Posted inଜାତୀୟ

ଫସଲ ବୀମାରେ ମିଳିଛି ମାତ୍ର ୯୦ ଟଙ୍କା, ମହାରାଷ୍ଟ୍ର ଚାଷୀଙ୍କ ଦୁଃଖଭରା କାହାଣୀ…

ମୁମ୍ବାଇ,୨୭।୧୧ : ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁ ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ସେମାନେ ବହୁତ କମ କ୍ଷତିପୂରଣ ରାଶି ପାଇଛନ୍ତି ବୋଲି କୃଷକମାନେ ଦାବି କରିଛନ୍ତି। ଜଣେ ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ମାତ୍ର ୯୦ ଟଙ୍କା ମିଳିଥିବା ସେମାନେ କହିଛନ୍ତି। ଯୋଗାଯୋଗ କରାଯିବା ପରେ ରାଜ୍ୟ କୃଷି ମନ୍ତ୍ରୀ ଅବଦୁଲ ସତାର କହିଛନ୍ତି ଯେ କିଛି ଚାଷୀଙ୍କୁ ଅଳ୍ପ ପରିମାଣର ଅର୍ଥ ମିଳିଛି, କିନ୍ତୁ ସରକାର ବୀମା କଭରେଜ ବୃଦ୍ଧି କରିବାକୁ ଏବଂ ଦାବି ସମାଧାନ ବ୍ୟବସ୍ଥାକୁ ଗତିଶୀଳ କରିବାକୁ ଚେଷ୍ଟା କରିବେ।

ରାଜ୍ୟ ରିଲିଫ ଏବଂ ପୁନର୍ବାସ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୨୨ ଖରିଫ ଋତୁରେ ଔରଙ୍ଗାବାଦ ଜିଲାର ୭.୪୮ ଲକ୍ଷ କୃଷକ ସରକାରଙ୍କ ଫସଲ ବୀମା ଯୋଜନାରେ ଲାଭ ପାଇଛନ୍ତି, କିନ୍ତୁ ଦିପାବଳୀ ପର୍ବ ପୂର୍ବରୁ ବ୍ୟାପକ ବର୍ଷା ସତ୍ତ୍ୱେ କେବଳ ୧.୮୪ ଲକ୍ଷ ଚାଷୀଙ୍କ ଦାବି ବୀମାଭୁକ୍ତ ପାଇଁ ଅନୁମୋଦିତ ହୋଇଛି। ରାଜ୍ୟ ସରକାରଙ୍କ ତଥ୍ୟରୁ ଏହା ମଧ୍ୟ ଜଣାପଡିଛି ଯେ ଅହମ୍ମଦନଗରରେ ଅତ୍ୟଧିକ ବର୍ଷା ହେତୁ ୧.୦୩ ଲକ୍ଷ ଚାଷୀ ଫସଲ କ୍ଷୟକ୍ଷତି ଦାବି ଦାଖଲ କରିଛନ୍ତି। ଏପର୍ଯ୍ୟନ୍ତ କେବଳ ୨୦,୨୨୬ ଦାବିକୁ ଅନୁମୋଦନ କରାଯାଇଛି ଏବଂ ୯.୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଅଜିତ ପାୱାର ଫସଲ ବୀମା ଯୋଜନା ଏବଂ ଏହାର ଦେୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ମୁମ୍ବାଇରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରି ପାୱାର କହିଛନ୍ତି କୃଷକମାନେ ବହୁ ପରିମାଣରେ ଫସଲ ହରାଇଛନ୍ତି ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ଉଚିତ।

ତେବେ କୃଷକଙ୍କ ବୀମା ଦାବି ଶୀଘ୍ର ସମାଧାନ ହେବ ବୋଲି କୃଷି ମନ୍ତ୍ରୀ ସତାର ନିଶ୍ଚିତ କରିଛନ୍ତି। ଏହା ସତ୍ୟ ଯେ କିଛି କୃଷକଙ୍କୁ ବହୁତ କମ ପରିମାଣ ମିଳିଥିଲା, କିନ୍ତୁ ଆମେ ବୀମା କଭରେଜ ବିସ୍ତାର କରିବାକୁ ଏବଂ ଦାବି ସମାଧାନ ବ୍ୟବସ୍ଥାକୁ ଗତିଶୀଳ କରିବାକୁ ଚେଷ୍ଟା କରିବୁ ବୋଲି ସେ ଉତ୍ତର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri