ଅନ୍‌ଲାଇନ୍‌ ଶିକ୍ଷା

କୋଭିଡ୍‌-୧୯ ମହାମାରୀ ଯୋଗୁ ସମାଜରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ଇଂଲିଶରେ ‘ନ୍ୟୁ ନର୍ମାଲ’ କୁହାଯାଉଛି। ସାମାଜିକ, ଅର୍ଥନୈତିକ, ରାଜନୈତିକ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ପ୍ରତି କ୍ଷେତ୍ର ଏହାଦ୍ୱାରା ପ୍ରଭାବିତ ହୋଇଛି। ତେଣୁ ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇ ପ୍ରତ୍ୟେକଙ୍କୁ ଚଳିବାକୁ ପଡ଼ିବ। ଶିକ୍ଷା ଭଳି ମୌଳିକ ଭିତ୍ତିଭୂମି ସହ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଜଡ଼ିତ। ବର୍ତ୍ତମାନ ଏଥିରେ ଯେଉଁ ନୂଆ ପରୀକ୍ଷଣ ଲକ୍ଷ୍ୟ କରାଯାଇଛି, ତନ୍ମଧ୍ୟରୁ ଅନ୍‌ଲାଇନ୍‌ ଶିକ୍ଷା ବିଶେଷ ଗୁରୁତ୍ୱ ଧାରଣ କରିଛି। ତେବେ ବିପୁଳ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଅନ୍‌ଲାଇନ୍‌ ଶିକ୍ଷା ଏକ କଷ୍ଟସାଧ୍ୟ ବ୍ୟାପାର। ଏହାର ଭୌଗୋଳିକ ସ୍ଥିତି, ସବୁ ଅଞ୍ଚଳରେ ବିଦ୍ୟୁତ୍‌ଶକ୍ତି ଉପଲବ୍‌ଧ ହେଉ ନ ଥିବା, ଯଦି ବିଦ୍ୟୁତଶକ୍ତି ବି ମିଳୁଛି, ତେବେ ଅନବରତ ଇଣ୍ଟରନେଟ୍‌ ସେବା ମିଳିବା କଷ୍ଟକର ହେଉଛି। ଏହାସବୁ ଅନ୍‌ଲାଇନ୍‌ ଶିକ୍ଷାକୁ ସୁଗମ କରିଦେଉ ନାହିଁ। ଏହାପରେ ସର୍ବୋପରି ରହିଯାଉଛି ପରିବାରର ଅର୍ଥନୈତିକ ପରିସ୍ଥିତି। ମାତାପିତାଙ୍କ ପାଖରେ ଡେସ୍କଟପ୍‌, ଲାପ୍‌ଟପ୍‌, ଭଲ ସ୍ମାର୍ଟଫୋନ୍‌ ଥିବା ସହିତ ଦାମୀ ଇଣ୍ଟରନେଟ୍‌ ସଂଯୋଗ ମଧ୍ୟ ରହିବା ଆବଶ୍ୟକ। ଏଥିସହିତ ଗୋଟିଏ ପରିବାରରେ ଏକରୁ ଅଧିକ ପିଲା ଥିଲେ, ଯଦି ଏକସଙ୍ଗେ ଭିନ୍ନ ଶ୍ରେଣୀର ପାଠପଢ଼ା ହେଉଛି, ତେବେ ପ୍ରତ୍ୟେକ ପିିଲାକୁ ଭିନ୍ନ ମୋବାଇଲ୍‌ ଫୋନ୍‌ କିମ୍ବା କମ୍ପ୍ୟୁଟର ଦରକାର ହେବ। ଏହି ପଦ୍ଧତିରେ ପାଠ ପଢ଼ାଇବାର ଉଦ୍ୟମ ଏବେ ସବୁ ପିଲାଙ୍କ ପାଇଁ ଲାଗୁ ହେଉଥିବା ବେଳେ ଦୁର୍ବଳ ଅର୍ଥନୈତିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ କଠୋର ପରିସ୍ଥିତି ଆଣିଦେଇଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶା କଥା ଦେଖିଲେ ପ୍ରାଥମିକ ଶିକ୍ଷା ମୂଳରୁ ଦୁର୍ବଳ ଥିଲା। ଏହାସତ୍ତ୍ୱେ ବି ଅନେକ ସ୍ଥାନରେ କ୍ଲାସ ହେଉଥିଲା। ଅବଶ୍ୟ ପିଲାଙ୍କ ତୁଳନାରେ ଅଧିକାଂଶ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ଥିବା ବେଳେ ଆଉ କେତୋଟି ସ୍ଥାନରେ ଶିକ୍ଷକଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଥାଏ। ଘରୋଇ ତଥା ଇଂଲିଶ ମାଧ୍ୟମ ସ୍କୁଲର ଛାତ୍ରୀଛାତ୍ରମାନେ ସରକାରୀ ବିଦ୍ୟାଳୟର ପିଲାମାନଙ୍କଠାରୁ ଅପେକ୍ଷାକୃତ ସ୍ବଚ୍ଛଳ ବର୍ଗର ହୋଇଥିବାରୁ ଅଧିକାଂଶ ଇଣ୍ଟରନେଟ୍‌ ସହ ଅଭ୍ୟସ୍ତ ହୋଇପାରୁଛନ୍ତି। ଏହାବ୍ୟତୀତ ସେହିସବୁ ସ୍କୁଲର ପରିଚାଳନା ବ୍ୟବସ୍ଥା ଏବଂ ମାଷ୍ଟରମାନେ ମଧ୍ୟ ଗୁଗଲ୍‌ କ୍ଲାସରୁମ୍‌, ଜୁମ୍‌, ଗୁଗଲ୍‌ ମିଟ୍‌ ଏବଂ ମାଇକ୍ରୋସଫ୍ଟ ଭଳି ଇଣ୍ଟରନେଟ୍‌ ମଞ୍ଚକୁ ନେଇ ପାଠପଢ଼ାଇବାରେ ସକ୍ଷମ ହେଉଛନ୍ତି। କିନ୍ତୁ ସରକାରୀ ସ୍କୁଲରେ ପଢ଼ୁଥିବା ଅନେକ ପିଲାଙ୍କ ପାଖରେ ସାଧନର ଅଭାବ ସହିତ ସ୍କୁଲ ପରିଚାଳନା ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କ ପ୍ରଶିକ୍ଷଣର ଘୋର ଅଭାବ ଦେଖାଦେଇଛି। ଓଡ଼ିଶା ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୬୦ ଲକ୍ଷ ଛାତ୍ରୀଛାତ୍ର ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି। ସେଥିରୁ ୨୨ ଲକ୍ଷ ପିଲା ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ପାଇପାରୁଛନ୍ତି ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ଅର୍ଥାତ୍‌ ୩୮ ଲକ୍ଷ ଛାତ୍ରୀଛାତ୍ର ଦୀର୍ଘ ୪ ମାସ ଧରି ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। ପୁଣି ଯେଉଁ ୨୨ ଲକ୍ଷ ପିଲାଙ୍କ ନିକଟରେ ଅନ୍‌ଲାଇନ୍‌ ଶିକ୍ଷା ପହଞ୍ଚତ୍ପାରିଛିି ବୋଲି କୁହାଯାଉଛି ସେମାନେ ସମସ୍ତେ ଠିକ୍‌ ଭାବେ ଶିକ୍ଷା ପାଇପାରିଛନ୍ତି କି ବୋଲି ସନ୍ଦେହ ସୃଷ୍ଟି ହେଉଛି। ଭୁବନେଶ୍ୱର ଭଳି ସ୍ମାର୍ଟ ସିଟିରେ ଏଭଳି କେତେକ ଡାର୍କ ପ୍ୟାଚେସ୍‌ ବା ଅପହଞ୍ଚ ଅଞ୍ଚଳ ରହିଛି ଯେଉଁଠାରେ ଠିକ୍‌ ଭାବେ ଇଣ୍ଟରନେଟ୍‌ ଉପଲବ୍‌ଧ ହୋଇପାରୁନାହିଁ। ସେପରି ସ୍ଥଳେ ଗାଁଗଣ୍ଡା ବା ସହରର ବସ୍ତି ଇଲାକା କଥା ନ କହିବା ଭଲ।
ପ୍ରାଥମିକ ଶିକ୍ଷାର ଶେଷ ପର୍ଯ୍ୟାୟ ହେଉଛି ମାଟ୍ରିକ୍‌। ଏହି ସମୟରେ ଶିକ୍ଷାର ମୂଳଦୁଆ ପଡ଼ିଥାଏ। ପିଲାଟିଏ ଏହି ବୟସରେ ପଢ଼ାରେ କଞ୍ଚା ରହିଗଲେ ତା’ର ସମଗ୍ର କ୍ୟାରିୟର ଦୁର୍ବଳ ହୋଇପଡ଼େ। ସେଥିପାଇଁ ସରକାରୀ ସ୍ତରରୁ ଶିକ୍ଷକଙ୍କ ଯାଏ ପିଲାଙ୍କ ପଢ଼ାକୁ ଗୁରୁତ୍ୱ ଦେବା ନିତାନ୍ତ ଜରୁରୀ। ବର୍ତ୍ତମାନ ଯେହେତୁ କୋଭିଡ୍‌-୧୯ଜନିତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି, ଅତିଶୀଘ୍ର ସ୍ଥିତି ସୁଧୁରି ଶ୍ରେଣୀକକ୍ଷରେ ପଢ଼ା ଆରମ୍ଭ ହେବ ବୋଲି ବିଶ୍ୱାସ ସୃଷ୍ଟି ହେଉ ନାହିଁ। ତେଣୁ ବିକଳ୍ପ ଶିକ୍ଷାଦାନ ପଦ୍ଧତି ଆପଣାଯିବା ଉଚିତ। ଯେହେତୁ ଶିକ୍ଷକମାନେ ନିୟମିତ ଦରମା ପାଉଛନ୍ତି, ସେମାନେ ଯଦି କିଛି କିଛି ପିଲାଙ୍କୁ ସାମାଜିକ ଦୂରତା ବଜାୟ ରଖି ପଢ଼ାଇବା କାର୍ଯ୍ୟ ଆରମ୍ଭ କରନ୍ତେ, ତାହା ହେଲେ ସମ୍ପୂର୍ଣ୍ଣ ପଢ଼ାରୁ ବଞ୍ଚିତ ହେଉଥିବା ପିଲାମାନେ ଉପକୃତ ହୋଇପାରନ୍ତେ। ନ ହେଲେ ସରକାରୀ ସ୍ତରରେ ଅନ୍‌ଲାଇନ୍‌ ଶିକ୍ଷା, ଅନ୍‌ଲାଇନ୍‌ ପଢ଼ା ଚାଲିଛି ବୋଲି କେବଳ କଥାରେ କୁହାଯାଇଚାଲୁଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri