨୦୦୬ରେ ପ୍ରକାଶ ସିଂ ବାନମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରେ। ପୋଲିସ ନିଯୁକ୍ତିକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତରଖତ୍ ୟୁପିଏସ୍‍ସିକୁ ଜଡ଼ିତ କରିବାକୁ ଏହି ରାୟରେ ଦର୍ଶାଯାଇଥତ୍ଲା। ରାଜ୍ୟଗୁଡ଼ିକ ଏବେ ଯୁକ୍ତି କରୁଛନ୍ତି, ହସ୍ତକ୍ଷେପ ଦିଲ୍ଲୀରୁ ହେଉଛି, ରାଜ୍ୟ ମଧ୍ୟରେ ନୁହେଁ। ଏହା ବାସ୍ତବରେ ଏକ ସହଯୋଗ ସଂଘୀୟବାଦର ଅୟମାରମ୍ଭ ନା କେନ୍ଦ୍ର-ରାଜ୍ୟ ମଧ୍ୟରେ ଏକ ଶୀତଳ ଯୁଦ୍ଧ? ଏହା କେବଳ ଜଣେ ଡିଜିପିଙ୍କ ବିଷୟ ନୁହେଁ, ବରଂ ବଡ଼ କଥା ହେଉଛି କିଏ ତାଙ୍କୁ ନିଯୁକ୍ତ କରିବ ଏବଂ କିଏ ପଛକୁ ହଟିବ; କେନ୍ଦ୍ର ନା ରାଜ୍ୟ।
କ୍ୟାଡର ଯୁଦ୍ଧ
ଦିଲ୍ଲୀ ବାବୁ ପରିସରରେ ନିଜ କାର୍ଯ୍ୟକ୍ଷେତ୍ରକୁ ନେଇ ଏକ ପୁରୁଣା ବିବାଦ ମୁଣ୍ଡ ଟେକୁଛି ।
ଦିଲ୍ଲୀ ଆଡ୍‍ମିନିଷ୍ଟ୍ରେଟିଭ ସବ୍‍ଅର୍ଡିନେଟ୍‍ ସର୍ଭିସ୍‍(ଡିଏଏସ୍‍ଏସ୍‍) ଅଧତ୍କାରୀମାନେ ଦୀର୍ଘଦିନର ଅଭିଯୋଗକୁ କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ନିକଟରେ ପହଞ୍ଚାଇଛନ୍ତି। ଆଶା କରାଯାଉଛିି , ସେମାନେ ଦୀର୍ଘଦିନରୁ ଚାହଁୁଥତ୍ବା ୨୧୭ ପଦବୀ ସମ୍ପର୍କରେ କେହି ଜଣେ ବୁଝିବେ। ଗତବର୍ଷ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏ ସମ୍ପର୍କରେ ସବୁଜ ସଙ୍କେତ ଦେବା ପରେ ତାହା ସେମାନଙ୍କର ହେବା ଉଚିତ। ଦିଲ୍ଲୀ, ଆଣ୍ଡାମାନ ଓ ନିକୋବର ସିଭିଲ ସର୍ଭିସ(ଡିଏଏନ୍‍ଆଇସିଏସ୍‍) ଅଧତ୍କାରୀମାନେ ଏହି ଆଦେଶକୁ ବିରୋଧକରି ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଶନ ଟ୍ରିବ୍ୟୁନାଲ (ସିଏଟି)ର ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଦାବି କରିଛନ୍ତି ଯେ ସେସବୁ ପଦବୀ ସେମାନଙ୍କର। ସେହିଭଳି ପ୍ରଶାସନରେ ପଦାନୁକ୍ରମିକ ବ୍ୟବସ୍ଥା ପୁନର୍ବାର ସାମ୍ନାକୁ ଆସିଛି। ସୂତ୍ରରୁ ଜଣାପଡ଼ିଛି ଯେ, ୧୯୬୭ରୁ ଦିଲ୍ଲୀ ପ୍ରଶାସନକୁ ଚଳାଇଆସିଥତ୍ବା ଡିଏଏସ୍‍ଏସ୍‍ ଅଧତ୍କାରୀମାନେ ଥକିପଡ଼ିଲେଣି। ପାଞ୍ଚଦଶନ୍ଧିରୁ ଊର୍ଦ୍ଧ୍ୱ ସମୟର ବ୍ୟବସ୍ଥାଗତ ନିଷ୍କ୍ରିୟତାକୁ ଦେଖତ୍ଲେ ପୁନର୍ଗଠନ ନାହିଁ କି ପଦୋନ୍ନତି ନାହିଁ କିମ୍ବା କୌଣସି ବାସ୍ତବ ଯୋଜନା ନାହିଁ। ପାଖାପାଖତ୍ ୧୦୦ ଅଧତ୍କାରୀ ପ୍ରତିବର୍ଷ ଛାଡ଼ି ଚାଲିଯାଉଥତ୍ବା ଜଣାପଡ଼ିଛି। ସେମାନେ ଖୁସିରେ ନୁହେଁ, ବରଂ ବୃତ୍ତିଗତ ନୈରାଶ୍ୟ ଯୋଗୁ ଏହା କରୁଛନ୍ତି। ଡିଏଏସ୍‍ଏସ୍‍ ଅଧତ୍କାରୀମାନେ ଅଭିଯୋଗ କରୁଛି ଯେ, କେତେଜଣ ଡିଏଏନ୍‍ଆଇସିଏସ୍‍ ଅଧତ୍କାରୀ ସର୍ଭିସ୍‍ ରୁଲ୍ସକୁ ଅଣଦେଖା କରିବାଠାରୁ ଆରମ୍ଭକରି ପଦବୀ ସମ୍ପର୍କିତ ବିଜ୍ଞପ୍ତିକୁ ରୋକୁଛନ୍ତି। ଦିଲ୍ଲୀରେ ନୂଆ ସରକାର କ୍ଷମତାକୁ ଆସିଛି ଓ ଘଟଣାଟି ଏବେ ନର୍ଥ ବ୍ଲକ୍‍ରେ ପହଞ୍ଚିଛି। ଏହି ଆନ୍ତଃ କ୍ୟାଡର ଶୀତଳଯୁଦ୍ଧ ଶେଷରେ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି।
ଅଧତ୍କାରୀମାନେ ଦ୍ୱନ୍ଦ୍ୱରେ
ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ଅଲଗା ରାଜ୍ୟ ହେବାର ୧ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ବି କେନ୍ଦ୍ର ଆଇଏଏସ୍‍ ଓ ଆଇପିଏସ୍‍ କ୍ୟାଡର ଭାଗ ବଣ୍ଟନ କରିପାରିନାହିଁ। ଶିବ ଶଙ୍କର ଲୋଥେଟିଙ୍କ ଭଳି ଅନେକ ଅଧତ୍କାରୀ ପ୍ରଶାସନିକ ଅନିଶ୍ଚୟତା ମଧ୍ୟରେ ରହିଛନ୍ତି। ବିବାଦୀୟ ସେଣ୍ଟ୍ରାଲ ଆଡ୍‍ମିନିଷ୍ଟେଟିଭ ଟ୍ରିବ୍ୟୁନାଲ (ସିଏଟି) ଆଦେଶ ଏବଂ ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରୁ ନ ଥତ୍ବା ଡିଓପିଟି ଦ୍ୱାରା ୨ ରାଜ୍ୟରେ ଅଧତ୍କାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଲୋଥେଟିଙ୍କୁ ତେଲଙ୍ଗାନା ବଦଳି କରିବା ପାଇଁ କେନ୍ଦ୍ର ଅୋବର ୨୦୨୪ରେ ନିଷ୍ପତ୍ତି ନେଇଥତ୍ଲା । କିନ୍ତୁ ସିଏଟି ତାହାକୁ ନିକଟରେ ବଦଳାଇଦେଇ ତାଙ୍କୁ ଆନ୍ଧ୍ରରେ ପୁନଃ ଅବସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଥତ୍ଲା। ହେଲେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ। କେବଳ ଲୋଥେଟି ଏମିତି ଅଟକି ରହିନାହାନ୍ତି। ଗୋଟିଏ ରାଜ୍ୟରେ ନିଯୁକ୍ତ ହୋଇ ଓପଚାରିକ ଭାବେ ଅନ୍ୟ ରାଜ୍ୟରେ ଥତ୍ବା ଅନେକ ଅଧତ୍କାରୀ ଏବେ ଏମିତି ଦ୍ୱନ୍ଦ୍ୱରେ ରହିଛନ୍ତି ଏବଂ ନ୍ୟାୟାଳୟର ଆଶ୍ରୟ ନେଉଛନ୍ତି। ଅମଲାତନ୍ତ୍ରୀମାନେ କେଉଁ ରାଜ୍ୟରେ ଅଛନ୍ତି ତାହା ଯଦି ସେମାନ ଜାଣିପାରୁନାହାନ୍ତି, ତେବେ ସେମାନେ ଜନସାଧାରଣ ସେବା ଉପରେ କିଭଳି ଧ୍ୟାନଦେବେ। ନ୍ୟାୟାଳୟ ଏହି ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ତାହା ତ୍ରୁଟିପୂର୍ଣ୍ଣ ତଥ୍ୟକୁ ନେଇ କାମ କରୁଛନ୍ତି। ପଦବୀକୁ ଦୁଇଭାଗକରି ଆବଣ୍ଟନ କରିବାର ସେତେବେଳର କାମଚଳା ନୀତି ଏବେ ଆଉ କାମ କରୁନାହିଁ। କେନ୍ଦ୍ର ନିଷ୍ପତ୍ତି ନେଇପାରୁ ନ ଥତ୍ବାରୁ ଏହାର ସମାଧାନ ହୋଇପାରିବ ନାହିଁ। ଅସ୍ପଷ୍ଟ ଆଦେଶ ଓ ବହୁ ସଂଶୋଧନ ମଧ୍ୟରେ ଅଧତ୍କାରୀମାନେ ସେମାନଙ୍କ ଜୀବନ ଓ କ୍ୟାରିୟରକୁ ନେଇ ଯୋଜନା କରିପାରିବେ ନାହିଁ। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜନୈତିକ କ୍ଷେତ୍ରରେ ଆଗକୁ ବଢ଼ିଛନ୍ତି, ହେଲେ ଅମଲାତନ୍ତ୍ର ୨୦୧୪ର ସ୍ଥିତିରେ ଅଟକି ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri