ଅନ୍‌ଲାଇନ୍‌ ଟିକସ ପୈଠ ପାଇଁ ସଚେତନ କରିବେ ଓ୍ବାର୍ଡ ଅଫିସର

ଭୁବନେଶ୍ୱର,୨୩।୮(ବ୍ୟୁରୋ):ରାଜଧାନୀରେ ରାଜସ୍ବ ଆଦାୟ କ୍ଷେତ୍ରରେ ପଛରେ ପଡ଼ିଯାଇଛି ବିଏମ୍‌ସି। ହୋଲ୍ଡିଂ ଟିକସ ଏବଂ ଅନ୍ୟାନ୍ୟ କର ଆଦାୟ କରିବାରେ ୱାର୍ଡ ଅଧିକାରୀମାନେ ଆଖିଦୃଶିଆ କାର୍ଯ୍ୟ କରିପାରୁ ନାହାନ୍ତି। ତେଣୁ ଆଗକୁ କିଭଳି ଠିକ୍‌ ଭାବେ ଏବଂ ଅଧିକ ରାଜସ୍ବ ଆଦାୟ କରିହେବ ସେନେଇ ବିଏମ୍‌ସି ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଟିକସ ଆଦାୟ ସମ୍ପର୍କିତ ଏକ ସମୀକ୍ଷା ବୈଠକ ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରେଡ୍‌ ଲାଇସେନ୍ସ ଓ ହୋଲ୍ଡିଂ ଟିକସ ଆଦାୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ‘ଭୁବନେଶ୍ୱର ଡଟ୍‌ ମି’ ଆପ୍‌ ମାଧ୍ୟମରେ ଟିକସ ପୈଠ କରିବାକୁ ସହରବାସୀଙ୍କୁ କିପରି ସଚେତନ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଫ୍‌ଲାଇନ୍‌ ପରିବର୍ତ୍ତେ ଅନ୍‌ଲାଇନ୍‌ ଯୋଗେ ନାଗରିକମାନେ କିପରି ସହଜରେ ଟିକସ ପୈଠ କରିପାରିବେ, ସେନେଇ ୱାର୍ଡ ଅଫିସର କାର୍ଯ୍ୟ କରିବେ। ଯେଉଁମାନେ ଟିକସ ଦେଉ ନାହାନ୍ତି, ସେମାନଙ୍କଠାରୁ ଟିକସ ଆଦାୟ ପାଇଁ ପଦକ୍ଷେପ ନିଆଯିବ। ଏଥିସହ ବେଆଇନ ବିଜ୍ଞାପନ, ହୋର୍ଡିଂ, ପାର୍କିଂ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ଅପରପକ୍ଷେ ମହାନଗର ନିଗମ ଅଞ୍ଚଳରେ ପାର୍କିଂ ଏବଂ ନୋ ପାର୍କିଂ ଅଞ୍ଚଳକୁ ନେଇ ଅନେକ ସମସ୍ୟା ରହିଛି। କେତେକ ସ୍ଥାନରେ ବେଆଇନ ପାର୍କିଂ ଫି ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ତେଣୁ ତାହା ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନିଆଯିବ। ନିଜ ୱାର୍ଡରେ ଥିବା ପାର୍କିଂ ସମସ୍ୟା ସମ୍ପର୍କରେ ଆସନ୍ତା ୭ଦିନ ମଧ୍ୟରେ ଜଣାଇବା ପାଇଁ ୱାର୍ଡ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଏନେଇ ଆସନ୍ତା କର୍ପୋରେସନ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କମିଶନର କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ଟିକସ ଖିଲାପକାରୀଙ୍କଠାରୁ ଟିକସ ଆଦାୟ କରି କିପରି ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ଆୟ ବୃଦ୍ଧି କରିବା ସହ ଜନହିତକର କାର୍ଯ୍ୟରେ ବିନିଯୋଗ ହୋଇପାରିବ, ସେ ଦିଗରେ ଆଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ବ ଆଦାୟରେ ବିଏମ୍‌ସି ମାଇଲଖୁଣ୍ଟ ସ୍ଥାପନ କରିଥିଲା। ଏହି ବର୍ଷ ମୋଟ ପ୍ରାୟ ୧୫୦କୋଟି ୫୧ଲକ୍ଷ ୮୫ହଜାର ୫୩ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। ଯାହାକି ବିଏମ୍‌ସିର ରାଜସ୍ବ ଆଦାୟ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ରେକର୍ଡ। ତେଣୁ ଚଳିତ ଆର୍ଥତ୍କ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ଏହି ରେକର୍ଡକୁ ବଜାୟ ରଖିବା ସହ ଆହୁରି ଅଧିକ ରାଜସ୍ବ ଆଦାୟ ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri