ନିୟନ୍ତ୍ରଣରେ ନାହିଁ ପିଆଜ, ରସୁଣ

ଭୁବନେଶ୍ୱର,୫ା୯ (ଅନୁରାଧା ମହାରଣା): କିଛିଦିନ ତଳେ ଆଳୁ ଦର ବୃଦ୍ଧିକୁ ନେଇ ରାଜ୍ୟବାସୀ ମୁଣ୍ଡରେ ହାତ ଦେଇଥିଲେ। ଖାଉଟିଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଦର ନିୟନ୍ତ୍ରଣକୁ ଆଣିବା ଲାଗି ନାନା କଟକଣା ଓ ପଦକ୍ଷେପ ନେଇଥିଲେ। ଫଳରେ ଆଳୁ କେ.ଜି. ୬୦ରୁ ଏବେ ୩୫ ତଳକୁ ଖସିଛି। ହେଲେ ଏବେ ପିଆଜ, ରସୁଣ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ହୁ ହୁ ହୋଇ ବଢ଼ି ଚାଲିଥିବାରୁ ଖାଉଟିମାନେ ଶୋଷଣ ହେଉଥିବା ଅନୁଭବ କରୁଛନ୍ତି। ପିଆଜ ୬୦ ଟପିଥିବାବେଳେ ରସୁଣ ୪୦୦ ଛୁଇଁଛି। ସେହିଭଳି ଅଦା ଦର ମଧ୍ୟ ଉପରମୁହଁା ହୋଇଛି। ବିଶେଷକରି ଅନ୍ୟ ସହରଠାରୁ ରାଜଧାନୀ ଭୁବନେଶ୍ୱରରେ ଅଧିକ ଦର ପାଖାପାଖି ଦୁଇଗୁଣା ରହୁଥିବାରୁ କଳା ବଜାର ହୋଇଥିବା ଅଭିଯୋଗ ଉଠୁଛି। ଏପରିକି ଆଳୁ ଭଳି ପିଆଜ, ଅଦା, ରସୁଣ ସହ ଅନ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠୁଛି।
ବୁଧବାରର ବଜାର ଅନୁସାରେ, ଭୁବନେଶ୍ୱର ସମେତ ନୟାଗଡ଼, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ପିଆଜ କେ.ଜି. ୬୦ ଟଙ୍କା ଓ ତା’ଠାରୁ ଅଧିକ ଥିଲା। ତେବେ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ତଥ୍ୟକୁ ଦେଖିଲେ ପିଆଜ ଦର ୫୦ଟଙ୍କା ତଳକୁ ଖସି ନ ଥିଲା। ସେହିପରି କୋରାପୁଟ ଓ ଭୁବନେଶ୍ୱରରେ ରସୁଣ ଦର କେ.ଜି. ପ୍ରତି ୪୦୦ ଛୁଇଁଥିବାବେଳେ କେନ୍ଦ୍ରାପଡ଼ାରେ ୩୮୦ଟଙ୍କା, ବ୍ରହ୍ମପୁର ଓ ସୁନ୍ଦରଗଡ଼ରେ ୩୨୦ଟଙ୍କା, ନବରଙ୍ଗପୁର ଓ ଭଦ୍ରକରେ ୩୦୦ଟଙ୍କା, ନୟାଗଡ଼, ମାଲକାନଗିରି ଓ ରାୟଗଡ଼ାରେ ୨୮୦ ଟଙ୍କା, ମୟୂରଭଞ୍ଜରେ ୨୬୦ ଟଙ୍କା, ବାଲେଶ୍ୱର ଓ କେନ୍ଦୁଝରରେ ୨୫୦ଟଙ୍କା ରହିଥିଲା। ଏହା ବ୍ୟତୀତ ଅଦା କେଜି ୨୫୦ ଟଙ୍କା ଟପିଥିଲା। ଭୁବନେଶ୍ୱର ଅଦା ୨୫୦ ଟଙ୍କା ରହିଥିତ୍ବା ବେଳେ କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ଭଦ୍ରକ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଦା ୨୦୦ଟଙ୍କା ରହିଥିଲା। ସେହିଭଳି ବାଲେଶ୍ୱରରେ ୧୫୦ ଟଙ୍କା, ରାୟଗଡ଼ାରେ ୧୪୦ ଟଙ୍କା, ମୟୂରଭଞ୍ଜ ଓ ନୟାଗଡ଼ରେ ୧୩୦ଟଙ୍କା, ବ୍ରହ୍ମପୁରରେ ୧୨୦ ଟଙ୍କା ରହିଥିଲା।
ଓଡ଼ିଆ ଖାଦ୍ୟରେ ନିତିଦିନିଆ ଭାବେ ବ୍ୟବହୃତ ମସଲା ଅଦା, ପିଆଜ ଓ ରସୁଣର ଆକାଶଛୁଆଁ ଦରର ପ୍ରଭାବ ଏବେ ହାଣ୍ଡିଶାଳଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି। ବଜାରରେ ଯଥେଷ୍ଟ ପରିମାଣର ମହଜୁଦ୍‌ ଥିଲେ ମଧ୍ୟ ଉଚ୍ଚା ଦର ଖାଉଟିଙ୍କ ମନକୁ ଖଟା କରିଦେଉଛି। ଅତି ଜରୁରୀଥିଲେ ୫୦ କିମ୍ବା ୧୦୦ଗ୍ରାମ୍‌ ନେଇ କାମ ଚଳାଉଛନ୍ତି। ଦରଦାମ ବୃଦ୍ଧିକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଖୁଚୁରା ବ୍ୟବସାୟୀ କ୍ଷତି ସହୁଥିବା କହୁଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ଆଗାମୀ ଦିନରେ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।
ଏନେଇ ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ରସୁଣର ପାଇକାରୀ ଦର ୧୫୦ରୁ ୨୩୦ ଟଙ୍କା ରହିଛି। ମାତ୍ର ଏହା ୪୦୦ଟଙ୍କାରେ ବିକ୍ରି ହେବା ଦୁର୍ଭ୍ୟଗ୍ୟଜନକ। ସରକାର କର୍ପୋରେଟ୍‌ ହାଉସ୍‌ ଉପରେ ନିୟନ୍ତ୍ରଣ ନ ଲଗାଇବା ଫଳରେ ସାଧାରଣ ବ୍ୟବସାୟୀ ଓ ସାଧାରଣ ଜନତା ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ବ୍ୟବସାୟୀ ସଂଘ ପକ୍ଷରୁ ଏ ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଛି। ମାତ୍ର ସରକାର ଏଥିପତି ଦୃଷ୍ଟି ଦେଉ ନ ଥିବାରୁ ଏପରି ସ୍ଥିତି ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri