Categories: ଖେଳ

ସିଏସ୍‌କେକୁ କେବଳ ବୋଲର ବଞ୍ଚାଇପାରିବେ

ଦୁବାଇ,୭।୧୦: ପୂର୍ବରୁ ପ୍ଲେ-ଅପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଜିତିବା ପାଇଁ ବୋଲରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ସିଏସ୍‌କେ ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍ସ ଆଗରେ ଛିଡ଼ା କରିଛି ୧୩୫ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟ। କିନ୍ତୁ ପିଚ୍‌ରେ ବଲ ଫସୁଥିବାରୁ ୧୩୫ ରନ୍‌ର ପିଛା କରି ବିଜୟ ହାସଲ କରିବା ପଞ୍ଜାବ ପାଇଁ ସହଜ ହେବ ନାହିଁ।

ଆରମ୍ଭରୁ କେବଳ ଫାଫ ଡୁ’ପ୍ଲେସିଙ୍କୁ ଛାଡ଼ି ଦେଲେ ଚେନ୍ନାଇର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ପଞ୍ଜାବ ବୋଲରଙ୍କ ଉଚିତ ସମ୍ମୁଖୀନ ହୋଇ ପାରି ନ ଥିଲେ। ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ଯୋଗୁ ଚେନ୍ନାଇ ୧୨ ଓଭରରେ ୬୧ ରନ୍‌ ମଧ୍ୟରେ ପ୍ରମୁଖ ୫ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହରାଇ ସାରିଥିଲା। କିନ୍ତୁ ଡୁ’ପ୍ଲେସି ୫୫ ବଲରେ ୭୬ ରନ୍‌ର ଇନିଂସ ଖେଳି ଚେନ୍ନାଇକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଭେଟେରାନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନଙ୍କ ଇନିଂସରେ ସାମିଲ ଥିଲା ୮ ଚୌକା ଓ ୨ ଛକା। ପଞ୍ଜାବ ପାଇଁ ଅର୍ଶଦୀପ ସିଂ ଓ କ୍ରିସ ଜୋର୍ଡାନ ୨ ଲେଖାଏ ଉଇକେଟ ନେଇଥିଲେ।

Share