Posted inଫୁରସତ

ଗୋଟିଏ ଗଛରେ ଫଳିଛି ୧୪ ପ୍ରକାରର ଆମ୍ବ

ଆମ୍ବ ଚାଷୀଙ୍କ ସ୍ବତନ୍ତ୍ର ପରୀକ୍ଷଣ ସଫଳ ହୋଇଛି। ଧାରି ତାଲୁକର ଜଣେ କୃଷକ ଗୋଟିଏ ଗଛରେ ୧୪ଟି ପ୍ରକାରର ଆମ୍ବ ଫଳାଇଛନ୍ତି। କେବଳ ଏତିକି ନୁହେଁ, ଏହି ଗଛ ହୋଲିରୁ ଦିଓ୍ବାଲୀ ପର୍ଯ୍ୟନ୍ତ ଫଳ ଦେଇଥାଏ। ଗଛରେ ଥିବା ଆମ୍ବ ଦେଖିଲେ ଲାଗୁଛି ଯେପରି ଚାଷୀ ଆମ୍ବ ଆଲବମ ତିଆରି କରିଛନ୍ତି।

ଧାରୀ ତାଲୁକର ଦିତଲା ଗାଁର କୃଷକ ଉକାଭାଇ ଭଟ୍ଟି ଚମତ୍କାର କରିଛନ୍ତି। ପ୍ରାୟ ୭୦ ବର୍ଷ ବୟସର ଭଟ୍ଟି କହିଛନ୍ତି, ଗ୍ରାଫ୍ଟ ପଦ୍ଧତି ଦ୍ୱାରା ସେ ଏହି ଚମତ୍କାର କରିଛନ୍ତି। ଏହି ପଦ୍ଧତି ଦ୍ୱାରା ଗୋଟିଏ ଗଛରେ ଅନେକ ଫଳ ଚାଷ କରାଯାଇପାରେ। ଭଟ୍ଟି ବର୍ତ୍ତମାନ ଏହି ଆମ୍ବ ଗଛରେ ଅଧିକ ପ୍ରକାରର ଆମ୍ବ ଫଳାଇବାକୁ ଚାହୁଁଛନ୍ତି।

ସେ କହିଛନ୍ତି, ‘ମୁଁ ଏକ ବହି ପଢ଼ିଥିଲି। ଯେଉଁଥିରେ ମୁଁ ଆମ୍ବର ଦେଶୀ କିସମର ନାମ ପାଇଲି, ଯାହା ବର୍ତ୍ତମାନ ବିଲୁପ୍ତ ହୋଇଯାଇଛି। ମୁଁ ସେହି କିସମ ପାଇଁ ଦେଶର ଅନେକ ସ୍ଥାନରେ ଖୋଜିଲି। ମହାରାଷ୍ଟ୍ରର କୃଷି ମହାବିଦ୍ୟାଳୟ, ରାଜସ୍ଥାନ ଏବଂ ଡାଙ୍ଗର ଜଙ୍ଗଲ କ୍ଷେତ୍ର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲି। କେତେକ କିସମ ମିଳିଲା ଏବଂ କେତେକଙ୍କ ନାଁ ଜଣା ପଡିଲା ନାହିଁ। ଏହି କାରଣରୁ ଭଟ୍ଟି କେତେକ କିସମର ନା ନିଜେ ମଧ୍ୟ ଦେଇଛନ୍ତି।

ଯିଏ ଟିକେ ଟାଣୁଆ, ତାହାର ନାମ ହେଉଛି ’କ୍ୟାପଟେନ’, ଯାହାର ଉପର କଳା, ଭଟ୍ଟି ତାକୁ ‘କାଲା ଜମାଦର’ ବୋଲି କହୁଛନ୍ତି। ତାଙ୍କ କହିବାନୁସାରେ, ଏହି ବୃକ୍ଷର ବିଶେଷତ୍ୱ ହେଉଛି ପ୍ରତ୍ୟେକ ପ୍ରକାରର ଆମ୍ବ ବିଭିନ୍ନ ସମୟରେ ଲଗାଯାଏ। ସେ କୁହନ୍ତି, ଏହି ଗଛରେ ଆମ୍ରପଲି, ନୀଲମ, ଦଶହେରୀ, ବେଗମ, ନୀଲଶନ, ନୀଲ୍‌ ଫାଗୁନ, ସୁନ୍ଦରୀ, ବନାରସୀ, ଲାଙ୍ଗଡା, କେସର, ଡାଡ୍‌ମିୟୋ, ଗୁଲାବିୟୋ, କାନୋଜିଓ, ଦୁଧ୍‌ପେଡୋ ଏବଂ ଖୋଡ଼ି ନାମକ ଆମ୍ବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri