Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌ ରୁ ତେଲ ସରିଲେ ଆପଣ ଗଡେଇ ଗଡେଇ ତ ନେଇପାରିବେ ହେଲେ କାର୍‌ରୁ ତେଲ ସରିଲେ କଥା ସରିଲା। ଏହି ସମୟରେ ରାସ୍ତାରେ ସାହାଯ୍ୟ କରିବାକୁ ବହୁତ କମ ଲୋକ ଆଗକୁ ଆସନ୍ତି। କହିରଖୁଛୁ କି, ବର୍ତ୍ତମାନ ଆପଣଙ୍କୁ ଏଥିପାଇଁ ଟେନଶନ ନେବାକୁ ପଡିବନି। ମୋବାଇଲରେ କେବଳ ଗୋଟିଏ ଟିପରେ ଖାଇବା ଓ ପୋଷାକ ପରି ପେଟ୍ରୋଲ ବି ଅର୍ଡର କରିପାରିବେ। ଆପଣ ଯେକେଉଁଠି ବି ଆପଣଙ୍କ ପାଖରେ ପେଟ୍ରୋଲ ପହଞ୍ଚିବ। ତେବେ ଜାଣନ୍ତୁ କେମିତି କରିବେ ଅର୍ଡର।

ଯଦି ଆପଣ ମଧ୍ୟ ଅନଲାଇନରେ ପେଟ୍ରୋଲ-ଡିଜେଲ ଅର୍ଡର କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ । ଏଥିପାଇଁ କେବଳ ସ୍ମାର୍ଟଫୋନରେ ପ୍ଲେ ଷ୍ଟୋର ଖୋଲନ୍ତୁ । ପ୍ଲେ ଷ୍ଟୋରର ସର୍ଚ୍ଚ ବାର୍‌ ରେ fuel@call ଟାଇପ୍‌ କରି ସର୍ଚ୍ଚ କରନ୍ତୁ। ଏଥିରେ ଆପଣଙ୍କୁ ଇଣ୍ଡିଆନ ଅଏଲର ଆପ ଦେଖାଯିବ। ଏହି ଆପକୁ ଫୋନରେ ଇନଷ୍ଟଲ କରନ୍ତୁ। ଯେତେବେଳେ ଏହି ଆପ ଖୋଲିବ, ଆପଣଙ୍କୁ ଏଠାରେ ଲଗଇନ କରିବାକୁ ପଡିବ।

ଯଦି ଆପଣଙ୍କର ପୂର୍ବରୁ ଏହି ଆପ ଅଛି, ସାଇନ ଅପ କରନ୍ତୁ। ଏସବୁ କରିବା ପରେ ପ୍ରଥମେ ସ୍କ୍ରିନରେ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ । ରାଜ୍ୟ ଚୟନ କରିବା ପରେ ରେଜିଷ୍ଟର କରନ୍ତୁ। ଏହା ପରେ, ଆପ୍‌ ଆପଣଙ୍କୁ କରେଣ୍ଟ ଲୋକେଶନ ଡିକ୍ଟେକ କରିଦେବ। ଏହାପରେ ଆପଣ ପେଟ୍ରୋଲ-ଡିଜେଲ ଅର୍ଡର କରିଲେ ସେହି ସ୍ଥାନକୁ ଅର୍ଡର ଫଟାଫଟ ପହଞ୍ଚିଯିବ। ତେବେ ବର୍ତ୍ତମାନ ଏହି ସୁବିଧା କେବଳ ବଡ ଇଞ୍ଜିନ ଥିବା ଯାନଗୁଡିକ ପାଇଁ ଉପଲବ୍ଧ। ଜେସିବି, କ୍ରେନ କିମ୍ବା ବଡ ଟ୍ରକ ଥିବା ଲୋକମାନେ ଏହି ସୁବିଧା ପାଉଛନ୍ତି। ଯଦି ଆପଣ ଆପ୍‌ ଇନଷ୍ଟଲ କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ଇଣ୍ଡିଆନ ଅଏଲ ଅନଲାଇନ ଓ୍ବେବସାଇଟକୁ ଯାଇ ଇନ୍ଧନ ଅର୍ଡର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri