ବିବାହ ବିଚ୍ଛେଦ ପରେ ରୁହନ୍ତୁ ନାହିଁ ଦୁଃଖୀ, ଦିଅନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ

ଯେକୌଣସି ସମ୍ପର୍କ ହୋଇ ଥାଉନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷକରି ସ୍ବାମୀ-ସ୍ତ୍ରୀ ସମ୍ପର୍କକୁ ସୂକ୍ଷ୍ମ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ। ଶେଷରେ ଅନେକ ଦମ୍ପତିି ଅଲଗା ହେବାର ନିଷ୍ପତ୍ତି ନେଇଥାନ୍ତି। ମାତ୍ର ବିଚ୍ଛେଦ ଜଣଙ୍କର ଜୀବନରେ ଦୁଃଖ ଆଣିପାରେ। ଫଳରେ ଅନେକେ ଦୁଃଖରେ ରହିବା ସହ ନିଜକୁ ସମୟ ଦେଇ ନଥାନ୍ତିି। ତେବେ ଏହି ମହିଳାମାନଙ୍କୁ ଆଗକୁ ବଢ଼ିବା ପାଇଁ କିଛି ପାଦ ଆଗକୁ ନେବାକୁ ପଡିଥାଏ। ଏଥିଲାଗି ନିମ୍ନୋକ୍ତ ଦିଗପ୍ରତି ଧ୍ୟାନ ଦେଇପାରିବେ..

ଭାବପ୍ରବଣତାର ପରିବର୍ତ୍ତନ: ଯଦି ଆପଣ କାହାସହ ଭାବାତ୍ମକ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି, ସେମାନଙ୍କଠାରୁ ସମ୍ପର୍କ ଶେଷ କରିବା ବହୁ କଷ୍ଟକର ହୋଇଥାଏ। ଛାଡପତ୍ର ପରେ କେହି ଏହାକୁ ବିଶ୍ୱାସ କରିପାରି ନ ଥାନ୍ତି। ସମ୍ପର୍କ ଶେଷ ହେବାପରେ କେହି କେହି ନିଜ ଭିତରେ ଦୋଷ ଦୁର୍ବଳତା ଖୋଜିବାରେ ଲାଗି ପଡିଥାନ୍ତି। ଯେତେବେଳେ ମନର ରାଗ ଶାନ୍ତ କରିବେ, ସେତେବେଳେ ଆପଣ ଏହାର ସତ୍ୟତାକୁ ଗ୍ରହଣ କରିପାରିବେ। ଧୀରେ ଧୀରେ ଆଗକୁ ବଢ଼ିପାରିବେ।

କ୍ୟାରିୟର ଉପରେ ଧ୍ୟାନ: ଯଦି ଛାଡପତ୍ର ପୂର୍ବରୁ ପାର୍ଟନରଙ୍କ ଉପରେ ନିର୍ଭରଶୀଳ ଥିଲେ, ତେବେ ଅଲଗା ହେବା ପରେ ନିଜ କ୍ୟାରିୟର ଉପରେ ଧ୍ୟାନ ଦିଅନ୍ତୁ । କାହିଁକିନା ଆପଣଙ୍କୁ ଏହା ଆଗକୁ ବଢ଼ାଇବା ସହ ନିଜର ଆବଶ୍ୟକତାକୁ ପୂରଣ କରିବାକୁ ସାହାଯ୍ୟ କରିବ। ଏଥିସହ ନିଜ ହିସାବରେ ବଞ୍ଚିବାକୁ ସୁଯୋଗ ଦେଇଥାଏ।

ନିଜ ମନକୁ ଶକ୍ତ କରିବା: ପରମ୍ପରା ଅନୁଯାୟୀ ଛାଡପତ୍ର ଦେଇଥିବା ମହିଳାଙ୍କୁ ସମାଜ ଭିନ୍ନ ନଜରରେ ଦେଖିଥାଏ। ତେଣୁ ସମାଜରେ ଚଳିବାକୁ ହେଲେ ନିଜକୁ ମାନସିକ ଓ ଶାରୀରିକ ଭାବରେ ଶକ୍ତ କରନ୍ତୁ।

ପିଲାର ଖୁସି: ଯଦି ଆପଣଙ୍କର ପିଲା ଅଛି ଏବଂ ଛାଡ଼ପତ୍ର ପରେ ସେ ଆପଣଙ୍କ ପାଖେ ରହୁଛି, ତେବେ ପିଲାର ଖୁସି ପାଇଁ ଖୁସି ହେବାକୁ ଚେଷ୍ଟା କରନ୍ତୁ। ପିଲାଙ୍କୁ କୌଣସି ପ୍ରକାର ସମସ୍ୟା ଭିତରେ ରଖନ୍ତୁନାହିଁ । କାରଣ ସେ ତା’ର କୋମଳ ଶୈଶବକୁ ହରାଇପାରେ। ଏପରିକି ମନରେ ଉଭୟ ମା’ବାପାଙ୍କ ପ୍ରତି ଘୃଣାଭାବ ଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri