ମାତ୍ର ୨୦ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ ଶିକ୍ଷା

ଅନୁଗୋଳ ଅଫିସ, ୧୭।୭ – ମହାମାରୀ କରୋନା ଯୋଗୁ ସ୍କୁଲରେ ପଡ଼ିଛି ତାଲା। ୪ ମାସ ହେଲା ଘରେ ବସିଛନ୍ତି ଛାତ୍ରୀଛାତ୍ର। ଏପରି ସ୍ଥିତିରେ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଭାବିତ ହୋଇଥିବା ପାଠପଢ଼ାକୁ ଆଗେଇ ନେବା ପାଇଁ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଅନୁଗୋଳ ଜିଲାର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ମୋଟ୍‌ ୧ଲକ୍ଷ ୧୫ ହଜାର ୨୮୯ ଛାତ୍ରୀଛାତ୍ର ଉକ୍ତ ବ୍ୟବସ୍ଥାରୁ ସେପରି କିଛି ଲାଭ ପାଇପାରି ନାହାନ୍ତି। ଶିଳ୍ପ ସମୃଦ୍ଧ ଏହି ଜିଲାର ମାତ୍ର ୨୦ ପ୍ରତିଶତ ଅର୍ଥାତ୍‌ ୨୩ ହଜାର ପିଲା ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇପାରୁଥିବା ବେଳେ ଆଣ୍ଟ୍ରଏଡ୍‌ ସେଟ୍‌ ନ ଥିବା ଓ ଅନ୍ୟାନ୍ୟ ସମସ୍ୟାରୁ ୯୨ ହଜାର ପିଲା ବଞ୍ଚିତ ରହିଛନ୍ତି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରୁ ଏହି ସୂଚନା ମିଳିଛି।
ଅନ୍‌ଲାଇନ୍‌ରେ ଶିକ୍ଷା ପ୍ରଦାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଅନୁଗୋଳ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଜିଲାର ୮ଟି ବ୍ଲକ, ଦୁଇଟି ପୌରାଞ୍ଚଳ ଓ ଗୋଟିଏ ଏନ୍‌ଏସିର ପ୍ରଥମରୁ ଦଶମ ଶ୍ରେଣୀରେ ପଢ଼ୁଥିବା ମୋଟ୍‌ ୧ ଲକ୍ଷ ୧୫ ହଜାର ୨୮୯ ଛାତ୍ରୀଛାତ୍ରଙ୍କ ପାଇଁ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଅନେକ ସ୍ଥାନରେ ମୋବାଇଲ୍‌ ନେଟ୍‌ୱର୍କ ନ ଥିବା ସମସ୍ୟା ସୃଷ୍ଟି କରିଛି। ସେହିପରି ହଜାର ହଜାର ଅଭିଭାବକଙ୍କ ନିକଟରେ ଆଣ୍ଡ୍ରଏଡ୍‌ ସେଟ୍‌ ନ ଥିବାରୁ ସେମାନଙ୍କ ପିଲା ଏହି ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାରେ ସାମିଲ ହୋଇପାରି ନାହାନ୍ତି। ଜିଲା ଶିକ୍ଷା କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ, ଜିଲାରେ ପ୍ରାଥମିକ ବିଦ୍ୟାଳୟରେ ୫୭ ହଜାର ୩୪୧ ଛାତ୍ରୀଛାତ୍ର ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୦ ହଜାର ୩୮୭ ଜଣଙ୍କ ଘରେ ଆଣ୍ଡ୍ରଏଡ୍‌ ଫୋନ୍‌ ଅଛି। ତେଣୁ ଗ୍ରୁପ୍‌ କରାଯାଇ ୧୦ ହଜାର ୪୯୯ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ଦିଆଯାଉଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୭ ହଜାର ୪୨୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୭ ହଜାର ୯୩୮ ଜଣଙ୍କ ଘରେ ଆଣ୍ଡ୍ରଏଡ୍‌ ଫୋନ୍‌ ଥିବାବେଳେ ୭୭୬୪ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପଢ଼ୁଛନ୍ତି। ୯ମ ଓ ୧୦ମ ଶ୍ରେଣୀରେ ଜିଲାରେ ମୋଟ୍‌ ୨୦ ହଜାର ୫୨୨ ଛାତ୍ରୀଛାତ୍ର ଥିବାବେଳେ ୪ ହଜାର ୮୮୮ ଜଣଙ୍କ ଅଭିଭାବକଙ୍କ