Categories: ଜାତୀୟ

ଆଇନକୁ ମାନୁଥିବା ବ୍ୟକ୍ତି ହିଁ ଅଧିକାରର ଦାବି କରିପାରିବେ, ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ…

ନୂଆଦିଲ୍ଲୀ, ୨୫।୫ : ମୌଳିକ ଅଧିକାର ନାମରେ, ଯେକୌଣସି ସୁରକ୍ଷା କବଚ କେବଳ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ଯେଉଁମାନେ ଆଇନକୁ ଅନୁସରଣ କରନ୍ତି ଏବଂ ଆଇନଗତ ପ୍ରକ୍ରିୟାକୁ ସମ୍ମାନ ପ୍ରଦାନ କରନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ମହାରାଷ୍ଟ୍ରର ଜଣେ ବ୍ୟକ୍ତି ନିଜ ଉପରେ ମକୋକା( ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍‌ ଅର୍ଗାନାଇଜଡ୍‌ କ୍ରାଇମ୍‌ ଆକ୍ଟ) ଲାଗୁ କରିବା ବିରୋଧରେ ଏକ ଆବେଦନ କରିଥିଲେ ଯେ ଏହା ତାଙ୍କର ମୌଳିକ ଅଧିକାର ଉପରେ ପ୍ରଭାବ ପକାଇବ। ଏହା ଉପରେ ମନ୍ତବ୍ୟ ଦେଇ କୋର୍ଟ କହିଛନ୍ତି ଯେ କେବଳ ସେହି ବ୍ୟକ୍ତି ଯେଉଁମାନେ ଦାୟିତ୍ୱ ତୁଲାନ୍ତି ସେମାନେ ମୌଳିକ ଅଧିକାରର ସୁରକ୍ଷା କବଚ ପାଇପାରିବେ। ଜଷ୍ଟିସ ଦୀନେଶ ମାହେଶ୍ୱରୀ ଏବଂ ଅନିରୁଦ୍ଧ ବୋଷଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ ସମ୍ପୃକ୍ତ ବ୍ୟକ୍ତି ଆଇନ ପାଳନ ନକରନ୍ତି ସେତେବେଳେ ମୌ ଳିକ ଅଧିକାରର ଦାବି ଯଥାର୍ଥ ହୋଇପାରିବ ନାହିଁ।

ଅଭିଯୁକ୍ତ କହିଛନ୍ତି ଯେ ତାଙ୍କ ଉପରେ ଗ୍ୟାଙ୍ଗଷ୍ଟର ବିରୋଧୀ ଆଇନ କାର୍ଯ୍ୟକାରୀ ହୋଇଛି ଏବଂ ଏହା ତାଙ୍କର ମୌଳିକ ଅଧିକାର ଉପରେ ଗୁରୁତର ପ୍ରଭାବ ପକାଇଛି। ଏହି ରାୟ ପ୍ରଦାନ କରି ଜଷ୍ଟିସ ମାହେଶ୍ୱରୀ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ମକୋକା ଆଇନର ପ୍ରୟୋଗ ହୋଇଛି। ଯଦି ଜଣେ ବ୍ୟକ୍ତିଙ୍କୁ ପଳାତକ ଘୋଷିତ କରାଯାଏ ଏବଂ ତଦନ୍ତକାରୀ ସଂସ୍ଥାର କବଳରୁ ସେ ଦୂରେଇ ଯାଇଥାନ୍ତି। ତେବେ ଏହା ହେଉଛି ନିୟମର ପ୍ରତ୍ୟକ୍ଷ ଉଲ୍ଲଂଘନ।

ଏପରି ବ୍ୟକ୍ତିଙ୍କୁ ଦଣ୍ଡରେ କୌଣସି କୋହଳ ପ୍ରଦାନ କରାଯାଇପାରିବ ନାହିଁ। ଅଦାଲତ କହିଛନ୍ତି ଯେ ଜଣେ ସାଧାରଣ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ପ୍ରକ୍ରିୟାର ଧାରା ୪୩୮ ଅନ୍ତର୍ଗତ ଆଗୁଆ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ।

ଅଭିଯୁକ୍ତ ପଳାତକ ହେଲେ ଏହା ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ପୋଲିସ ଦ୍ୱାରା ସେ ଜେଣ ଅଭ୍ୟାସଗତ ଅପରାଧୀ ବୋଲି ଘୋଷଣା କରାଯାଇଛି। ଧାରା ୪୩୮ ର ଲାଭ ଏପରି ବ୍ୟକ୍ତିଙ୍କୁ ଦିଆଯାଇପାରିବ ନାହିଁ।

ଅଦାଲତ କହିଛନ୍ତି ଯେ ସମ୍ବିଧାନର ଅନୁଚ୍ଛେଦ ୧୩୬ ଅନୁଯାୟୀ, ଧାରା ୪୩୮ ଅଭିଯୁକ୍ତଙ୍କ ଦାବିକୁ ବିଚାର କରିବାର ଅଧିକାର ପ୍ରଦାନ କରାଯାଇଛି। କିନ୍ତୁ ଆବେଦନକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ତେଣୁ ତାଙ୍କ ଆବେଦନ ଉପରେ ଦଣ୍ଡାଦେଶ କୌଣସି କୋହଳ ପ୍ରଦାନ କରାଯାଇପାରିବ ନାହିଁ ।

ଭବିଷ୍ୟତରେ ହେବାକୁ ଥିବା ମାମଲାଗୁଡ଼ିକ ପାଇଁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏକ ଉଦାହରଣ ଭାବରେ ରଖାଯାଇ ପାରେ ବୋଲି ଖଣ୍ଡପୀଠ କହିଛନ୍ତି।

Share