ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କର ଚମତ୍କାର ଅଭିନୟ ଦକ୍ଷତା ପାଇଁ ବେଶ ଜଣାଶୁଣା । ସେ ଫିଲ୍ମ ‘ୱା ଲାଇଫ ହୋ ତୋ ଏସିି’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ରାଧିକା ‘ପାରଚଡ’, ‘ରକ୍ତ ଚରିତ୍ର ୨’, ଶୋର ଇନ୍ ଦ ସିଟି, ମାଝି ଦ ମାଉଣ୍ଟମ୍ୟାନ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ହେଲେ ପ୍ରାରମ୍ଭିକ ଦିନରେ ଏହି ଅଭିନେତ୍ରୀଙ୍କୁ ବଲିଉଡର ରଙ୍ଗୀନ ଦୁନିଆ ପଛରେ ଲୁଚି ରହିଥିବା ବିଶୃଙ୍ଖଳାକୁ ସାମ୍ନା କରିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ, ସୋସିଆଲ ମିଡିଆ ପୋଷ୍ଟ ଯୋଗୁ ସେ ଅନେକ ସମୟରେ ବିବାଦର ସମ୍ମୁଖୀନ ହୋଇଥାନ୍ତି। ତେବେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା। ରାଧିକା ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, ବଙ୍ଗାଳୀ ସହିତ ଅନେକ ଫିଲ୍ମରେ କାମ କରିଛନ୍ତି।
ଯେତେବେଳେ ରାଧିକା ତାମିଲ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ, ସେତେବେଳେ ଶୁଟିଂ ସମୟରେ ଦିନେ ଜଣେ ଜଣାଶୁଣା ସାଉଥ୍ ଅଭିନେତା ତାଙ୍କ ପାଖକୁ ଆସି ହଠାତ୍ ତାଙ୍କ ପାଦରେ ପାଦ ଘଷିବାକୁ ଲାଗିଲେ। ରାଧିକା ଅଭିନେତାଙ୍କ ଉପରେ ଏତେ ରାଗିଗଲେ ଯେ, ସେ ଅଭିନେତାଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲେ। ରାଧିକା ଏକ ଟକ୍ ଶୋରେ କହିଥିଲେ, ସେ ପୂର୍ବରୁ ସେହି ଅଭିନେତାଙ୍କୁ ଭେଟି ନ ଥିଲେ ଏବଂ ତାଙ୍କୁ ମଧ୍ୟ ଜାଣି ନ ଥିଲେ। ସେ ଏପରି କାର୍ଯ୍ୟକୁ ସହ୍ୟ କରିପାରି ନ ଥିଲେ ଏବଂ ସେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଚାପୁଡ଼ା ମାରିଥିଲେ।
କେବଳ ଏହି କାରଣ ପାଇଁ ସାଉଥ ସୁପରଷ୍ଟାରଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ରାଧିକା ଆପ୍ଟେ : ଆଉ ତା’ ପରେ
ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ
ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…
ମୁମ୍ୱାଇକୁ ହରାଇଲା ଦିଲ୍ଲୀ
ନୂଆଦିଲ୍ଲୀ,୪ା୪: ସମୀର ରିଜ୍ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ୬ ଉଇକେଟରେ ପରାସ୍ତ…
ୟୁକ୍ରେନ୍ ଉପରେ ରୁଷିଆର ଡ୍ରୋନ୍ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…
କିଭ୍,୪ା୪: ୟୁକ୍ରେନ୍ର ନିକୋପୋଲ୍ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…
ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍, ଆଉ ତା’ପରେ…
ନାଶିକ୍,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…
ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା
ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…
ସିଏସ୍କେ ପରାଜୟର କାରଣ କହିଲେ ଗାଭାସ୍କର
ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…
ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍ଓ ନିଲମ୍ବିତ
ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…
ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର
ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…
Archives

