ଅନ୍‌ଲାଇନ୍‌ ଶିକ୍ଷା: ବାଦ୍‌ ପଡ଼ୁଛନ୍ତି ବହୁ ପିଲା

ଭୁବନେଶ୍ୱର, ୮।୭(ବ୍ୟୁରୋ): କରୋନା ଯୋଗୁ ଶିକ୍ଷାକ୍ଷେତ୍ର ଅବ୍ୟବସ୍ଥିତ ହୋଇପଡ଼ିଛି। ରାଜ୍ୟ ସରକାର ସ୍କୁଲ, କଲେଜକୁ ଅଗଷ୍ଟ ୩୧ପର୍ଯ୍ୟନ୍ତ ବନ୍ଦ ରଖିଥିବାବେଳେ ଏହା କେବେ ଖୋଲିବ ସେନେଇ କେହି ଠିକ୍‌ ଭାବେ କହିପାରୁ ନାହାନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଘୋର ବାଧାପ୍ରାପ୍ତ ହେଉଛି। ଏଭଳି ସମସ୍ୟାକୁ ମୁକାବିଲା କରିବା ପାଇଁଁ ସରକାର ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ହେଲେ କେତେଦୂର ଫଳପ୍ରଦ ହେଉଛି ସେନେଇ କ୍ୱଚିତ ଚିନ୍ତା କରୁଛନ୍ତି। ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୬୦ଲକ୍ଷ ପିଲାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨ଲକ୍ଷ ପିଲା ଅନ୍‌ଲାଇନକୁ ଆସିଛନ୍ତି। ଅର୍ଥାତ୍‌ ଏବେବି ୩୮ଲକ୍ଷ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚତ୍ତ ଅଛନ୍ତି।
ଅନ୍‌ଲାଇନ୍‌ ଶିକ୍ଷା ପାଇଁ ବିଶେଷକରି ଡେକ୍ସଟପ୍‌, ଲାପ୍‌ଟପ୍‌ କିମ୍ବା ସ୍ମାର୍ଟ ଫୋନ୍‌ ସହିତ ଇଣ୍ଟରନେଟ୍‌ ସଂଯୋଗ ଥିବା ଆବଶ୍ୟକ। ସହରାଞ୍ଚଳରେ କୌଣସି ପ୍ରକାରେ ଅନ୍‌ଲାଇନ୍‌ ପାଠପଢ଼ା ହୋଇଯାଉଥିବାବେଳେ ଗ୍ରାମାଞ୍ଚଳରେ ବିଭିନ୍ନ ସମସ୍ୟା ଦେଖାଦେଉଛି। କହିବାକୁ ଗଲେ ସେମାନଙ୍କ ପାଇଁ ଅନ୍‌ଲାଇନ ଶିକ୍ଷା ଏକ ପ୍ରକାର ସ୍ବପ୍ନ ହୋଇଯାଇଛି। କାରଣ ଗ୍ରାମାଞ୍ଚଳରେ ବାସ କରୁଥିବା ଅଧିକାଂଶଙ୍କ ପାଖରେ କମ୍ପ୍ୟୁଟର ତ ଦୂର କଥା, ଇଣ୍ଟରନେଟ(ଓ୍ବାଇଫାଇ) ସଂଯୋଗ ନାହିଁ। ଏବେ କିଛି କିଛି ସ୍ଥାନରେ ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ଅଭିଭାବକମାନେ ଫୋନ୍‌ କିଣିବାରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଯେଉଁମାନଙ୍କ ପାଖରେ ଫୋନ୍‌ ରହିଛି ସେମାନେ ମଧ୍ୟ ଏହି ଶିକ୍ଷାର ପୂରା ସୁବିଧା ନେଇପାରୁ ନାହାନ୍ତି। କାରଣ ସେମାନଙ୍କୁ ଇଣ୍ଟରନେଟ ସୁବିଧା ଠିକ୍‌ଭାବେ ମିଳୁନାହିଁ। ରାଜ୍ୟରେ ଇଣ୍ଟରନେଟ୍‌ ସେବା ଯୋଗାଉଥିବା ଟେଲିକମ୍‌ ସଂସ୍ଥାଗୁଡ଼ିକ ଯେଉଁ ହାରରେ ଇଣ୍ଟରନେଟ୍‌ ଯୋଗାଉଛନ୍ତି ବୋଲି କହୁଛନ୍ତି ବାସ୍ତବରେ କିନ୍ତୁ ତାହା ଭିନ୍ନ। ଖୋଦ୍‌ ରାଜଧାନୀର ଅନେକ ସ୍ଥାନରେ ନେଟ୍‌ଓ୍ବର୍କ ଭଲ ଭାବେ ଆସୁନାହିଁ। ଅଧିକାଂଶ ମୋବାଇଲ ଘର ଭିତରେ ମଧ୍ୟ ଠିକ୍‌ରେ କାମ କରୁ ନ ଥିବାରୁ ଲୋକଙ୍କୁ ରାସ୍ତା ଉପରକୁ ଆସି କଥା ହେବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ ପାଇଁ ପାଠପଢ଼ା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।
ସେପଟେ ଏହି ଅନ୍‌ଲାଇନ୍‌ ଶିକ୍ଷା ପିଲାଙ୍କ ମଧ୍ୟରେ ଧନୀ ଓ ଗରିବର ବ୍ୟବଧାନ ମଧ୍ୟ ସୃଷ୍ଟି କରୁଛି। ଯେଉଁ ପିଲା ଅନ୍‌ଲାଇନ୍‌ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେଉଛନ୍ତି, ସେମାନଙ୍କ ମନରେ ହତାଶାଭାବ ସୃଷ୍ଟି ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କେରଳରେ ଅନ୍‌ଲାଇନ କ୍ଲାସ କରି ନ ପାରି ଜଣେ ଛାତ୍ରୀର ଆତ୍ମହତ୍ୟା କରିଥିଲେ। କେବଳ ପିଲା ନୁହେଁ, ଅଭିଭାବକଙ୍କ ଭିତରେ ବି ହୀନମନ୍ୟତା ଦେଖାଦେଲାଣି। ସେମାନେ ମନସ୍ତାପରେ ରହିଲେଣି।
ବିଶେଷଜ୍ଞଙ୍କ କହିବାନୁଯାୟୀ, ସ୍ମାର୍ଟଫୋନ୍‌ ଜରିଆରେ ଅନ୍‌ଲାଇନ୍‌ ପାଠପଢ଼ା ସେତେଟା ସହଜ ନୁହେଁ। ନାଇଜରର ସ୍କୁଲ ଅଫ୍‌ କମ୍ପ୍ୟୁଟର ସାଇନ୍ସର ଆସିଷ୍ଟାଣ୍ଟ ପ୍ରଫେସର ଶୁଭଙ୍କର ମିଶ୍ର କୁହନ୍ତି, ତିନୋଟି ମାଧ୍ୟମରେ ଅନ୍‌ଲାଇନ ଶିକ୍ଷା ଦିଆଯାଇପାରିବ। ଷ୍ଟଡି ମ୍ୟାଟେରିଆଲ ଡାଉନଲୋଡ୍‌ କରି ପଢ଼ିବା, ଭିଡିଓ ରେକର୍ଡରୁ ପଢ଼ିବା ଓ ଲାଇଭ୍‌ କ୍ଲାସ୍‌। ମୋବାଇଲରେ କେବଳ ଷ୍ଟଡି ମ୍ୟାଟେରିଆଲ ଡାଉନ୍‌ଲୋଡ୍‌ କରି ପଢ଼ିହେବ। କିନ୍ତୁ ରେକର୍ଡିଂ ଭିଡିଓକୁ ଡାଉନ୍‌ଲୋଡ୍‌ କରିବା ସବୁ ବେଳେ ସମ୍ଭବ ହୋଇ ନ ଥାଏ। କାରଣ ଭିଡିଓଗୁଡ଼ିକ ପ୍ରାୟ ୩୦୦ରୁ ୪୦୦ଏମ୍‌ବି ଥାଏ।
ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ରାଜ୍ୟରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ପିଲା ଅନ୍‌ଲାଇନକୁ ଆସିଛନ୍ତି। ଅବଶିଷ୍ଟ ପିଲାଙ୍କୁ କିପରି ଏହି ସୁବିଧା ଯୋଗାଇ ହେବ ସେ ସମ୍ପର୍କରେ ଆଲୋଚନା ଚାଲିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଏକ ଏକ୍ସପର୍ଟ କମିଟି ଗଠିତ ହୋଇଛି। ଏହି କମିଟି ଗ୍ରାମାଞ୍ଚଳଗୁଡ଼ିକୁ ଯାଇ ଶିକ୍ଷକଙ୍କ ସହ ଆଲୋଚନା କରି ଏହାର ବିକଳ୍ପ ଖୋଜିବେ। ସେହିପରି ଅନ୍‌ଲାଇନ୍‌ ସୁବିଧା ପାଇପାରୁ ନ ଥିବା ଛାତ୍ରୀଛାତ୍ର ଯେଉଁ ଅଞ୍ଚଳରେ ରହୁଛନ୍ତି, ସେଠାରେ ଶିକ୍ଷକଙ୍କୁ କିପରି ବିନିଯୋଗ କରାଯାଇପାରିବ ତାହାର ମଧ୍ୟ ବିଶ୍ଳେଷଣ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।
-ରିପୋର୍ଟ: ଅସମାପିକା ସାହୁ
– ସହାୟତା: ବିଭୂପ୍ରସାଦ ବେହେରା, ଆଶୀର୍ବାଦ ରାଉତ, ଦୀପକ ପଣ୍ଡା, ଶୁଭାଶିଷ ପାଢ଼ୀ, ଅମିତ୍‌ ସାମଲ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri