ଡାକ୍ତର-ସ୍ବାସ୍ଥ୍ୟ ସେବାର ଅଭାବ ଯୋଗୁ ଅନଲାଇନରେ ବୃଦ୍ଧି ପାଉଛି ଡାକ୍ତରୀ ପରାମର୍ଶ: ରିପୋର୍ଟ…

ଓ୍ବାଶିଂଟନ,୪।୩ : ଇଣ୍ଡୋନେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶରେ ଲୋକମାନେ ଚିକିତ୍ସା ପାଇଁ ଆପ ଆଧାରିତ ସେବା ଉପରେ ଅଧିକ ନିର୍ଭର କରୁଛନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ଏହି ଦେଶରେ ଡାକ୍ତର ଏବଂ ସ୍ବାସ୍ଥ୍ୟ ସେବାର ଘୋର ଅଭାବ। ୨୭ କୋଟି ଜନସଂଖ୍ୟା ବିଶିଷ୍ଟ ଇଣ୍ଡୋନେସିଆରେ ସବୁବେଳେ ଚିକିତ୍ସା ସେବାରେ ଅଭାବ ଦେଖାଦେଇଛି। ବର୍ତ୍ତମାନ ଅନେକ କମ୍ପାନୀ ଟେଲି ମେଡିସିନ ସେବା ଯୋଗାଇ ଏହି ପରିସ୍ଥିତିରେ ଭଳ ବ୍ୟବସାୟର ସୁଯୋଗ ନେଉଛନ୍ତି। ଏହା ବ୍ୟତୀତ ଅନ୍ୟ କେତେକ ଦେଶରେ ଟେଲି ମେଡିସିନ ସେବା ବୃଦ୍ଧି ହେବାରେ ଲାଗିଛି ବୋଲି ସଦ୍ୟତମ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡିକର ମୋଟ ଜନସଂଖ୍ୟାର ୭୦ କୋଟିରୁ ଅଧିକ ଲୋକ ଅନଲାଇନ ସ୍ବାସ୍ଥ୍ୟ ସେବା ପ୍ରତି ଆକୃଷ୍ଟ ହେଉଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଦେଶରେ ସ୍ମାର୍ଟଫୋନର ବୃଦ୍ଧି ଯୋଗୁ ଟେଲି ମେଡିସିନ ବିସ୍ତାର କରିବାର ସୁଯୋଗ ପାଇଛି। ଏହା ସହିତ ଆପ ଆଧାରିତ ଟାକ୍ସି ସେବା, ଖାଦ୍ୟ ବିତରଣ, ଇ-ବାଣିଜ୍ୟ ଏବଂ ଅନ୍ୟାନ୍ୟ ପ୍ରକାରର ବ୍ୟବସାୟ ମଧ୍ୟ ଏହି ଦେଶଗୁଡ଼ିକରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆପ ଚଳାଉଥିବା କମ୍ପାନୀଗୁଡିକରେ ନିବେଶ ମଧ୍ୟ ବଢ଼ାଇଛନ୍ତି।

ସିଙ୍ଗାପୁର ଭିତ୍ତିକ ଲାଇଫ ସାଇନ୍ସ ବିନିଯୋଗ କମ୍ପାନୀ ୍‌ ନୋଭୋ ହୋଲ୍ଡିଂସ ଡାକ୍ତର ନାମକ ଏକ ଟେଲି ମେଡିସିନ ଆପ ଚଳାଉଛି। ଏଥିପାଇଁ ଗତ ଡିସେମ୍ବରରେ ଏହା ୩୮.୮ ମିଲିୟନ ଡ଼ଲାରର ପୁଞ୍ଜି ବିନିଯୋଗ କରିବାରେ ସଫଳ ହୋଇଥିଲା। ବର୍ତ୍ତମାନ ଏହି ପରିମାଣ ମାଧ୍ୟମରେ, ଏହି କମ୍ପାନୀ ବିଭିନ୍ନ ପ୍ରକାର ଚିକିତ୍ସା ସେବା ଯୋଗାଉଥିବା ଗୋଷ୍ଠୀ ଏସୀୟ ସ୍ବାସ୍ଥ୍ୟସେବା ବିଶେଷଜ୍ଞ କିଣିବାକୁ ପ୍ରସ୍ତୁତ ହେଉଛି। ଡାକ୍ତର ଆପ ମାଧ୍ୟମରେ, ଏହା ସହିତ ଜଡିତ ବିଶେଷଜ୍ଞମାନେ ଲୋକଙ୍କୁ କେଉଁ ପ୍ରକାରର ଚିକିତ୍ସା ଆବଶ୍ୟକ କରନ୍ତି ତାହା ଜଣାଉଛନ୍ତି।

ଅନ୍ୟପକ୍ଷରେ, ଫିଲିପାଇନ୍ସରେ ଆୟାଲା ନାମକ ଏକ କମ୍ପାନୀ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ତିନୋଟି କମ୍ପାନୀ କିଣିଛି। କନସୁଲଟା ଏମଡି, ହେଲଥ ନୋ ଏବଂ ଆଡ। ବର୍ତ୍ତମାନ ଏହି କମ୍ପାନୀର ଆପ ଫିଲିପାଇନ୍ସରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି। କୁହାଯାଉଛି ଯେ ଇଣ୍ଡୋନେସିଆ ପରେ ଦକ୍ଷିଣ-ପୂର୍ବ ଏସିଆରେ ଫିଲିପାଇନ୍ସରେ ଟେଲି ମେଡିସିନ ସର୍ବାଧିକ ଲୋକପ୍ରିୟତା ହାସଲ କରିଛି।

ଇଣ୍ଡୋନେସିଆର ଟେଲି ମେଡିସିନ ସେବା ଆପ ହୋଲଡକର ପ୍ରତିଷ୍ଠାତା ଜୋନାଥନ ସୁଧର୍ଟା ୱେବସାଇଟ ନିକ୍କିଏସିଆ ଡଟ୍‌ କମ କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଇଣ୍ଡୋନେସିଆରେ ଅନେକ ସ୍ବାସ୍ଥ୍ୟ ସେବା ସମସ୍ୟା ରହିଛି। ଆମ କମ୍ପାନୀ ସମସ୍ତଙ୍କ ପାଇଁ ସମାଧାନ ପ୍ରଦାନ କରିବାକୁ ସକ୍ଷମ ।

ହୋଲଡକ ଦାବି କରିଛି ଯେ ପ୍ରତି ମାସରେ ନ ୨ କୋଟି ଇଣ୍ଡୋନେସିଆବାସୀ ଏହାର ସେବାକୁ ବ୍ୟବହାର କରୁଛନ୍ତି। ବିଶେଷକରି କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏହାର ଆପ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। କମ୍ପାନୀ ଦାବି କରିଛି ଯେ ଏହାର ସେବା ଥାଇଲାଣ୍ଡ, ଭିଏତନାମ ଏବଂ ମାଲେସିଆରେ ମଧ୍ୟ ଉପଲବ୍ଧ ହେଉଛି। ଏହାର ଆପରେ ଏକ ଅନୁରୋଧ ପଞ୍ଜିକୃତ ହେବା ପରେ ଡାକ୍ତରମାନେ ରୋଗୀଙ୍କ ସହ ୧୫ ମିନିଟ ମଧ୍ୟରେ ଯୋଗାଯୋଗ କରନ୍ତି। କମ୍ପାନ ୧୪୦୦ରୁ ଅଧିକ ସହରରେଔଷଧ ଯୋଗାଣ ସେବା ମଧ୍ୟ ଯୋଗାଉଛି ।

ଏହା ବ୍ୟତୀତ ଆପ ଏବଂ କ୍ଲିନିକ ମାଧ୍ୟମରେ ଏକକାଳୀନ ଚିକିତ୍ସା ସେବା ପ୍ରଦାନ କରୁଥିବା କମ୍ପାନୀଗୁଡିକ ଇଣ୍ଡୋନେସିଆରେ ମଧ୍ୟ ଲୋକପ୍ରିୟ ହୋଇପାରିଛନ୍ତି। ଏହି ହାଇବ୍ରିଡ କମ୍ପାନୀଗୁଡିକ ମଧ୍ୟରୁ କ୍ଲିନିକ ପିଣ୍ଟର୍‌ ସବୁଠାରୁ ଲୋକପ୍ରିୟ। କମ୍ପାନୀର ସିଇଓ ହରିୟା ବିମୋ ନିକ୍କିଏସିଆକୁ କହିଛନ୍ତି ଯେ ପ୍ରତ୍ୟେକ ଦେଶର ଭିନ୍ନ ଭିନ୍ନ ଆବଶ୍ୟକତା ରହିଛି। ଯଦିଓ ଇଣ୍ଡୋନେସିଆରେ ଟେଲିମେଡିସିନ ଆବଶ୍ୟକ ତେବେ ମଧ୍ୟ କ୍ଲିନିକଗୁଡିକରେ ଚିକିତ୍ସା ସେବା ଗୁରୁତ୍ୱପୂର୍ଣ୍ଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri