ଅନ୍‌ଲାଇନ୍‌ ଶିକ୍ଷା

କୋଭିଡ୍‌-୧୯ ମହାମାରୀ ଯୋଗୁ ସମାଜରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ଇଂଲିଶରେ ‘ନ୍ୟୁ ନର୍ମାଲ’ କୁହାଯାଉଛି। ସାମାଜିକ, ଅର୍ଥନୈତିକ, ରାଜନୈତିକ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ପ୍ରତି କ୍ଷେତ୍ର ଏହାଦ୍ୱାରା ପ୍ରଭାବିତ ହୋଇଛି। ତେଣୁ ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇ ପ୍ରତ୍ୟେକଙ୍କୁ ଚଳିବାକୁ ପଡ଼ିବ। ଶିକ୍ଷା ଭଳି ମୌଳିକ ଭିତ୍ତିଭୂମି ସହ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଜଡ଼ିତ। ବର୍ତ୍ତମାନ ଏଥିରେ ଯେଉଁ ନୂଆ ପରୀକ୍ଷଣ ଲକ୍ଷ୍ୟ କରାଯାଇଛି, ତନ୍ମଧ୍ୟରୁ ଅନ୍‌ଲାଇନ୍‌ ଶିକ୍ଷା ବିଶେଷ ଗୁରୁତ୍ୱ ଧାରଣ କରିଛି। ତେବେ ବିପୁଳ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଅନ୍‌ଲାଇନ୍‌ ଶିକ୍ଷା ଏକ କଷ୍ଟସାଧ୍ୟ ବ୍ୟାପାର। ଏହାର ଭୌଗୋଳିକ ସ୍ଥିତି, ସବୁ ଅଞ୍ଚଳରେ ବିଦ୍ୟୁତ୍‌ଶକ୍ତି ଉପଲବ୍‌ଧ ହେଉ ନ ଥିବା, ଯଦି ବିଦ୍ୟୁତଶକ୍ତି ବି ମିଳୁଛି, ତେବେ ଅନବରତ ଇଣ୍ଟରନେଟ୍‌ ସେବା ମିଳିବା କଷ୍ଟକର ହେଉଛି। ଏହାସବୁ ଅନ୍‌ଲାଇନ୍‌ ଶିକ୍ଷାକୁ ସୁଗମ କରିଦେଉ ନାହିଁ। ଏହାପରେ ସର୍ବୋପରି ରହିଯାଉଛି ପରିବାରର ଅର୍ଥନୈତିକ ପରିସ୍ଥିତି। ମାତାପିତାଙ୍କ ପାଖରେ ଡେସ୍କଟପ୍‌, ଲାପ୍‌ଟପ୍‌, ଭଲ ସ୍ମାର୍ଟଫୋନ୍‌ ଥିବା ସହିତ ଦାମୀ ଇଣ୍ଟରନେଟ୍‌ ସଂଯୋଗ ମଧ୍ୟ ରହିବା ଆବଶ୍ୟକ। ଏଥିସହିତ ଗୋଟିଏ ପରିବାରରେ ଏକରୁ ଅଧିକ ପିଲା ଥିଲେ, ଯଦି ଏକସଙ୍ଗେ ଭିନ୍ନ ଶ୍ରେଣୀର ପାଠପଢ଼ା ହେଉଛି, ତେବେ ପ୍ରତ୍ୟେକ ପିିଲାକୁ ଭିନ୍ନ ମୋବାଇଲ୍‌ ଫୋନ୍‌ କିମ୍ବା କମ୍ପ୍ୟୁଟର ଦରକାର ହେବ। ଏହି ପଦ୍ଧତିରେ ପାଠ ପଢ଼ାଇବାର ଉଦ୍ୟମ ଏବେ ସବୁ ପିଲାଙ୍କ ପାଇଁ ଲାଗୁ ହେଉଥିବା ବେଳେ ଦୁର୍ବଳ ଅର୍ଥନୈତିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ କଠୋର ପରିସ୍ଥିତି ଆଣିଦେଇଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶା କଥା ଦେଖିଲେ ପ୍ରାଥମିକ ଶିକ୍ଷା ମୂଳରୁ ଦୁର୍ବଳ ଥିଲା। ଏହାସତ୍ତ୍ୱେ ବି ଅନେକ ସ୍ଥାନରେ କ୍ଲାସ ହେଉଥିଲା। ଅବଶ୍ୟ ପିଲାଙ୍କ ତୁଳନାରେ ଅଧିକାଂଶ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ଥିବା ବେଳେ ଆଉ କେତୋଟି ସ୍ଥାନରେ ଶିକ୍ଷକଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଥାଏ। ଘରୋଇ ତଥା ଇଂଲିଶ ମାଧ୍ୟମ ସ୍କୁଲର ଛାତ୍ରୀଛାତ୍ରମାନେ ସରକାରୀ ବିଦ୍ୟାଳୟର ପିଲାମାନଙ୍କଠାରୁ ଅପେକ୍ଷାକୃତ ସ୍ବଚ୍ଛଳ ବର୍ଗର ହୋଇଥିବାରୁ ଅଧିକାଂଶ ଇଣ୍ଟରନେଟ୍‌ ସହ ଅଭ୍ୟସ୍ତ ହୋଇପାରୁଛନ୍ତି। ଏହାବ୍ୟତୀତ ସେହିସବୁ ସ୍କୁଲର ପରିଚାଳନା ବ୍ୟବସ୍ଥା ଏବଂ ମାଷ୍ଟରମାନେ ମଧ୍ୟ ଗୁଗଲ୍‌ କ୍ଲାସରୁମ୍‌, ଜୁମ୍‌, ଗୁଗଲ୍‌ ମିଟ୍‌ ଏବଂ ମାଇକ୍ରୋସଫ୍ଟ ଭଳି ଇଣ୍ଟରନେଟ୍‌ ମଞ୍ଚକୁ ନେଇ ପାଠପଢ଼ାଇବାରେ ସକ୍ଷମ ହେଉଛନ୍ତି। କିନ୍ତୁ ସରକାରୀ ସ୍କୁଲରେ ପଢ଼ୁଥିବା ଅନେକ ପିଲାଙ୍କ ପାଖରେ ସାଧନର ଅଭାବ ସହିତ ସ୍କୁଲ ପରିଚାଳନା ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କ ପ୍ରଶିକ୍ଷଣର ଘୋର ଅଭାବ ଦେଖାଦେଇଛି। ଓଡ଼ିଶା ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୬୦ ଲକ୍ଷ ଛାତ୍ରୀଛାତ୍ର ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି। ସେଥିରୁ ୨୨ ଲକ୍ଷ ପିଲା ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ପାଇପାରୁଛନ୍ତି ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ଅର୍ଥାତ୍‌ ୩୮ ଲକ୍ଷ ଛାତ୍ରୀଛାତ୍ର ଦୀର୍ଘ ୪ ମାସ ଧରି ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। ପୁଣି ଯେଉଁ ୨୨ ଲକ୍ଷ ପିଲାଙ୍କ ନିକଟରେ ଅନ୍‌ଲାଇନ୍‌ ଶିକ୍ଷା ପହଞ୍ଚତ୍ପାରିଛିି ବୋଲି କୁହାଯାଉଛି ସେମାନେ ସମସ୍ତେ ଠିକ୍‌ ଭାବେ ଶିକ୍ଷା ପାଇପାରିଛନ୍ତି କି ବୋଲି ସନ୍ଦେହ ସୃଷ୍ଟି ହେଉଛି। ଭୁବନେଶ୍ୱର ଭଳି ସ୍ମାର୍ଟ ସିଟିରେ ଏଭଳି କେତେକ ଡାର୍କ ପ୍ୟାଚେସ୍‌ ବା ଅପହଞ୍ଚ ଅଞ୍ଚଳ ରହିଛି ଯେଉଁଠାରେ ଠିକ୍‌ ଭାବେ ଇଣ୍ଟରନେଟ୍‌ ଉପଲବ୍‌ଧ ହୋଇପାରୁନାହିଁ। ସେପରି ସ୍ଥଳେ ଗାଁଗଣ୍ଡା ବା ସହରର ବସ୍ତି ଇଲାକା କଥା ନ କହିବା ଭଲ।
ପ୍ରାଥମିକ ଶିକ୍ଷାର ଶେଷ ପର୍ଯ୍ୟାୟ ହେଉଛି ମାଟ୍ରିକ୍‌। ଏହି ସମୟରେ ଶିକ୍ଷାର ମୂଳଦୁଆ ପଡ଼ିଥାଏ। ପିଲାଟିଏ ଏହି ବୟସରେ ପଢ଼ାରେ କଞ୍ଚା ରହିଗଲେ ତା’ର ସମଗ୍ର କ୍ୟାରିୟର ଦୁର୍ବଳ ହୋଇପଡ଼େ। ସେଥିପାଇଁ ସରକାରୀ ସ୍ତରରୁ ଶିକ୍ଷକଙ୍କ ଯାଏ ପିଲାଙ୍କ ପଢ଼ାକୁ ଗୁରୁତ୍ୱ ଦେବା ନିତାନ୍ତ ଜରୁରୀ। ବର୍ତ୍ତମାନ ଯେହେତୁ କୋଭିଡ୍‌-୧୯ଜନିତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି, ଅତିଶୀଘ୍ର ସ୍ଥିତି ସୁଧୁରି ଶ୍ରେଣୀକକ୍ଷରେ ପଢ଼ା ଆରମ୍ଭ ହେବ ବୋଲି ବିଶ୍ୱାସ ସୃଷ୍ଟି ହେଉ ନାହିଁ। ତେଣୁ ବିକଳ୍ପ ଶିକ୍ଷାଦାନ ପଦ୍ଧତି ଆପଣାଯିବା ଉଚିତ। ଯେହେତୁ ଶିକ୍ଷକମାନେ ନିୟମିତ ଦରମା ପାଉଛନ୍ତି, ସେମାନେ ଯଦି କିଛି କିଛି ପିଲାଙ୍କୁ ସାମାଜିକ ଦୂରତା ବଜାୟ ରଖି ପଢ଼ାଇବା କାର୍ଯ୍ୟ ଆରମ୍ଭ କରନ୍ତେ, ତାହା ହେଲେ ସମ୍ପୂର୍ଣ୍ଣ ପଢ଼ାରୁ ବଞ୍ଚିତ ହେଉଥିବା ପିଲାମାନେ ଉପକୃତ ହୋଇପାରନ୍ତେ। ନ ହେଲେ ସରକାରୀ ସ୍ତରରେ ଅନ୍‌ଲାଇନ୍‌ ଶିକ୍ଷା, ଅନ୍‌ଲାଇନ୍‌ ପଢ଼ା ଚାଲିଛି ବୋଲି କେବଳ କଥାରେ କୁହାଯାଇଚାଲୁଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri