୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଯୋଗୁ ବାରମ୍ବାର ବିଭାଗୀୟ ମନ୍ତ୍ରୀ, ବିଧାନସଭାର ବିଭିନ୍ନ କମିଟି, ପ୍ରଶାସନିକ ଅଧିକାରୀ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି କାର୍ଯ୍ୟ ତ୍ୱରାନିତ କରିବା ପାଇଁ ନିର୍ଦ୍ଧେଶ ଦେଉଛନ୍ତି। କିନ୍ତୁ ପ୍ରକଳ୍ପ ଅଗ୍ରଗତି ହୋଇ ପାରୁନାହିଁ। ଯାହାକି ଚିନ୍ତାଜନକ ବିଷୟ। ଅନ୍ୟପଟେ ଲୋକ ପ୍ରତିନିଧିଙ୍କ ନିର୍ଦ୍ଧେଶକୁ କମ୍ପାନୀ ପାଳନ କରିପାରୁନାହିଁ। ଗତ ମେ ମାସ ୩୦ ତାରିଖରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଉକ୍ତ ପ୍ରକଳ୍ପ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ଚାଲିଥିବା ନେଇ କମିଟି ତିବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ କାମ ତ୍ରାନିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ସେ ସମୟରେ କାମ ୩୪ ପ୍ରତିଶତ ସରିଥିବା ସମୀକ୍ଷା ବୈଠକରେ ଅଧିକାରୀ ମାନେ ସୂଚନା ଦେଇଥିଲେ । କମିଟି ଇତିମଧ୍ୟରେ ବୁଲିଯିବାର ୬ ମାସ ବିତିଗଲାଣି କିନ୍ତୁ ଏହି ସମୟ ମଧ୍ୟରେ ମାତ୍ର ଆଉ ଦୁଇ ପ୍ରତିଶତ କାମ ଅଧିକ ଅଗ୍ରଗତି ହୋଇଛି। ବର୍ତ୍ତମାନ ସୁଧା ୩୬ ପ୍ରତିଶତ କାମ ସରିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି କାମ ଏତେ ଧିମାରେ ଚାଲିବ ତେବେ କେବେ କାମ ସରିବାକୁ ୧୦ ବର୍ଷ ଲାଗିଯିବ। ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବାରୁ ଗତ ଜୁନ ମାସରେ ଚୁକ୍ତି ସମୟ ସରିଯାଇଥିଲା ।
ଇତିମଧ୍ୟରେ ୨୦୨୬ ଶେଷ ସୁଧା କାମ ସାରିବାକୁ କମ୍ପାନୀକୁ ସମୟ ଦିଆଯାଇଛି। କାମ ବିଳମୱ ହେବାର ମୁଖ୍ୟ କାରଣ ହେଲା ଜମି ଅଧିଗ୍ରହଣ ବିଳମ୍ବ, ଜଙ୍ଗଲ ବିଭାଗର ଅନୁମତି ମିଳିବାରେ ବିଳମ୍ବ। ଏଥିସହ ବର୍ତ୍ତମାନ ସୁଧା ଉକ୍ତ ପ୍ରକଳ୍ପ ପାଇଁ କେଉଁଠାରୁ ପାଣି ଅଣାଯିବ ତାହା ଚୁଡାନ୍ତ ଅନୁମତି ମିଳିନାହିଁ। ବନ ବିଭାଗ, ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ, ରାଜସ୍ବ, ବିଦ୍ୟୁତ୍‌ ସମେତ ଆଉ କିଛି ବିଭାଗ ମଧ୍ୟରେ ସମନୟ ଅଭାବ ଯୋଗୁ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହୋଇଛି। କିଛିଦିନ ପୂର୍ବେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲାପାଳ ମଧ୍ୟ ଗତ ୧୦ ତାରିଖରେ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଗତ ବିଧାନସଭା ଅଧିବେଶନରେ ମଧ୍ୟ ରାଜ୍ୟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ବାରମ୍ବାର ଏନେଇ ଆଲୋଚନା ହେଉଛି। କିନ୍ତୁ ଅଗ୍ରଗତି ଆଶାନୁରୂପକ ହୋଇପାରୁନାହିଁ।

ସୂଚନାଯୋଗ୍ୟ ଯେ, ଉକ୍ତ ପ୍ରକଳ୍ପ ପାଇଁ ୧୫୦୯ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଇତିମଧ୍ୟରେ ୩୪ ପ୍ରତିଶତ ଅର୍ଥ ଠିକାଦାର ଉଠାଇ ସାରିଲେଣି। ମାତ୍ର ୩୬ ପ୍ରତିଶତ କାମ ହୋଇଛି। ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଯୋଗୁ ସାଧାରଣରେ ମଧ୍ୟ ଦିନକୁ ଦିନ ଅସନ୍ତୋଷ ବଢୁଛି। ୨ ବର୍ଷ ରୁ ଉର୍ଦ୍ଧ ଦିନ ହେବ ପ୍ରକଳ୍ପ କାର୍ଯ୍ୟ ହେଉଥିବା ବେଳେ ସମ୍ପୃୃକ୍ତ ଅଞ୍ଚଳବାସୀଙ୍କ ଶିକ୍ଷା, ସାସ୍ଥ୍ୟ, ଗମନାଗମନ ବିକାଶ ପ୍ରତି କମ୍ପାନୀ ଯେତିକି ଗୁରୁତ୍ ଦେବା କଥା ଦେଉନାହିଁ।

ଏନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣଯନ୍ତ୍ରୀ ମୁନା କୁଲାଣ୍ଡିଆଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜମି ଅଧିଗ୍ରହଣ ସମେତ ଅନ୍ୟାନ୍ୟ କାରଣ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିରେ ବିଳମ୍ବ ହେଉଛି। ବର୍ତ୍ତମାନ ୩୬ ପ୍ରତିଶତ କାମ ଚାଲିଛି। ତଥାପି ୨୦୨୬ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲାର ୧୨ଟି ବ୍ଲକ ବ୍ଲକର ୨୨୮ଟି ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଯୋଜନାର ସୁଫଳ ୭୭୦ ଗ୍ରାମର ୧ଲକ୍ଷ ୬୬ ହଜାର ୯୩୭ ପରିବାରକୁ ଦେବାକୁ ଲକ୍ଷ୍ୟ ରହିଛି। ୧୯୮୯ କିମି ପାଇପ ଲାଇନ ବିଛାଯିବ । ତେଣୁ ଦଶପଲ୍ଲା ନିକଟସ୍ଥ ମହାନଦୀରୁ ପାଣି ବଡ଼ ବଡ଼ ପାଇପ୍ରେ ଆଣି ଗାୟଗଣ୍ଡାଠାରେ ମହଜୁଦ ରଖି ସେଠାରୁ ଜିଲାର ବିଭିନ୍ନ ଅଞ୍ଚଳକୁ ଛଡ଼ାଯିବା ଯୋଜନା ଅଛି। ସମନ୍ବୟ ଅଭାବରୁ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ଘେରରେ ଥିବା ଅନୁମାନ କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri