ନିୟନ୍ତ୍ରଣରେ ନାହିଁ ପିଆଜ, ରସୁଣ

ଭୁବନେଶ୍ୱର,୫ା୯ (ଅନୁରାଧା ମହାରଣା): କିଛିଦିନ ତଳେ ଆଳୁ ଦର ବୃଦ୍ଧିକୁ ନେଇ ରାଜ୍ୟବାସୀ ମୁଣ୍ଡରେ ହାତ ଦେଇଥିଲେ। ଖାଉଟିଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଦର ନିୟନ୍ତ୍ରଣକୁ ଆଣିବା ଲାଗି ନାନା କଟକଣା ଓ ପଦକ୍ଷେପ ନେଇଥିଲେ। ଫଳରେ ଆଳୁ କେ.ଜି. ୬୦ରୁ ଏବେ ୩୫ ତଳକୁ ଖସିଛି। ହେଲେ ଏବେ ପିଆଜ, ରସୁଣ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ହୁ ହୁ ହୋଇ ବଢ଼ି ଚାଲିଥିବାରୁ ଖାଉଟିମାନେ ଶୋଷଣ ହେଉଥିବା ଅନୁଭବ କରୁଛନ୍ତି। ପିଆଜ ୬୦ ଟପିଥିବାବେଳେ ରସୁଣ ୪୦୦ ଛୁଇଁଛି। ସେହିଭଳି ଅଦା ଦର ମଧ୍ୟ ଉପରମୁହଁା ହୋଇଛି। ବିଶେଷକରି ଅନ୍ୟ ସହରଠାରୁ ରାଜଧାନୀ ଭୁବନେଶ୍ୱରରେ ଅଧିକ ଦର ପାଖାପାଖି ଦୁଇଗୁଣା ରହୁଥିବାରୁ କଳା ବଜାର ହୋଇଥିବା ଅଭିଯୋଗ ଉଠୁଛି। ଏପରିକି ଆଳୁ ଭଳି ପିଆଜ, ଅଦା, ରସୁଣ ସହ ଅନ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠୁଛି।
ବୁଧବାରର ବଜାର ଅନୁସାରେ, ଭୁବନେଶ୍ୱର ସମେତ ନୟାଗଡ଼, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ପିଆଜ କେ.ଜି. ୬୦ ଟଙ୍କା ଓ ତା’ଠାରୁ ଅଧିକ ଥିଲା। ତେବେ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ତଥ୍ୟକୁ ଦେଖିଲେ ପିଆଜ ଦର ୫୦ଟଙ୍କା ତଳକୁ ଖସି ନ ଥିଲା। ସେହିପରି କୋରାପୁଟ ଓ ଭୁବନେଶ୍ୱରରେ ରସୁଣ ଦର କେ.ଜି. ପ୍ରତି ୪୦୦ ଛୁଇଁଥିବାବେଳେ କେନ୍ଦ୍ରାପଡ଼ାରେ ୩୮୦ଟଙ୍କା, ବ୍ରହ୍ମପୁର ଓ ସୁନ୍ଦରଗଡ଼ରେ ୩୨୦ଟଙ୍କା, ନବରଙ୍ଗପୁର ଓ ଭଦ୍ରକରେ ୩୦୦ଟଙ୍କା, ନୟାଗଡ଼, ମାଲକାନଗିରି ଓ ରାୟଗଡ଼ାରେ ୨୮୦ ଟଙ୍କା, ମୟୂରଭଞ୍ଜରେ ୨୬୦ ଟଙ୍କା, ବାଲେଶ୍ୱର ଓ କେନ୍ଦୁଝରରେ ୨୫୦ଟଙ୍କା ରହିଥିଲା। ଏହା ବ୍ୟତୀତ ଅଦା କେଜି ୨୫୦ ଟଙ୍କା ଟପିଥିଲା। ଭୁବନେଶ୍ୱର ଅଦା ୨୫୦ ଟଙ୍କା ରହିଥିତ୍ବା ବେଳେ କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ଭଦ୍ରକ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଦା ୨୦୦ଟଙ୍କା ରହିଥିଲା। ସେହିଭଳି ବାଲେଶ୍ୱରରେ ୧୫୦ ଟଙ୍କା, ରାୟଗଡ଼ାରେ ୧୪୦ ଟଙ୍କା, ମୟୂରଭଞ୍ଜ ଓ ନୟାଗଡ଼ରେ ୧୩୦ଟଙ୍କା, ବ୍ରହ୍ମପୁରରେ ୧୨୦ ଟଙ୍କା ରହିଥିଲା।
ଓଡ଼ିଆ ଖାଦ୍ୟରେ ନିତିଦିନିଆ ଭାବେ ବ୍ୟବହୃତ ମସଲା ଅଦା, ପିଆଜ ଓ ରସୁଣର ଆକାଶଛୁଆଁ ଦରର ପ୍ରଭାବ ଏବେ ହାଣ୍ଡିଶାଳଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି। ବଜାରରେ ଯଥେଷ୍ଟ ପରିମାଣର ମହଜୁଦ୍‌ ଥିଲେ ମଧ୍ୟ ଉଚ୍ଚା ଦର ଖାଉଟିଙ୍କ ମନକୁ ଖଟା କରିଦେଉଛି। ଅତି ଜରୁରୀଥିଲେ ୫୦ କିମ୍ବା ୧୦୦ଗ୍ରାମ୍‌ ନେଇ କାମ ଚଳାଉଛନ୍ତି। ଦରଦାମ ବୃଦ୍ଧିକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଖୁଚୁରା ବ୍ୟବସାୟୀ କ୍ଷତି ସହୁଥିବା କହୁଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ଆଗାମୀ ଦିନରେ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।
ଏନେଇ ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ରସୁଣର ପାଇକାରୀ ଦର ୧୫୦ରୁ ୨୩୦ ଟଙ୍କା ରହିଛି। ମାତ୍ର ଏହା ୪୦୦ଟଙ୍କାରେ ବିକ୍ରି ହେବା ଦୁର୍ଭ୍ୟଗ୍ୟଜନକ। ସରକାର କର୍ପୋରେଟ୍‌ ହାଉସ୍‌ ଉପରେ ନିୟନ୍ତ୍ରଣ ନ ଲଗାଇବା ଫଳରେ ସାଧାରଣ ବ୍ୟବସାୟୀ ଓ ସାଧାରଣ ଜନତା ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ବ୍ୟବସାୟୀ ସଂଘ ପକ୍ଷରୁ ଏ ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଛି। ମାତ୍ର ସରକାର ଏଥିପତି ଦୃଷ୍ଟି ଦେଉ ନ ଥିବାରୁ ଏପରି ସ୍ଥିତି ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?