Posted inଫୁରସତ

ଏକପାଖିଆ ବିଚାରବୋଧ ଐତିହ୍ୟକୁ ବିକୃତ କରେ

ପୂର୍ବରୁ ଏହି ସ୍ତମ୍ଭ(୧୫ା୩ା୨୧)ରେ ତୀର୍ଥକ୍ଷେତ୍ର ବିଷୟ ଉପସ୍ଥାପନ ପ୍ରାଥମିକ ଅବବୋଧ ପାଇଁ ଉଦ୍ଦିଷ୍ଟ ଥିଲା। କୋଣାଦିତ୍ୟ କ୍ଷେତ୍ରରେ ଚନ୍ଦ୍ରଭାଗା ତୀର୍ଥର ମାନବିକ ମୂଲ୍ୟବୋଧ ଭିତ୍ତିକ ଗୁରୁତ୍ୱ ନ ଥିଲେ ଗୋଟିଏ ପରେ ଗୋଟିଏ ତିନୋଟି ମନ୍ଦିର ନିର୍ମାଣ ହେବାର ଆବଶ୍ୟକତା ନ ଥିଲା। ଆବଶ୍ୟକତା ଅନୁଯାୟୀ କୋଣାର୍କକୁ ନେଇ ଏ ଦିଗରେ ଆମେ ଆଗେଇବାର ମୂଳ ରହସ୍ୟ ସମସ୍ତଙ୍କୁ ଜଣା। କାରଣ ଓଡ଼ିଶାରେ ‘କୋଣାର୍କ କ’ଣ ଇରାନରୁ ଆସିଛି?’ ଏହି ଶୀର୍ଷକରେ ବି ଆଲୋଚନା ହୋଇସାରିଛି। ଇରାନରେ ଚାରୋଟି ସ୍ଥାନର ନାମ ‘କୋଣାର୍କ’ ରହିଛି। ଏଇ ଚାରୋଟି ସ୍ଥାନ ୪ଟି ଗଁା। ଇରାନର ଗୋଲ୍‌ହାର ସ୍ଥାନଟି କୋଣାର୍କର ଗୋଲରା ଜଙ୍ଗଲ ଏବଂ ‘ଗୋଲରାଗଡ଼’ ସହିତ ସାମଞ୍ଜସ୍ୟ ରଖୁଛି। ତେଣୁ ……. , କ’ଣ କହିବାକୁ ଚେଷ୍ଟା କରାଯାଉଛି ତାହା ବୁଝିହେଉଛି। ମଗ ବ୍ରାହ୍ମଣମାନେ ଆସିବାରେ ଓଡ଼ିଶାରେ ସୂର୍ଯ୍ୟ ଉପାସନା ଆରମ୍ଭ ହେଲା ଯେମିତି ଯୁକ୍ତି, ଠିକ୍‌ ସେମିତି ଆଲୋଚ୍ୟ ଶୀର୍ଷକର ନାମକରଣ କରାଯାଇଛି। ସାବଧାନତାର ସହିତ ଚତୁର ମାନସିକତାରେ ଉପସ୍ଥାପନ କରାଯାଇଥିଲା। ସେଥିପାଇଁ ଆମେ କ୍ଷେତ୍ର-ତୀର୍ଥ-ମନ୍ଦିର ପ୍ରସଙ୍ଗ ପର୍ଯ୍ୟାୟକ୍ରମେ ଆଲୋଚନା କରୁଛୁ। ମାନବିକ ଅବବୋଧ ଯିବା ବାଟରେ ଯାଉ, ଏକପାଖିଆ ନ ହେଉ। ଆମେ ଜାଣିଛେ, ଚତୁର ଓ ଚାଲାକ ମଧ୍ୟରେ ସାମାନ୍ୟ ଫରକ ଅଛି। ବିଲୁଆକୁ ଚତୁର କୁହାଯାଏ। କୁଆକୁ ଚାଲାକ କୁହାଯାଏ। ଚତୁର ହୋଇ କ’ଣ ହେଲା ତାହା ‘ନୀଳବର୍ଣ୍ଣ ଶୃଗାଳ’ କଥାରୁ ଜାଣିଛେ। ଚାଲାକ ହୋଇ କୁଆ କ’ଣ କଲା ତାହା କହିବା ଦରକାର ନାହିଁ।
ସରଳ କଥାରେ ଯଦି ଆମେ ବିଚାର କରିବା, ତେବେ ଜାଣିପାରିବା ଶ୍ରୀପଦ୍ମକେଶର ମନ୍ଦିର ଓଡ଼ିଶା ବାହାର ଶିଳ୍ପୀ ଯଦି ଗଢ଼ିଲେ ତା’ର ତାଲିକା ଦେଇପାରିଥା’ନ୍ତେ। କୋଉଠୁ କେତେ ଶିଳ୍ପୀ ଆସିଲେ ଲେଖିଥା’ନ୍ତେ। ବଙ୍କିମ ଚାଟାର୍ଜୀ ଜାଣିଥିଲେ ବର୍ଣ୍ଣିତ ୧୪ଟି ସ୍ଥାନରେ କେତେ ବଙ୍ଗାଳୀ ଶିଳ୍ପୀ ଥିଲେ ଓ କେତେ ଆସିଥିଲେ ତା’ର ତାଲିକା ଦେଇଥା’ନ୍ତେ। ଆମେ ଯେପରି ତାଲିକା ଜାରି କରୁଛୁ ‘ବାୟା ଚକଡ଼ା’ ପୋଥି ଆଧାରରେ ସେପରି ପ୍ରମାଣ ତାଙ୍କ ପାଥରେ ଥିଲା କି? ତଥାପି ‘ବାଦୀ’ମାନେ ବାୟା ଚକଡ଼ା ପୋଥିକୁ ଅର୍ବାଚୀନ ଓ ମିଛ ତଥା ମନଗଢ଼ା ବୋଲି କହି ବାହାରିଆଙ୍କୁ ପ୍ରକାରାନ୍ତରେ ସମର୍ଥନ କଲାପରି ମନେହୁଏ। କାଳେ କାଳେ ଏଇ ‘ବାଦୀ’ମାନେ ଚିନ୍ତା ଓ ଚେତନାକୁ ଅମଡ଼ା ବାଟରେ ନେବାକୁ ଚେଷ୍ଟା କରନ୍ତି। ଏମିତି ‘ବାଦୀ’ ଥିଲେ ୧୩ ସଂଖ୍ୟକ ସମାଜବାଦୀ; ସାମ୍ୟବାଦୀ, ସବୁଜବାଦୀ, ଗୋ-ବାଦୀ ଓ ମାନବବାଦୀ ଇତ୍ୟାଦି ଇତ୍ୟାଦି। ଏବେ ଆଉଗୋଟେ ବାଦୀ ସଂଯୋଗ ହେଲେ-ଜଳବାୟୁବାଦୀ। ସମୁଦାୟ ୧୪ଟି ବାଦୀ ହେଲେ।
ବାହାରିଆ ଇତିହାସକାର ନିଜ ଇତିହାସ ଏବଂ ଐତିହ୍ୟ ପ୍ରତି ବିଶେଷ ନିଘା ନ ଦେଇ ଆମ ଐତିହ୍ୟକୁ ବ୍ୟବଚ୍ଛେଦ କରିବାର ପ୍ରୟାସ କାହିଁକି କରିଗଲେ ତାହାର ଅଭିପ୍ରାୟ ଅଜଣା ନୁହେଁ। ଅନ୍ୟର ଗୌରବମୟ ଐତିହ୍ୟକୁ ଗୋଳମାଳିଆ କରି ଛୋଟ କରି ଦେଖାଇଲେ ନିଜର ଆଲୋଚକପଣିଆ ଜାହିର କରିହେବ। ଦୁନିଆ ଜାଣିବ। ଅ-ବ-ଚ-ରେ-ବି କିଛି ମାତିବେ। ଗାଅଁାର ଅଗାଧୁ ନନ୍ଦମାନେ ମୁରବିପଣିଆରେ ବାହା ହଲାଇବେ। ବାଦୀମାନେ ତାଳିମାରିବେ।
ଆମେ ଜାଣିଛେ ଗଜପତି ନରସିଂହଦେବ କୋଣାର୍କଠାରେ ଯେଉଁ ମନ୍ଦିର ଗଢ଼ିଥିଲେ ତାହା ତୃତୀୟ ମନ୍ଦିର। ପ୍ରଥମ ମନ୍ଦିର କୁଷ୍ଠରୋଗରୁ ଆରୋଗ୍ୟ ହେବାପରେ ଶାମ୍ବ ନିର୍ମାଣ କରିଥିଲେ। ସୂର୍ଯ୍ୟଦେବଙ୍କ ପରାମର୍ଶରେ ସେ ଗଢ଼ିବା କଥା ମିଳେ, ମାତ୍ର ମନ୍ଦିରର ବିଶେଷ ବର୍ଣ୍ଣନା ମିଳେ ନାହିଁ। ଶାମ୍ବଙ୍କ ପ୍ରସଙ୍ଗ ବର୍ଣ୍ଣିତ ପୁରାଣରେ ମଧ୍ୟ ଏ ବିଷୟରେ ଉଲ୍ଲେଖ ନାହିଁ। କେବଳ ସୂର୍ଯ୍ୟଙ୍କର ଏକ ପ୍ରତିମା ନଦୀରୁ ପାଇ ପ୍ରତିଷ୍ଠା କରିବା କଥା ଅଛି। ଦ୍ୱିତୀୟ ମନ୍ଦିରର ସୂଚନା ମାଦଳାପାଞ୍ଜିରୁ ମିଳେ। ରାଜା ପୁରନ୍ଦର କେଶରୀ ୯୩୭-୯୫୦ ମସିହା ମଧ୍ୟରେ କୋଣାର୍କଠାରେ ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିର ଓ ବିଗ୍ରହ ତୃତୀୟ ମନ୍ଦିର ନିର୍ମାଣ ବେଳେ ଅପସାରଣ କରାଯାଇଥିବା କଥା ‘ବାୟା ଚକଡ଼ା’ରୁ ମିଳୁଥିବାରୁ ମାଦଳାପାଞ୍ଜିର ସୂଚନା ଠିକ୍‌ ବୋଲି ଅନୁଭବ ହୁଏ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

ବୋଉ ପାଇଁ ଶାଢ଼ି କିଣିପାରିଲିନି

କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ...

ପଦ୍ମଶ୍ରୀ ପ୍ରଭାକର: ନିର୍ଜୀବ ପଥର ଦେହରେ କରନ୍ତି କଳାର ପ୍ରାଣ ସଞ୍ଚାର

ପିଲାଟି ଦିନରୁ ସେ ବିଭିନ୍ନ କାରୁକାର୍ଯ୍ୟମୟ ମନ୍ଦିର ଦେଖି ଖୁସୀ ହୋଇପଡ଼ୁଥିଲେ । ଘରେ ବାପାଙ୍କ ହସ୍ତଶିଳ୍ପ କାମରେ ସହଯୋଗ କରୁଥିଲେ। ଏଥିପାଇଁ ସ୍କୁଲପଢାକୁ ଅଧାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri