ଅନ୍‌ଲାଇନରେ ଔଷଧ ବିକ୍ରି ନିଷେଧ, ୦% ଜିଏସ୍‌ଟି ଦାବି

ବ୍ରହ୍ମପୁର ଅଫିସ,୨୦।୬: ଓଡ଼ିଶା ସେଲ୍‌ସ ରିପ୍ରେଜେଣ୍ଟିଭ ୟୁନିୟନ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ରବିବାର ବ୍ରହ୍ମପୁର ସହରରେ ଏକ ବାଇକ୍‌ ଶୋଭାଯାତ୍ରା ହୋଇଥିଲା। ଏଥିରେ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍‌ଠାରୁ ବାହାରି ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା। ଏଥିରେ ସଂଘର ଜିଲା ସଭାପତି ଲକ୍ଷ୍ମଣ ନାୟକ ସଭାପତିତ୍ୱ କରିଥିଲେ। ସଂଘ ସାଧାରଣ ସମ୍ପାଦକ ସତ୍ୟବ୍ରତ ମହାପାତ୍ର ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ। ଦାବିଗୁଡିକ ମଧ୍ୟରେ ଔଷଧର ମୂଲ୍ୟ ବୃଦ୍ଧି ରୋକ୍‌ ଲଗାଇବା ପାଇଁ ପ୍ରଚଳିତ ବଜାର ଦ୍ୱାରା ନିୟନ୍ତ୍ରିତ ବ୍ୟବସ୍ଥାକୁ ରଦ୍ଦ କରି ଉପତ୍ାଦନଭିତ୍ତିକ ଖର୍ଚ୍ଚ ଅନୁଯାୟୀ ଔଷଧର ସର୍ବାଧିକ ବିକ୍ରୟ ମୂଲ୍ୟ ସ୍ଥିର କରିବା, ସୁଲଭ ମୂଲ୍ୟରେ ଉତ୍ତମ ମାନର ଔଷଧ ପ୍ରସ୍ତୁତି କରିବା କ୍ଷମତା ଥିବା ସମସ୍ତ ସରକାରୀ ଔଷଧ ପ୍ରତିଷ୍ଠାନଗୁଡିକର ପୁନରୁଦ୍ଧାର, ଦୁର୍ନୀତିଗ୍ରସ୍ତ କର୍ପୋରେଟ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଅନ୍‌ଲାଇନ ମାଧ୍ୟମରେ ହେଉଥିବା ସମସ୍ତ ଔଷଧ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନିଷେଧ, ଔଷଧ ଉପରେ ପ୍ରଚଳିତ ସମସ୍ତ ଟିକସ ବ୍ୟବସ୍ଥାକୁ ହଟାଇ ୦% ଜିଏସ୍‌ଟି ଲାଗୁ ଓ ସ୍ବାସ୍ଥ୍ୟ ସେବାର ଅଧିକ ଉନ୍ନତି ନିମନ୍ତେ ଜିଡିପିର ୫% ହାରରେ ଅର୍ଥ ମଞ୍ଜୁର କରିବା ପାଇଁ ଦାବି ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଘ ରାଜ୍ୟ କମିଟି ସଭ୍ୟ ବି.ଈଶ୍ୱର ରାଓଙ୍କ ସମେତ ଯୁଗ୍ମ ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ବ୍ରହ୍ମା, ଭାସ୍କର ମିଶ୍ର ଓ ବରିଷ୍ଠ ସଭ୍ୟ ମଧୁସୂଦନ ବେହେରା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସିଆଇଟିୟୁ ପକ୍ଷରୁ ଯୁଧିଷ୍ଠିର ବେହେରା, ବିଡବ୍ଲ୍ୟୁଇସିସିର ପ୍ରତାପ ଚାୈଧୁରୀଙ୍କ ସମେତ ବିଭିନ୍ନ ସଂଗଠନର ନେତୃ୍‌ବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ପକ୍ଷରେ କ୍ୟାମ୍ପସ ସଫେଇ: ଓଡ଼ିଆ ଅସ୍ମିତା ଉପରେ ସଚେତନ କରାଇବା ଲକ୍ଷ୍ୟ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ଅବସରରେ ସୋମବାର ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଅଧକ୍ଷ ବିଭାସ କୁମାର ଦାସଙ୍କ…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri